ସାଓମି ଇଣ୍ଡିଆ ପକ୍ଷରୁ ୩ଟି ନୂଆ ରେଡ୍ମି ସ୍ମାର୍ଟଫୋନ୍ର ଶୁଭାରମ୍ଭ
ଭୁବନେଶ୍ୱର : ଦେଶର ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ସାଓମି ଇଣ୍ଡିଆ ଏହାର ନୂଆ ‘୫ଜି ଅଲ୍ରାଉଣ୍ଡର’- ରେଡ୍ମି ୧୧ ପ୍ରାଇମ୍ ୫ଜି ଓ ‘ପ୍ରାଇମ୍ ଟାଇମ୍ ଅଲ୍ରାଉଣ୍ଡର’- ରେଡ୍ମି ୧୧ ପ୍ରାଇମ୍ର ଶୁଭାରମ୍ଭ କରିଛି । ରେଡ୍ମି ୧୧ ପ୍ରାଇମ୍ ୫ଜି ଦ୍ରୁତ କନେକ୍ଟିଭିଟି ଓ ସ୍ପିଡ୍ ପ୍ରଦାନ କରୁଛି । ପାର୍ବଣ ଋତୁର ଆରମ୍ଭରେ ଏକ ଅତିରିକ୍ତ ସ୍ୱାଦ ସଂଯୋଗ କରି, ସାଓମି ଇଣ୍ଡିଆର ରେଡ୍ମି ଏ୧ର ଶୁଭାରମ୍ଭ ସହିତ ଏକ ନୂଆ ସ୍ମାର୍ଟଫୋନ୍ ସିରିଜ୍ର ଘୋଷଣା କରିଛି । ରେଡ୍ମି ୧୧ ପ୍ରାଇମ୍ ୫ଜି ମିଡିଆଟେକ୍ ଡାଇମେନ୍ସିଟି ୭୦୦ ଚିପ୍ସେଟ୍ ଦ୍ୱାରା ପରିଚାଳିତ । ଏଥିରେ ୬ଜିବିର ଏଲ୍ପିଡିଡିଆର୍୪ଏକ୍ସ ରାମ୍ ଓ ୧୨୮ଜିବିର ୟୁଏଫ୍ଏସ୍ ୨.୨ ସହ ବୃଦ୍ଧି କରାଯାଇଛି । ରେଡ୍ମି ୧୧ ପ୍ରାଇମ୍ରେ ଉଚ୍ଚ ପ୍ରଶଂସିତ ଓ ସ୍ପିଡି ୬ଏନ୍ଏମ୍ ମିଡିଆଟେକ୍ ହେଲିଓ ଜି୯୯ ପ୍ରୋସେସର ରହିଛି ଯାହାକି ଏହାର ସେଗ୍ମେଂଟ୍ରେ ଅନ୍ୟତମ ସର୍ବାଧିକ ଶକ୍ତିଶାଳୀ ୪ଜି ପ୍ରୋସେସର । ଉଭୟ ସ୍ମାର୍ଟଫୋନ୍ରେ ୧୬.୭ ସେମି (୬.୫୮ଇଂଚ୍) ଫୁଲ୍ ଏଚ୍ଡି+ ଡିସ୍ପ୍ଲେ ଏକ ୯୦ଏଚ୍ଜେଡ୍ ରିଫ୍ରେଶ୍ ରେଟ୍ ପାଇଁ ସକ୍ଷମ । ରେଡ୍ମି ୧୧ ପ୍ରାଇମ୍ ୫ଜି ଓ ରେଡ୍ମି ୧୧ ପ୍ରାଇମ୍କୁ ଏକ ଶ୍ରେଣୀ ଅଗ୍ରଣୀ ୫୦ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ସହ ସୁସଜ୍ଜିତ କରାଯାଇଛି । ସେହିପରି ରେଡ୍ମି ୧୧ ପ୍ରାଇମ୍ରେ ଏକ ଟ୍ରିପଲ୍ ରିୟର କ୍ୟାମେରା ରହିଛି ଏବଂ ଏହା କ୍ଲୋଜ୍-ଅପ୍ ସଟ୍ କ୍ୟାପ୍ଚର କରିବା ପାଇଁ ଏକ ମାକ୍ରୋ କ୍ୟାମେରା ଲେନ୍ସ ସହ ପ୍ୟାକ୍ ହୋଇଆସୁଛି । ଉଭୟ ସ୍ମାର୍ଟଫୋନରେ ଫ୍ରଂଟ୍-ଫେସିଙ୍ଗ୍ ୮ ମେଗାପିକ୍ସେଲ କ୍ୟାମେରା ରହିଛି । ଏକ ବିଶାଳ ୫୦୦୦ ଏମ୍ଏଏଚ୍ ବ୍ୟାଟେରୀ ସହ ସୁସଜ୍ଜିତ ରେଡ୍ମି ୧୧ ପ୍ରାଇମ୍ ସିରିଜ୍ ସହଜରେ ସାରା ଦିନ କାର୍ଯ୍ୟକ୍ଷମ ରହିପାରିବ । ଏହି ଡିଭାଇସ୍ ୧୮ୱାଟ୍ ଫାଷ୍ଟ୍ ଚାର୍ଜିଙ୍ଗ୍ ଓ ଏକ ୨୨.୫ ୱାଟ୍ ଚାର୍ଜର୍ ସହ ଆସୁଛି । ରେଡ୍ମି ୧୧ ପ୍ରାଇମ୍ ସିରିଜ୍ କର୍ଣ୍ଣିଙ୍ଗ ଗରିଲା ଗ୍ଲାସ୍ ପ୍ରୋଟେକ୍ସନ, ରବରାଇଜ୍ଡ ସିଲ୍ ଓ କରୋସନ୍ ପ୍ରୁଫ୍ ପୋର୍ଟଗୁଡିକ ସହ ଆସୁଛି । ରେଡ୍ମି ଏ୧ରେ ଏକ କ୍ଲାସି୍କ ୧୬.୫୫ସେମି (୬.୫୨ ଇଂଚ୍) ଏଚ୍ଡି+ ଡିସ୍ପ୍ଲେ, ୫୦୦୦ ଏମ୍ଏଏଚ୍ ବ୍ୟାଟେରୀ ସହ ସୁସଜ୍ଜିତ ହୋଇଆସୁଛି । ଏହାକୁ ଅଧିକ ଦକ୍ଷ କରୁଥିବା ଫିଚର ହେଉଛି ଏଲ୍ପିଡିଡିଆର୍୪ଏକ୍ସ ରାମ୍ର ସପୋର୍ଟ । ଏହି ଡିଭାଇସ୍ କ୍ଲିନ୍ ଆଣ୍ଡ୍ରଏଡ୍ ୧୨ ଉପରେ ପରିଚାଳିତ । ଏଥିରେ ଏକ ୮ଏମ୍ପି ଡୁଆଲ ଏଆଇ କ୍ୟାମେରା ଓ ଏକ ୫ଏମ୍ପି ଫ୍ରଂଟ୍ କ୍ୟାମେରା ରହିଛି । ରେଡ୍ମି ୧୧ ପ୍ରାଇମ୍ ୫ଜି ୪ଜିବି+୬୪ଜିବି ଭାରିଆଂଟ୍ ପାଇଁ ୧୩୯୯୯ ଟଙ୍କାରେ ଏବଂ ୬ଜିବି+୧୨୮ଜିବି ପାଇଁ ୧୫୯୯୯ ଟଙ୍କାରେ ଉପଲବ୍ଧ ହେବ । ଆଇସିଆଇସିଆଇ ବ୍ୟାଙ୍କ ସଦସ୍ୟମାନେ ୧୦୦୦ ଟଙ୍କାର ଅତିରିକ୍ତ ରିହାତି ପାଇପାରିବେ, ଯାହା ଏହାର ପ୍ରଭାବୀ ମୂଲ୍ୟକୁ ୪ଜିବି+୬୪ଜିବି ପାଇଁ ୧୨୯୯୯ ଟଙ୍କା ଓ ୬ଜିବି+୧୨୮ଜିବି ପାଇଁ ୧୪୯୯୯ ଟଙ୍କାକୁ ହ୍ରାସ କରୁଛି । ଏହି ଡିଭାଇସ୍ର ସେଲ୍ ସେପ୍ଟେମ୍ବର ୯ ତାରିଖ ୨୦୨୨ ଦିନ ୧୨ଟାରୁ ଏମ୍ଆଇ ଡଟ୍ କମ୍, ମି ହୋମ୍, ଆମାଜନ୍ ଡଟ୍ ଇନ୍ ଓ ସମସ୍ତ ରିଟେଲ୍ ପାର୍ଟନର୍ରେ ଆରମ୍ଭ ହେବ । ରେଡ୍ମି ୧୧ ପ୍ରାଇମ୍ ଦୁଇଟି ଭାରିଆଂଟ୍ ୪ଜିବି+୬୪ଜିବି ଓ ୬ଜିବି+୧୨୮ଜିବିରେ ଯଥାକ୍ରମେ ୧୨୯୯୯ ଟଙ୍କା ଓ ୧୪୯୯୯ ଟଙ୍କାରେ ଉପଲବ୍ଧ ହେବ । ରେଡ୍ମି ଏ୧ ୨ଜିବି+୩୨ଜିବି ଭାରିଆଂଟ୍ରେ ୬୪୯୯ ଟଙ୍କାରେ ଉପଲବ୍ଧ ହେବ । ଏହି ଡିଭାଇସ୍ର ସେଲ୍ ସେପ୍ଟେମ୍ବର ୯ ତାରିଖ ୨୦୨୨ ଅପରାହ୍ନ ୪ଟାରୁ ଏମ୍ଆଇ ଡଟ୍ କମ୍, ମି ହୋମ୍, ଆମାଜନ୍ ଡଟ୍ ଇନ୍ ଓ ସମସ୍ତ ରିଟେଲ୍ ପାର୍ଟନର୍ରେ ଆରମ୍ଭ ହେବ । ଏସମ୍ପର୍କରେ ସାଓମି ଇଣ୍ଡିଆର ଚିଫ୍ ମାର୍କେଟିଙ୍ଗ୍ ଅଫିସର ଅନୁଜ ଶର୍ମା କହିଛନ୍ତି, ‘ରେଡ୍ମି ୧୧ ପ୍ରାଇମ୍ ୫ଜି ଏକ ନୂତନ ମୂଲ୍ୟରେ ସର୍ବୋତମ ହାଇସ୍ପିଡ୍ କନେକ୍ଟିଭିଟି ଆଣୁଛି ।” ଏହି ସିରିଜ୍ରୁ ଅନ୍ୟ ଏକ ଉତ୍ପାଦ ରେଡ୍ମି ୧୧ ପ୍ରାଇମ୍ ୪ଜି ଗ୍ରାହକଙ୍କ ପାଇଁ ଏକ ସୁଲଭ ମୂଲ୍ୟରେ ଏକ ସୁପର୍ଲେଟିଭ୍ ଟ୍ରିପଲ୍ କ୍ୟାମେରା ସିଷ୍ଟମ ସହିତ ସନ୍ତୁଳିତ ଉନ୍ନତ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେଇଛି । ଅନୁଜ ଶର୍ମା କହିଛନ୍ତି, ‘ରେଡ୍ମି ଏ୧ ସହିତ, ଆମର ଲକ୍ଷ୍ୟ ହେଉଛି ଏକ ବ୍ୟାଘାତକାରୀ ମୂଲ୍ୟ ବର୍ଗରେ ଏକ ଶକ୍ତିଶାଳୀ ପ୍ରସ୍ତାବ ପ୍ରଦାନ କରି ଏକ ଅବ୍ୟବହୃତ ଦର୍ଶକ ଆଧାର ପାଇଁ ସ୍ମାର୍ଟଫୋନ୍କୁ ଅଧିକ ପହଂଚଯୋଗ୍ୟ କରିବା ।”
