ସୁବର୍ଣ୍ଣରେଖାବନ୍ଦର ପକ୍ଷରୁବନ୍ୟା ପ୍ରଭାବିତବାଲିଆପାଳ ଓ ବସ୍ତା ଅଞ୍ଚଳରଗ୍ରାମବାସୀଙ୍କୁସହାୟତା ପ୍ରଦାନ ୧୦ଟି ଗ୍ରାମର ୩୦୦୦ରୁ ଊର୍ଦ୍ଧ୍ୱ ପରିବାର ଉପକୃତ
ବାଲିଆପାଳ : ସୁବର୍ଣ୍ଣରେଖାବନ୍ଦର ପ୍ରାଇଭେଟଲିମିଟେଡ଼ (ଏସ୍ପିପିଏଲ୍) ପକ୍ଷରୁବାଲେଶ୍ୱରଜିଲ୍ଲାରବନ୍ୟା ପ୍ରଭାବିତ ବାଲିଆପାଳ ଓ ବସ୍ତାବ୍ଲକ୍ର ଲୋକମାନଙ୍କୁ ସହାୟତା ପ୍ରଦାନ କରାଯାଇଛି ।ବାଲେଶ୍ୱରଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷାକରି କମ୍ପାନୀ ପକ୍ଷରୁ ଏହି ବ୍ଲକ୍ଗୁଡ଼ିକର ୧୦ଟି ବନ୍ୟା ପ୍ରଭାବିତଗ୍ରାମର ୩୦୦୦ ରୁଊର୍ଦ୍ଧ୍ୱ ପରିବାରକୁରିଲିଫ ସାମଗ୍ରୀ ପ୍ରଦାନ କରାଯାଇଛି । ଚଳିତବର୍ଷ ଅଗଷ୍ଟ ମାସରେ ପ୍ରବଳବର୍ଷାଯୋଗୁଁବନ୍ୟା ପରିସ୍ଥିତି ସୃଷ୍ଟିହେବାର ପ୍ରାରମ୍ଭିକ ଦିନଗୁଡ଼ିକରେ ଲୋକମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ପ୍ରଶାସନର ସହାୟତାରେ ଏସ୍ପିପିଏଲ୍ ପକ୍ଷରୁରିଲିଫ କାର୍ଯ୍ୟ ଆରମ୍ଭ କରାଯାଇଥିଲା ।ଜିଲ୍ଲା ପ୍ରଶାସନର ପରାମର୍ଶକ୍ରମେ ଲୋକମାନଙ୍କୁ ଶୁଖିଲାଖାଦ୍ୟ ଓ ବ୍ଲିଚିଂ ପାଉଡ଼ର ପ୍ରଦାନ କରାଯାଇଥିଲା । ବନ୍ୟାଯୋଗୁଁ ଗୁରୁତରଭାବେ ପ୍ରଭାବିତ ୧୦ଟି ଜିଲ୍ଲାରେ ବଣ୍ଟନ ପାଇଁସରକାରୀ ଅଧିକାରୀମାନଙ୍କୁ ୧୫,୨୦୦ରୁ ଊର୍ଦ୍ଧ୍ୱବିସ୍କୁଟ୍ ପ୍ୟାକେଟ୍, ୩୫୦୦ ପ୍ୟାକେଟ୍ ପାଣିବୋତଲ, ଏବଂଖାଦ୍ୟ (ଚୂଡ଼ା, ଗୁଡ଼), ମହମବତୀ, ମ୍ୟାଚ୍ବକ୍ସ ଓ ସାବୁନକୁମିଶାଇ ୧୦୦୦ ପ୍ୟାକେଟ୍ ଜରୁରୀ ସାମଗ୍ରୀ ହସ୍ତାନ୍ତର କରାଯାଇଥିଲା । ଏହା ବ୍ୟତୀତ ବର୍ଷା ଓ ବନ୍ୟାରେ ଛପରଘର ସମ୍ପୁର୍ଣ୍ଣରୂପେ ନଷ୍ଟ ହୋଇଯାଇଥିବା ପରିବାରମାନଙ୍କ ମଧ୍ୟରେ ବଣ୍ଟନ କରିବା ପାଇଁ ବାଲିଆପାଳ ତହସିଲ କାର୍ଯ୍ୟାଳୟକୁ ୧୦୦୦ରୁ ଊର୍ଦ୍ଧ୍ୱ ୱାଟରପ୍ରୁଫ୍ ଏବଂଉନ୍ନତମାନର ତାରପୋଲିନ୍ ହସ୍ତାନ୍ତରକରାଯାଇଥିଲା । ଏଭଳି ଏକ କଠିନ ପରିସ୍ଥିତିରେ ବାଲିଆପାଳ ଓ ବସ୍ତା ଅଞ୍ଚଳର ଲୋକମାନଙ୍କ ସେବାପାଇଁ ସୁବର୍ଣ୍ଣରେଖା ବନ୍ଦର ଟିମ୍କୁ ସମସ୍ତ ସହାୟତା ଯୋଗାଇ ଦେଇଥିବାରୁ ଜିଲ୍ଲା ପ୍ରଶାସାନକୁ କୃତଜ୍ଞତା ଜଣାଇ ଏସ୍ପିପିଏଲ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଶ୍ରୀ ପ୍ରକାଶସିଂହକହିଛନ୍ତି ଯେ, “ଜିଲ୍ଲାକର୍ତ୍ତୃପକ୍ଷଙ୍କ ମାର୍ଗଦର୍ଶନରେ ଆମେବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସହାୟତା ଯୋଗାଇ ଦେଇଛୁ । ଆମେସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ ରହିଛୁ ଓ ଆମେ ନିଜର କର୍ପୋରେଟ୍ ସାମାଜିକ ଦାୟିତ୍ୱ ଅନ୍ତର୍ଗତ ସେମାନଙ୍କ ପାଇଁ କାର୍ଯ୍ୟକରିବା ଜାରିରଖିବୁ । ଏସ୍ପିପିଏଲ୍ ପକ୍ଷରୁ ଏହାର ପ୍ରସ୍ତାବିତ ପ୍ରକଳ୍ପସ୍ଥାନ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସ୍ୱାସ୍ଥ୍ୟଶିବିର ଆୟୋଜନ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଯୁବବର୍ଗଙ୍କୁ ସହାୟତା, ସ୍ଥାନୀୟ ଲୋକମାନଙ୍କ ପାଇଁ ପାନୀୟ ଜଳବ୍ୟବସ୍ଥା ଓ ଏଭଳି ବିଭିନ୍ନ କାର୍ଯ୍ୟକ୍ରମମାନ ଜାରିରହିଛି ।
