ମଧୁମେହ ରୋଗୀ ପାଇଁ ରାମବାଣ ମେଥୀ ! ଖାଆନ୍ତୁ ଓ ସୁସ୍ଥ ରୁହନ୍ତୁ
ମଧୁମେହ ରୋଗ ସାରା ବିଶ୍ବରେ ବ୍ୟାପିବାରେ ଲାଗିଛି । ଭାରତ ସମେତ ଅନେକ ଦେଶରେ ମଧୁମେହ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଉଛି । ଏହା ଏକ ଜଟିଳ ରୋଗ ଯେଉଁଥିରେ ରୋଗୀକୁ ସବୁବେଳେ ରକ୍ତରେ ଶର୍କରା ସ୍ତର ଯାଞ୍ଚ କରିବାକୁ ପଡିଥାଏ । ଟିକିଏ ଅସାବଧାନତା ସାଂଘାତିକ କାରଣ ହୋଇପାରେ । ଏହା କିଡନୀ ରୋଗ,ହୃଦଘାତ ଭଳି ରୋଗର ଆଶଙ୍କା ବୃଦ୍ଧି ପାଇଥାଏ । ଏପରି ସ୍ଥିତିରେ ମଧୁମେହ ରୋଗୀ ନିଜ ପାଇଁ ଉଚିତ୍ ଖାଦ୍ୟ ବାଛିବା ଜରୁରୀ ଯାହା ଗ୍ଲୁକୋଜ ସ୍ତରକୁ ନିୟନ୍ତ୍ରଣ କରିପାରିବେ । ବିଶେଷଜ୍ଞଙ୍କ ମତରେ ମଧୁମେହ ରୋଗୀଙ୍କ ପାଇଁ ଉଚିତ୍ ଖାଦ୍ୟ ଖାଇବା ଅତ୍ୟନ୍ତ ଲାଭଦାୟକ । କେବଳ ନିଜ ଖାଦ୍ୟରେ କିଛି ମେଥୀ ପତ୍ର ମିଶାଇ ଖାଇଲେ ଆପଣ ବହୁ ଉପକାର ପାଇପାରିବେ । ଆସନ୍ତୁ ଜାଣିବା ମେଥୀର ଉପକାରିତା ।
ମେଥୀପତ୍ର ଆଉ ମଞ୍ଜିର ବ୍ୟବହାର :
ମେଥୀପତ୍ର ଦ୍ବାରା ଭୋଜନର ସୁଗନ୍ଧ ବୃଦ୍ଧି ହୋଇଥାଏ । ଏଥିରେ ପୋଟାସିୟମ,କ୍ୟାଲସିୟମ,ଆଇରନ,ମାଙ୍ଗାନିଜ,ଭିଟାମିନ-ଏ,ଭିଟାମିନ-ବି୬,ଭିଟାମିନ-ସି,ଭିଟାମିନ-କେ, ଫୋଲିକ୍ ଏସିଡ, ରାଇବୋଫଲିନ ଏବଂ କପର ମିଳିଥାଏ । ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ । ଏହା ମଧୁମେହ ପାଇଁ ଅଧିକ ଫଳପ୍ରଦ ଭାବେ କାର୍ଯ୍ୟ କରେ କାରଣ ଏଥିରେ ସୋଲୟୁବଲ ଫାଇବର ଭରପୁର ଥାଏ ଯାହା କାର୍ବୋହାଇଡ୍ରେଟ୍ ଅବଶୋଷଣକୁ ଧୀମା କରିଥାଏ ଯାହା ହଜମକୁ ମନ୍ଥର କରିଥାଏ ଏବଂ ରକ୍ତରେ ଶର୍କରା ସ୍ତର ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
୧-ଯଦି ଆପଣ ଚାହାଁନ୍ତି ତେବେ ମେଥୀର ଦାନାକୁ ମଧ୍ୟ ବ୍ୟବହାର କରିପାରିବେ । ଏହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଅଟେ ଯେଉଁ କାରଣରୁ ରକ୍ତରେ ଶର୍କରା ସ୍ତର ହ୍ରାସ ପାଇଥାଏ ।
୨- ମେଥୀକୁ ପାଣିରେ ଭିଗାଇ ପିଇବା ମଧୁମେହ ରେଗୀଙ୍କ ପାଇଁ ଫଳପ୍ରଦ । ଏଥିପାଇଁ ମେଥୀ ଦାନାକୁ ରାତିରେ ଗରମ ପାଣିରେ ଭିଜାଇ ରଖନ୍ତୁ । ଏହାକୁ ସକାଳେ ଛାଣି ପିଇପାରିବେ । ଏହା ବ୍ୟତୀତ ମେଥୀକୁ ପାଣିରେ ଫୁଟାଇବା ପରେ ଆପଣ ପାଣିକୁ ଥଣ୍ଡା କରି ପିଇପାରିବେ ।
୩- ଯଦି ଆପଣ ମେଥୀର ପ୍ରଭାବକୁ ବୃଦ୍ଧି କରିବାକୁ ଚାହାଁନ୍ତି ତେବେ ସେଥିରେ କିଛି ମସଲା ମିଶାଇ ପାରନ୍ତି । ଏଥିପାଇଁ ଧନିଆ ମଞ୍ଜିକୁ ଗ୍ରାଇଣ୍ଡ କରି ଏହାର ପାଉଡର ପ୍ରସ୍ତୁତ କରନ୍ତୁ ଏହା ପରେ ଅଁଳା ପାଉଡର ଏବଂ ହଳଦୀ ଗୁଣ୍ଡ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ପ୍ରତ୍ୟେକ ଦିନ ଏକ ଚାମଚ ସେବନ କରିପାରିବେ ।
