ଦେଶରେ ୪,୩୬୯ କରୋନା ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ : ଦେଶରେ କରୋନାର ନୁଆ ମାମଲା ଅଳ୍ପ କମିବାର ଲକ୍ଷ୍ୟ କରାଯାଉଛି । ମଙ୍ଗଳବାର ସକାଳ ୮ଟା ସୁଦ୍ଧା ପୁରା ଦେଶରେ ସମୁଦାୟ ୪ ହଜାର ୩୬୯ ଜଣ ନୂଆ ରୋଗୀ ସାମନାକୁ ଆସିଥିବା ବେଳେ ଏହି ସମୟ ମଧ୍ୟରେ କରୋନାରୁ ଆରୋଗ୍ୟ ହୋଇ ଫେରିଥିବା ଲୋକଙ୍କ ସଂଖ୍ୟା ୫୧୭୮ ଜଣ ରେକର୍ଡକୁ ଆସିଛି ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ ମଙ୍ଗଳବାର ସକାଳ ସୁଦ୍ଧା ଦେଶରେ ସମୁଦାୟ ୪ କୋଟି ୩୯ ଲକ୍ଷ ୩୦ ହଜାର ୪୧୭ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । କରୋନାର ରିକଭରି ରେଟ ୯୮.୭୧ ପ୍ରତିଶତ ଅଛି । ଦେଶରେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ଆଜିସୁଦ୍ଧା ସମୁଦାୟ ୪୬ ହଜାର ୩୪୭ ରେ ପହଂଚିଛି । ପ୍ରତିଦିନ ସଂକ୍ରମଣ ଦର ୧.୨୫ ପ୍ରତିଶତ ଅଛି । ଆଇସିଏମ୍ଆରଙ୍କ ରିପୋର୍ଟ ଅନୁସାରେ ମଙ୍ଗଳବାର ସୁଦ୍ଧା ୩.୫୦ ଲକ୍ଷରୁ ଅଧିକ ଟେଷ୍ଟ କରାଯାଇଅଛି । ବର୍ତମାନ ସୁଦ୍ଧା ସମୁଦାୟ ୮୮.୯୯ କୋଟ ି କରୋନା ଟେଷ୍ଟ କରାଯାଇସାରିଲାଣି ।
