ଦେଶରେ ସୋମବାର ସୁଦ୍ଧା ଦିଆଗଲାଣି ୨୧୫.୪୭ କୋଟିରୁ ଅଧିକ କରୋନା ଟୀକା
ନୂଆଦିଲ୍ଲୀ : ଦେଶବ୍ୟାପି କରୋନା ଟୀକାକରଣ ଅଭିଯାନରେ ମଙ୍ଗଳବାର ସକାଳ ୮ ଟା ସୁଦ୍ଧା ୨୧୫ କୋଟି ୪୭ ଲକ୍ଷ ଟୀକା ଦେବା ସଂଖ୍ୟା ପାରି କରିସାରିଛି । ଗତ ୨୪ ଘଂଟାରେ ୨୧ ଲକ୍ଷ ୬୭ ହଜାର ୬୪୪ ଟିକା ଦିଆଯଇଛି ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ହିସାବ ଅନୁସାରେ ମଙ୍ଗଳବାର ସକାଳ ସୁଦ୍ଧା ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ମାନଙ୍କରେ କରୋନା ବିରୋଧି ଟିକା ବର୍ତମାନ ସୁଦ୍ଧା ସମୁଦାୟ ୨୦୨.୪୬ କୋଟି ଟିକା ନିଶୁଳ୍କ ଭାବରେ ଯୋଗାଇ ଦିଆଯାଇଅଛି । ଏଥି ମଧ୍ୟରୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ମାନଙ୍କ ପାଖରେ ଆଜି ସୁଦ୍ଧା ୪.୧୭ କୋଟି ଟୀକା ମହଜୁଦ ଅଛି ।
