କରୋନା ଟୀକାକରଣ ଅଭିଯାନ : ରାଜ୍ୟରେ ଆଜିସୁଦ୍ଧା ଦିଆଗଲାଣି ୭.୭୭ କୋଟିରୁ ଅଧିକ
ଭୁବନେଶ୍ୱର : କରୋନା ଟୀକାକରଣ ଅଭିଯାନରେ ଆଜି ସୁଦ୍ଧା ରାଜ୍ୟରେ ସମୁଦାୟ ୭ କୋଟି ୭୭ ଲକ୍ଷ ୬୪ ହଜାର ୬୧୦ ସଂଖ୍ୟାରେ ଟିକା ଦିଆଗଲାଣି ।
ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଅନୁସାରେ ମଙ୍ଗଳବାର ସକାଳ ସୁଦ୍ଧା ରାଜ୍ୟରେ ସମୁଦାୟ ଦିଆ ଯାଇଥିବା ଟିକାରୁ ପ୍ରଥମ ଡୋଜ ନେଇଥିବା ଲୋକଙ୍କ ସଂଖ୍ୟା ୩ କୋଟି ୫୧ ଲକ୍ଷ ୯୬ ହଜାର ୫୭୫ ଜଣ ଥିବା ବେଳେ ଦ୍ୱିତିୟ ଡୋଜ ନେଇଥିବା ଲୋକଙ୍କ ସଂଖ୍ୟା ୩ କୋଟି ୨୭ ଲକ୍ଷ ୮୭ ହଜାର ୯୭୧ ଜଣ । ଏହା ସହିତ ବୃଷ୍ଟର ଡୋଜ ନେଇଥିବା ଲୋକଙ୍କ ସଂଖ୍ୟା ୯୭ ଲକ୍ଷ ୮୦ ହଜାର ୬୪ ଜଣ । ଜିଲ୍ଲା ମାନଙ୍କ ମଧ୍ୟରେ ଗଂଞାମ ଜିଲ୍ଲାରେ ସମୁଦାୟ ୬୯ ଲକ୍ଷ ୩୪ ହଜାର ୭୫୧ ଜଣଙ୍କୁ ଟିକା ଦିଆଯାଇଛି ଯାହା ସବୁ ଜିଲ୍ଲା ମାନଙ୍କଠାରୁ ଆଗରେ ଅଛି ବୋଲି ସୂଚନା ଦିଆଯାଇଛି ।
