ବିପଦରେ ପୁରୀ ସମୁଦ୍ରକୂଳ ରାସ୍ତା
ପୁରୀ : କିଛିଦିନ ଧରି ଲଗାଣ ବର୍ଷା ଓ ମଙ୍ଗଳା ନଦୀରେ ପାଣି ବଢୁଥିବାରୁ ପୁରୀ ସମୁଦ୍ରକୂଳ ରାସ୍ତା ପ୍ରତି ବିପଦ ଦେଖା ଦେଇଛି । ମଙ୍ଗଳା ନଦୀ ମୁହାଣ ୟୁ ଟର୍ଣ୍ଣ କରୁଥିବାରୁ ସ୍ୱର୍ଗଦ୍ୱାର ଅଞ୍ଛଳରେ ସମୁଦ୍ର ଢେଉ ଅଧିକ ମାଡ଼ ହେଉଛି । ଯାହାଫଳରେ ରାସ୍ତାର ପାଚେରି ପ୍ରତି ବିପଦ ହେବା ସହ ବାଲି ଖସିବା ଯୋଗୁ ରାସ୍ତା ଭୁଶୁଡ଼ିବା ଆଶଙ୍କା ଦେଖାଯାଇଛି । ଚାରିୟଟ ହୋଟେଲ ନିକଟରେ ଯାଇଥିବା ନୂଆ ରାସ୍ତା ଉଚ୍ଚମାନ ଢେଉ ମାଡ଼ ହେବା ଅଞ୍ଛଳ ହେଉଥିବାରୁ ନୂଆ ରସ୍ତା ପ୍ରତି ବିପଦ ଦେଖାଯାଇଛି । ବଡ଼ ବଡ଼ ପ୍ରତିଷ୍ଠିତ ହୋଟେଲ ଏହି ରାସ୍ତାର ପାଶ୍ୱର୍ରେ ନୂତନ ଭାବେ ଗଢି ଉଠିଥିବାରୁ ସେହି ହୋଟେଲର ଚାପ ପଡ଼ି ରାସ୍ତା ଫାଟୁଥିବା ଦେଖାଦେଇଛି । ଅଧିକ ଓଜନର ହୋଟେଲ ଚାପରେ ବାଲି ଆସ୍ତେ ଆସ୍ତେ ଝରେଇ ସମୁଦ୍ର ପଟକୁ ଖସୁଥିôବା ଅଭିଜ୍ଞ ବ୍ୟକ୍ତିମାନେ କହୁଛନ୍ତି । ସମୁଦ୍ରକୂଳ ରାସ୍ତା ନାମରେ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସରକାର କା ମାଲ ଦରିଆ ମେଁ ଡ଼ାଲ ଅବସ୍ଥା ସୃଷ୍ଟି ହୋଇଛି ।
