ଓଡ଼ିଶାର ଦୁଇଟି ଖଣି ସମେତ ୫ ରାଜ୍ୟରେ ନିଲାମ ହେଲା ୮ କୋଇଲା ଖଣି
ନୂଆଦିଲ୍ଲୀ/ଭୁବନେଶ୍ୱର : ଓଡ଼ିଶାର ଦୁଇଟି ଖଣି ସମେତ ଦେଶର ୫ଟି ରାଜ୍ୟରେ ଥିବା ୮ଟି କୋଇଲା ଖଣି ନିଲାମ ହୋଇଛି । ଏସବୁ ଖଣି ନିଲାମ ପାଇଁ ମନୋନିତ କର୍ତୃପକ୍ଷ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଆଜି ଇ-ନିଲାମୀ ମାଧ୍ୟମରେ ଏସବୁ ଖଣି ନିଲାମ କରାଯାଇଛି । ଓଡ଼ିଶାର ଦୁଇଟି ଖଣି ହେଲା- ରାମପିଆ ଏବଂ ରାମପିଆ ଡିପ୍ ସାଇଡ୍ କୋଇଲା ଖଣି ।
ଏହି ୮ଟି ମଧ୍ୟରୁ ୫ଟି ଖଣିରୁ ସମ୍ପୂର୍ଣ୍ଣ ଖଣିଜ ଦ୍ରବ୍ୟ ଉତୋଳନ କରାଯିବ ଏବଂ ତିନୋଟି ଖଣିରୁ ଆଂଶିକ ଭାବେ ଖଣିଜ ଉତୋଳନ କରାଯିବ । ଏହି ଆଠଟି ଖଣିରେ ମୋଟ୍ ୨୧୫୭.୪୮ ନିୟୁତ ଟନ କୋଇଲା ଗଚ୍ଛିତ ରହିଛି । ସେହିପରି ଏସବୁ ଖଣିର ସର୍ବାଧିକ ସୁଂଚୟୀ ହାର କ୍ଷମତା (ପିଆରସି) ବାର୍ଷିକ ୧୯.୩୧ ନିୟୁତ ଟନ (ଏମଟିପିଏ) ଥିବା ଜଣାଯାଇଛି ।
