ବସ୍ ଯାତ୍ରୀଙ୍କ ଠାରୁ ୩୨ ଲକ୍ଷ ଟଙ୍କା ଜବତ
ବ୍ରହ୍ମପୁର : ସ୍ଥାନୀୟ ଲାଞ୍ଜିପଲ୍ଲୀ ବାଇପାସ ନିକଟରେ ଜଣେ ବସ୍ ଯାତ୍ରୀଙ୍କ ଠାରୁ ପ୍ରାୟ ୩୨ ଲକ୍ଷ ଟଙ୍କା ଜବତ ହୋଇଛି । ଏକ ଘରୋଇ ବସରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତିଙ୍କଠାରୁ ଏହି ଟଙ୍କା ଜବତ ହୋଇଛି। ବସ୍ ଯାତ୍ରୀ ଜଣଙ୍କୁ ବୈଦ୍ୟନାଥପୁର ଥାନାରେ ଅଟକ ରଖାଯାଇଛି।
ବସଟି ବ୍ରହ୍ମପୁରରୁ କଟକ ଯାଉଥିଲା । ବସ୍ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଯାଞ୍ଚ କରିଥିଲା ଅବକାରୀ ଟିମ୍ ।
