ଓଡ଼ିଶା ଭିତିକ ଇଭି ନିର୍ମାତା ସିମା ଇଲେକ୍ଟ୍ରିକ ପକ୍ଷରୁ ତିନୋଟି ନୂତନ ହାଇ ସ୍ପିଡ ଇଲେକ୍ଟ୍ରିକ ସ୍କୁଟର୍ ଉନ୍ମୋଚିତ
ଭୁବନେଶ୍ୱର: ଓଡ଼ିଶାର ଏକ ନୂଆ ମେଡ-ଇନ-ଇଣ୍ଡିଆ ଇଭି ନିର୍ମାତା, ସିମା ଇଲେକ୍ଟ୍ରିକ(ସିମା ଇ-ଭେଇକିଲ ଆଣ୍ଡ ସୋଲାର ପ୍ରାଇଭେଟ ଲିମିଟେଡ) ବା ଏସ୍ଇଏସ୍ ପକ୍ଷରୁ ଇଭି ଇଣ୍ଡିଆ ଏକ୍ସପୋ ୨୦୨୨ ରେ ତିନୋଟି ନୂଆ ହାଇ ସ୍ପିଡ ଇଲେକ୍ଟ୍ରିକ ସ୍କୁଟର୍ର ଉନ୍ମୋଚନ କରାଯାଇଛି । ଇଣ୍ଡିଆ ଏକ୍ସପୋ ସେଂଟର ଠାରେ ଆୟୋଜିତ ଏହି ଇଭି ଏକ୍ସପୋ ବ୍ରାଣ୍ଡର ନୂତନ ଇ-ସ୍କୁଟର ଯଥା ଇଗଲ ପ୍ଲସ, ଗ୍ରାଏଫୋନ୍ ଏବଂ ଟଫ୍ ପ୍ଲସକୁ ପ୍ରଦର୍ଶିତ କରିବା ପାଇଁ ଏକ ଉପଯୁକ୍ତ ମଂଚ ହୋଇଛି । ହାଇସ୍ପିଡ ବର୍ଗରେ ଉନ୍ମୋଚିତ ନୂଆ ଇ-ସ୍କୁଟର ଇଗଲ ପ୍ଲସ ସହଜରେ ଘଂଟା ପ୍ରିତି ୫୦ କି.ମି ବେଗରେ ଗତି କରିପାରେ । ଏହା ମାତ୍ର ଥରେ ଚାର୍ଜରେ ୧୨୦ କି.ମି ପର୍ଯ୍ୟନ୍ତ ଚାଲିପାରେ । ଏହା ଏକ ୧୨୦୦ୱାଟ ବିଏଲଡିସି ମୋଟର ଏବଂ ୩.୨ କିଲୋୱାଟ-ଆୱାର ଲିଥିୟମ-ଆୟନ ବ୍ୟାଟେରୀ ଦ୍ୱାରା ସମୃଦ୍ଧ ଯାହା ୩.୪ ରୁ ୪ ଘଂଟା ମଧ୍ୟରେ ସମ୍ପୂର୍ଣ୍ଣ ରୂପେ ଚାର୍ଜ ହୋଇପାରେ । ସେହିଭଳି ଏହାର ଅନ୍ୟତମ ଇ-ସ୍କୁଟର ଗ୍ରାଏଫୋନ୍ ଘଂଟା ପ୍ରତି ସର୍ବାଧିକ ୬୦ କି.ମି ବେଗରେ ଗତି କରିଥାଏ ଏବଂ କେବଳ ଥରେ ଚାର୍ଜରେ ୧୩୦ କି.ମି ପର୍ଯ୍ୟନ୍ତ ଚାଲିଥାଏ । ଏଥିରେ ଥିବା ୧୫୦୦ ୱାଟ ବିଏଲଡିସି ମୋଟର ଏବଂ ୪.୧ କିଲୋୱାଟ-ଆୱାର ଲିଥିୟମ-ଆୟନ ବ୍ୟାଟେରୀ ୩.୫ ରୁ ୪ ଘଂଟା ମଧ୍ୟରେ ସମ୍ପୂର୍ଣ୍ଣ ରୂପେ ଚାର୍ଜ ହୋଇପାରେ । ସେହିଭଳି ବ୍ରାଣ୍ଡ ପକ୍ଷରୁ ଉନ୍ମୋଚିତ ତୃତୀୟ ଇ-ସ୍କୁଟର ଟଫ୍ ପ୍ଲସ ମଧ୍ୟ ଘଂଟା ପ୍ରତି ୬୦ କି.ମିର ଏକ ଟପ୍ ସ୍ପିଡ ଧରିଥାଏ ଏବଂ ଥରେ ଚାର୍ଜରେ ୧୩୦ କି.ମି ପର୍ଯ୍ୟନ୍ତ ଚାଲିଥାଏ । ଏକ ୧୫୦୦ ୱାଟ ବିଏଲଡିସି ମୋଟର ଏବଂ ୪କିଲୋୱାଟ-ଆୱାର ଏଲଏଫପି ବ୍ୟାଟେରୀ ସହିତ ଏହା ୩.୫ ରୁ ୪ ଘଂଟା ମଧ୍ୟରେ ସମ୍ପୂର୍ଣ୍ଣ ଚାର୍ଜ ହୋଇପାରେ । ବର୍ତମାନ ବ୍ରାଣ୍ଡର ପାଂଚୋଟି ନିମ୍ନ ବେଗ ବାହନ ରହିଛି । ନୂଆ କରି ଉନ୍ମୋଚିତ ଏହି ଇ-ସ୍କୁଟରଗୁଡ଼ିକୁ ଔପଚାରିକ ଭାବେ ଚଳିତ ଅକ୍ଟୋବର ମଧ୍ୟଭାଗ ସୁଦ୍ଧା ଶୁଭାରମ୍ଭ କରାଯିବ ବୋଲି ଅନୁମାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସିମା ଇଲେକ୍ଟ୍ରିକ, ପ୍ରତିଷ୍ଠାତା ତଥା ସିଓଓ ଶ୍ରୀ ୟୋଗେଶ କୁମାର ଲଥ କହିଛନ୍ତିଯେ, “ସମଗ୍ର ଅଟୋମୋବାଇଲ ଶିଳ୍ପ ବର୍ତମାନ ଜାରି ରହିଥିବା ଇ-ମୋବିଲିଟ ମିଶନରେ ଯୋଗଦାନ ପାଇଁ ନିରନ୍ତର ଭାବେ କାର୍ଯ୍ୟ କରୁଥିବାବେଳେ ଏହି ବିପ୍ଳବ ଭାରତୀୟ ଖେଳାଳୀମାନଙ୍କୁ ମଧ୍ୟ ସେମାନଙ୍କ ଅଭିନବ କାର୍ଯ୍ୟ ପାଇଁ ସୁଯୋଗ ଦେଇଛି । ସିମାରେ ଇଲେକ୍ଟ୍ରିକ ଠାରେ ଆମେ ଏଭଳି ଉତ୍ପାଦ ଯୋଗାଇଦେବାର ପ୍ରୟାସ କରୁଛୁ ଯାହା ଗୁଣବତା ଏବଂ କାର୍ଯ୍ୟଦକ୍ଷତା ସ୍ତରରେ କମ୍ ହୋଇନଥିବ । ଇଭି ଏକ୍ସପୋ ଇଣ୍ଡିଆରେ ଆମେ ଏହି ଚାହିଦାକୁ ବୁଝିବା ଏବଂ ଆମର ପ୍ରୟାସକୁ ପ୍ରଦର୍ଶିତ କରିବା ଲାଗି ଉପଯୁକ୍ତ ମଂଚ ପାଇଛୁ । ଆମେ ଆମର ଉତ୍ପାଦ ରେଞ୍ଜ ପାଇଁ ଅତ୍ୟନ୍ତ ଉତ୍ସାହଭରା ପ୍ରତିକ୍ରିୟା ପାଇଛୁ ଏବଂ ଆମେ ନିଶ୍ଚିତ ଯେ ଏହି ନୂତନ ଉନ୍ମୋଚନ ପରେ ମଧ୍ୟ ଆମେ ସମାନ ପ୍ରତିକ୍ରିୟା ହାସଲ କରିବୁ । ସିମା ଇଲେକ୍ଟ୍ରିକର ସର୍ବଭାରତୀୟ ସ୍ତରରେ ୪୦ଟି ଡିଲର୍ର ଏକ ଶକ୍ତିଶାଳୀ ନେଟୱର୍କ ବିସ୍ତାର କରିସାରିଛି ଏବଂ ଭାରତର ୪ଟି ରାଜ୍ୟରେ ଉପସ୍ଥିତ ରହିଛି । ଚାଲୁଥିବା ଫିସ୍କାଲ ଶେଷ ସୁଦ୍ଧା ଏହା ୩ ଟି ଉତ୍ପାଦ ଉନ୍ମୋଚନ ସହିତ ଅତିକମ୍ରେ ୧୦୦୦୦ ଗ୍ରାହକଙ୍କ ନୀକଟରେ ପହଂଚିବାକୁ ଲକ୍ଷ୍ୟ ରଖିଛି ।
