ଆଇଏଚ୍ସିଏଲ୍ ଦକ୍ଷତା ନିର୍ମାଣ ପାଇଁ ଏହାର ପ୍ରତିବଦ୍ଧତାକୁ ସୁଦୃଢ କରିଛି
ଭୁବନେଶ୍ୱର : ଇଣ୍ଡିଆନ୍ ହୋଟେଲ୍ସ କମ୍ପାନୀ (ଆଇଏଚ୍ସିଏଲ୍) , ନିଜର ସ୍ଥାୟିତ୍ୱ ଓ ସାମାଜିକ ପ୍ରଭାବ ପଦକ୍ଷେପକୁ ପରିଚାଳନା କରିବା ପାଇଁ ଏକ ଫ୍ରେମ୍ୱର୍କ ପାଥ୍ୟା ସହିତ ଜଡିତ ହୋଇ ଯୋଗ୍ୟ ତଥା ବଂଚିତ ବ୍ୟକ୍ତିମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନେଇ ଏହାର ଲକ୍ଷ୍ୟ ସହିତ ଦକ୍ଷତା ନିର୍ମାଣ କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ କରିଛି । ଭୁବନେଶ୍ୱର, ଓଡିଶା, ରଙ୍ଗଜାନ୍, ଆସାମ ଓ ଛିନ୍ଦୱାରା, ମଧ୍ୟପ୍ରଦେଶରେ ଏକାଧିକ ସହଯୋଗୀଙ୍କ ସହ ସହଭାଗିତାରେ ସ୍କିଲ୍ ଡେଭ୍ଲପ୍ମେଂଟ୍ କୋର୍ସ ତଥା ଦକ୍ଷତା ବିକାଶ ପାଠ୍ୟକ୍ରମ ପ୍ରଦାନ କରାଯାଉଛି ।ଏହି ଅବସରରେ ଆଇଏଚ୍ସିଏଲ୍ର ହ୍ୟୁମାନ୍ ରିସୋର୍ସ ବିଭାଗର କାର୍ଯ୍ୟକାରୀ ଉପାଧ୍ୟକ୍ଷ ଗୌରବ ପୋଖରିୟାଲ କହିଛନ୍ତି, ‘ପ୍ରବେଶ କରିବା ଓ ଏକ ଯୋଗଦାନ ଦେବା ପାଇଁ ଦକ୍ଷ ବ୍ୟକ୍ତିଙ୍କ ଲାଗି ଏହି ଶିଳ୍ପ ପରିଦୃଶ୍ୟ ଉପଯୁକ୍ତ ହୋଇଥିବା ବେଳେ, ସ୍କିଲ୍ ସେଂଟର୍ଗୁଡିକ ସହିତ ଆମର ନଲେଜ୍ ପାର୍ଟନର୍ସିପ୍ ନିଯୁକ୍ତି କ୍ଷେତ୍ରରେ ରହିଥିବା ଅନ୍ତରକୁ ଦୂର କରିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରିବ । କ୍ଷମତା-ନିର୍ମାଣ ଏହି ସହଭାଗିତାଗୁଡିକ ମାଧ୍ୟମରେ ଏକ ଅଧିକ ବିଶାଳ ଅପ୍ରତ୍ୟକ୍ଷ ପ୍ରଭାବ ପାଇଁ ଅନୁମତି ଦେବ, ବିଶେଷ କରି ଏହା ସାମାଜିକ ଓ ଆର୍ଥିକ ରୂପେ ଦୁର୍ବଳ ସମୁଦାୟ ଓ ଆଦିବାସୀ ସମୁଦାୟଗୁଡିକ ଉପରେ ଗୁରୁତ୍ୱ ଦେବ ।’ ଆଇଏଚ୍ସିଏଲ୍ ଓଡିଶାର ଭୁବନେଶ୍ୱରଠାରେ ଟାଟା ଷ୍ଟ୍ରାଇଭ୍ ସହ ସହଭାଗିତାରେ ଏକ ମଲ୍ଟି-ଲେଭେଲ୍ ସ୍କିଲ୍ ସେଂଟର୍ର ଶୁଭାରମ୍ଭ କରିଛି, ଯେଉଁଠାରେ ଛାତ୍ରଛାତ୍ରୀମାନେ ବିବାନ୍ତ ଭୁବନେଶ୍ୱରରେ ଅନ୍-ଦ-ଜବ୍ ଟ୍ରେନିଙ୍ଗ୍ ସହିତ ଖାଦ୍ୟ ଓ ପାନୀୟ ସେବା କ୍ଷେତ୍ରରେ ପାଠ୍ୟକ୍ରମର ଅନୁସରଣ କରୁଛନ୍ତି । ରଙ୍ଗଜାନ୍, ଆସାମରେ ଥିବା ଡନ୍ ବସ୍କୋ ଟେକ୍ ସ୍କିଲ୍ ସେଂଟର୍ ଉଭୟ ଆସାମ ଓ ନାଗାଲ୍ୟାଣ୍ଡର ବେକାର ଯୁବକ ଯୁବତୀଙ୍କୁ ଦକ୍ଷତା ପାଠ୍ୟକ୍ରମ ପ୍ରଦାନ କରୁଛି । ସେହିପରି ମଧ୍ୟପ୍ରଦେଶର ଛିନ୍ଦୱାରାରେ ଥିବା ହସ୍ପିଟାଲିଟି ସ୍କିଲ୍ ସେଂଟର୍ ଟାଟା ଷ୍ଟ୍ରାଇଭ୍ ଓ ସିଆଇଆଇ ସହ ସହଭାଗିତାରେ କୁକିଙ୍ଗ୍ ଓ ବେକିଙ୍ଗ୍ କ୍ଷେତ୍ରରେ ଏକ ବିସ୍ତୃତ ଏଂଟରପ୍ରେନ୍ୟୋରସିପ୍ କୋର୍ସ ପ୍ରଦାନ କରୁଛି ।
