ଆଜି ଠାରୁ ଓଜେଇଇ ୱେବ୍ କାଉନସେଲିଂ, ଏଠାରେ ଦେଖନ୍ତୁ ବିସ୍ତୃତ ବିବରଣୀ
ଭୁବନେଶ୍ୱର : ଓଜେଇଇ ୱେବ୍ କାଉନସେଲିଂ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ସେପ୍ଟେମ୍ବର ୧୨ ରୁ ଏମବିଏ, ଏମସିଏ, ଏମ.ଟେକ୍, ଏମ୍.ଆର୍କ, ଏମ୍.ପ୍ଲାନ୍ ଏବଂ ସେପ୍ଟେମ୍ବର ୧୩ ରୁ ବି.ଟେକ୍, ବି.ଆର୍କ, ବି.ପ୍ଲାନ୍, ବି.କ୍ୟାଟ୍, ଇଣ୍ଟିଗ୍ରେଟେଡ୍ ଏମ.ଏସସି ପାଇଁ କାଉନସେଲିଂ କରାଯିବ । କାଉନସେଲିଂର ସମସ୍ତ ପ୍ରକ୍ରିୟା www.ojee.nic.in ଏବଂ www.odishajee.com ରେ ବିସ୍ତୃତ ବିବରଣୀ ମିଳିବ ।
ସୂଚନା ଯେ, ଗତ ଜୁଲାଇ ୮ ରେ ୪୭ ହଜାର ୭୨୯ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେଇଥିଲେ । ପରୀକ୍ଷା ପାଇଁ ରାଜ୍ୟର ୩୦ ଟି ଜିଲାରେ ୬୧ ପରୀକ୍ଷା କେନ୍ଦ୍ର କରାଯାଇଥିଲା । ସେହିପରି ସେପ୍ଟେମ୍ବର ୩ ରୁ ୭ ପର୍ଯ୍ୟନ୍ତ ସ୍ପେଶାଲ ଓଜେଇଇ ଆୟୋଜିତ ହୋଇଥିଲା । ଏଥିରେ ୨୮,୬୨୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।
