ଲଜ୍ରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ପୁରୀ : ପୁରୀ କୁମ୍ଭାରପଡା ଥାନା ଅନ୍ତର୍ଗତ ବଡ଼ଶଙ୍ଖ ସ୍ଥିତ ଏକ ଲଜ୍ ରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି ପୋଲିସ । ୨୨ ବର୍ଷିୟା ଏହି ଯୁବତୀ ଜଣକ ଭୁବନେଶ୍ୱରରୁ ପୁରୀ ଆସିଥିଲେ ଏବଂ ଏହି ଲଜ୍ ରେ ରହିଥିଲେ । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ କାହିଁକି ସେ ଆତ୍ମହତ୍ୟା କଲେ ସେନେଇ ଖୋଳତାଡ଼ ଚଳାଇଛି କୁମ୍ଭାରପଡା ଥାନା ପୋଲିସ ।
ବଡ଼ଶଙ୍ଖ ସ୍ଥିତ ଏଚଆର ଲଜରେ ଜଣେ ଛାତ୍ରୀର ଝୁଲନ୍ତା ମୃତ ଶରୀର ପୋଲିସ ଜବତ କରିଛି । ଛାତ୍ରୀ ଜଣଙ୍କ ହାତ କାଟି ଦେବା ସହ ଓଢଣୀ ଲଗାଇ ପଙ୍ଖାରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏ ସଂପର୍କରେ ଲଜର ମ୍ୟାନେଜର କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ସମେତ ସାଇଟିଂଫିକ୍ ଟିମ ଘଟଣା ସ୍ଥଳରେ ପହଂଚି ତନନ୍ତ ଚଳାଇଛନ୍ତି । ଏ ସଂପକରେ ମୃତ ଛାତ୍ରୀର ପରିବାର ଲୋକଙ୍କୁ ପୋଲିସ ପଚରାଉଚରା କରୁଛି । ମୃତ ଛାତ୍ରୀ ଜଣକ ଭୁବନେଶ୍ୱର ଗଙ୍ଗନଗର ଅଞ୍ଛଳର ପାୟଲ ମହାନ୍ତି ବୋଲି ଜଣାପଡ଼ିଛି । ଗତକାଲି ସେ ପୁରୀ ଆସି ଏଚଆର ଲଜରେ ରହିଥିଲେ । ପାୟଲ ସୁଇସାଇଟ ନୋଟ ଲେଖିବା ସହ ପରିବାରର ସମସ୍ତେ ଭଲ ଲୋକ ବୋଲି ଲେଖିଛନ୍ତି । ଏ ସଂପର୍କରେ ପୋଲିସ ତନାଘନା ତଦନ୍ତ କରୁଛି ।
