କଲ୍ୟାଣ ମଣ୍ଡପ ପରିସରରେ ବିଜେପି ର କାର୍ୟକର୍ତା ଙ୍କ ବୈଠକ
ଯାଜପୁର : ବିରଜା କଲ୍ୟାଣ ମଣ୍ଡପ ପରିସରରେ ବିଜେପି ର କାର୍ୟକର୍ତା ଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂଗଠନ କୁ ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ। କେନ୍ଦ୍ର ସରକାର ଙ୍କ ସଫଳତା ଓ ରାଜ୍ୟ ସରକାର ଙ୍କ ବିଫଳତା ର ବାର୍ତା କୁ ଘରେ ଘରେ ପହଞ୍ଚାଇବା ପାଇଁ ସେ ଆହ୍ୱାନ ଦେଇଥିଲେ। ଜିଲା ସଭାପତି ଗୌତମ ରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଜେପି ବରିଷ୍ଠ ନେତା ସାରଦା ଶତପଥୀ, ପୃଥ୍ୱୀରାଜ ହରିଚନ୍ଦନ ଙ୍କ ସମେତ ବିଭିନ୍ନ ଜିଲା ସ୍ତରୀୟ ନେତା ଉପସ୍ଥିତ ଥିଲେ।
