“ଉଦ୍ୟୋଗୀ ବିକାଶ ମାଧ୍ୟମରେ ମହିଳା ଗୋଷ୍ଠୀକୁ ସଶକ୍ତିକରଣ” ଉପରେ ଏକ କର୍ମଶାଳା
ଖୋର୍ଦ୍ଧା : ଗୋଷ୍ଠୀ ଆଭିମୁଖ୍ୟ ମାଧ୍ୟମରେ ମହିଳା ସଶକ୍ତିକରଣ ହେଉଛି ଆତ୍ମନିଯୁକ୍ତି ଏବଂ ଉଦ୍ୟୋଗ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରଭାବଶାଳୀ ପନ୍ଥା, କାରଣ ନାରୀମାନଙ୍କର ବ୍ୟବହାରିକ ଆଭିମୁଖ୍ୟ ରହିଛି ଏବଂ ଦୈନନ୍ଦିନ ଜୀବନରେ ବାସ୍ତବତା ସହିତ ମୁକାବିଲା କରନ୍ତି । ଏହି ବିଷୟକୁ ଦୃଷ୍ଟିରେ ରଖି ଜାତୀୟ ଧାନ ଗବେଷଣା ଅନୁଷ୍ଠାନ, କଟକ ଦ୍ୱାରା ୯ ସେପ୍ଟେମ୍ବର, ୨୦୨୨ ରେ କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଓ ଖୋର୍ଦ୍ଧାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ “ଉଦ୍ୟୋଗୀ ବିକାଶ ମାଧ୍ୟମରେ ମହିଳା ଗୋଷ୍ଠୀକୁ ସଶକ୍ତିକରଣ” ଉପରେ ଏକ କର୍ମଶାଳା ଅନୁଷ୍ଠିତ କରାଯାଇଥିଲା, ଯେଉଁଥିରେ ପ୍ରାୟ ୩୦୦ ରୁ ଅଧିକ ମହିଳା ଅଂଶଗ୍ରହଣକାରୀ ଯୋଗଦାନ କରିଥିଲେ । ଓଡ଼ିଶା ସରକାରଙ୍କର ଆଇନ, ଅନୁସୂଚିତ ଜାତି ଓ ଜନଜାତି ଏବଂ ସଂଖ୍ୟାଲଘୁ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ, ମାନ୍ୟବର ଶ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । କୋଭିଡ୍ ପରବର୍ତ୍ତୀ ପରିସ୍ଥିତିରେ ମହିଳା ସଶକ୍ତିକରଣ ସହ ଜଡିତ ବିଭିନ୍ନ ସରକାରୀ ଯୋଜନା ବିଷୟରେ ସୂଚନା ଦେଇଥିଲେ, ଯାହା ଅନେକ ପରିବାରର ଆର୍ଥିକ ସ୍ଥିତିକୁ ବ୍ୟାହତ କରିଛି । ଉପେକ୍ଷିତ ତଥା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଜନସଂଖ୍ୟାର ଉନ୍ନତି ପାଇଁ କାର୍ଯ୍ୟ କରିବା ସରକାରଙ୍କର ଏକ ଆଦେଶ । ଓଡ଼ିଶା ସରକାରଙ୍କର ମହିଳା ଏବଂ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ମାନ୍ୟବର ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍ ଅଂଶଗ୍ରହଣକାରୀ ମାନଙ୍କୁ ଉଦ୍ୟୋଗ ସୃଷ୍ଟି କରୁଥିବା କାର୍ଯ୍ୟକଳାପରେ ଜଡିତ ହୋଇ ସ୍ୱୟଂ ନିଯୁକ୍ତ ମାଧ୍ୟମରେ ସେମାନଙ୍କର ଜୀବିକା ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ । ମିଶନ ଶକ୍ତି ଏହି ଦିଗରେ କାର୍ଯ୍ୟ କରୁଛି । ସରକାରୀ ପଦକ୍ଷେପଗୁଡିକର ଲାଭ ଉଠାଇବାକୁ ସେ ଅଂଶଗ୍ରହଣକାରୀମାନଙ୍କୁ ଅନୁରୋଧ କରିଥିଲେ । ଅନୁସୂଚିତ ଜାତି ଉପ-ଯୋଜନାର ଅଧ୍ୟକ୍ଷ ଏବଂ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ, କଟକର ନିର୍ଦ୍ଦେଶକ ଡଃ ଭାସ୍କର ଚନ୍ଦ୍ର ପାତ୍ର ଏହି ଅନୁଷ୍ଠାନ ଦ୍ୱାରା ଝଉଝଚ କାର୍ଯ୍ୟକ୍ରମ ଦ୍ୱାରା ପରିଚାଳିତ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ ଏବଂ ପ୍ରତ୍ୟେକ ପରିବାରର ପୁଷ୍ଟିକର ତଥା ଆର୍ଥକ ନିରାପତ୍ତା ନିଶ୍ଚିତ କରିବାକୁ ମହିଳା ସଶକ୍ତିକରଣର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଶ୍ରୀମତୀ ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର ମହୋଦୟା, ସଦସ୍ୟା ମହିଳା ଶାଖା, ପୂର୍ବତନ ଅଧ୍ୟକ୍ଷା, ମହିଳା ବିକାଶ ସମବାୟ ନିଗମ, ପୂର୍ବତନ ଅଧ୍ୟକ୍ଷା, ଓଡିଶା ପର୍ଯ୍ୟଟନ ବିକାଶ ନିଗମ ପାରିବାରିକ ଆୟ ଏବଂ ସ୍ୱାସ୍ଥ୍ୟ ସ୍ଥିତିର ଉନ୍ନତି ପାଇଁ ମହିଳା ସଶକ୍ତିକରଣର ଆବଶ୍ୟକତା ଉପରେ ଗୁରୁତ୍ୱଆରୋପ କରିଥିଲେ ।ସମାଜ ବିଜ୍ଞାନ ବିଭାଗର ମୁଖ୍ୟ ଡଃ ଜି.ଏ.କେ. କୁମାର ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଏବଂ ନୋଡାଲ୍ ଅଫିସର୍ ଡଃ ବିଶ୍ୱଜିତ୍ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ । ମହିଳା ଶାଖାର ଆବାହକ, ସ୍ୱୀକୃତି ପଟ୍ଟନାୟକ, ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତନୟା ପଟ୍ଟନାୟକ ଏବଂ ରାଧାରାଣୀ ସ୍ୱୟଂ ସହାୟକ ଗୋଷ୍ଠୀର ସଚିବ ଦେବଜାନି ଦାସ ଉଦ୍ୟୋଗୀ ଯାତ୍ରା, ବ୍ରାଣ୍ଡିଂ ଓ ମାର୍କେଟିଂ ଏବଂ ମିଲେଟ୍ ମିଶନ ଇତ୍ୟାଦି ବିଭିନ୍ନ ପ୍ରସଙ୍ଗରେ ବୈଷୟିକ ଅଧିବେଶନରେ ଆଲୋଚନା କରିଥିଲେ ।ଅଂଶଗ୍ରହଣକାରୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବିଶେଷଜ୍ଞ ଏବଂ କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ସମାଜରେ ସେମାନଙ୍କର ଅବଦାନ ପାଇଁ କିଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ମାନିତ କରାଯାଇଥିଲା । ଗୋଷ୍ଠୀ ସଦସ୍ୟମାନେ ଏକକ ଭାବରେ କିମ୍ବା ଗୋଷ୍ଠୀଭାବରେ ଉଦ୍ୟୋଗ ବିକାଶର ଲକ୍ଷ୍ୟ ନେଇ ଆତ୍ମ ନିଯୁକ୍ତି ପାଇଁ ପ୍ରେରଣାନ୍ୱିତ ହେଲେ ।
