ଜିଲ୍ଲା ସବ ଜୁନିୟର ଖୋଖୋ ପ୍ରତିଯୋଗିତା
ବାଲେଶ୍ୱର : ଜିଲ୍ଲା ଆଥେଲେଟିକ ଆସୋସିଏସନ ଆନୁକୁଲ୍ୟରେ ଚଳିତ ସେପ୍ଟେମ୍ବର ମାସ ୧୭ ତାରିଖ ଶନିବାର ସକାଳ ୯ ଘଟିକା ସମୟରେ ସ୍ଥାନୀୟ ଖ୍ରୀଷ୍ଟିଆନ ହାଇସ୍କୁଲ ପଡିଆରେ ଜିଲ୍ଲା ସବ ଜୁନିୟର (୧୪ ବର୍ଷରୁ କମ୍) ବାଳକ ଓ ବାଳିକା ମାନଙ୍କର ଖୋଖୋ ପ୍ରତିଯୋଗିତା ଅନୁଷ୍ଟିତ ହେବ । ଏଥିରେ ଅଂଶ ଗ୍ରହଣ କରିବାକୁ ଇଛୁକ ଦଳ ଓ ଅନୁଷ୍ଟାନ ଗୁଡିକ ସେପ୍ଟେମ୍ବର ମାସ ୧୪ ତାରିଖ ସୁଦ୍ଧା ସେମାନଙ୍କର ପଞ୍ଜିକରଣ ଷ୍ଟାଡିୟମ ଅପିଂସରେ କରିବାକୁ ଅନୁରୋଧ କରାଯାଇଛି । ପ୍ରତିଯୋଗିତା ସମ୍ପର୍କରେ ସମସ୍ତବିଷୟ ପାଇଁ ଉପସଭାପତି ଶ୍ରୀ ବୀରେଦ୍ର କୁମାର ସ୍ୱାଇଁ ଓ ୟୁଗ୍ମ ସଂମ୍ପାଦକ ଶ୍ରୀ କାର୍ତୀକ ଚନ୍ଦ୍ର୍ର ନାୟକ କିମ୍ବା ଖ୍ରୀଷ୍ଟିଆନ ହାଇସ୍କୁଲ ର କ୍ରୀଡା ଶିକ୍ଷକ ଚିତରଂଜନ ପାଶା ଙ୍କ ସହିତ ଯୋଗାଯୋଗ କରିବାକୁ ସାଧାରଣ ସମ୍ପାଦକ ଅଭୟ ମହାପାତ୍ର ଜଣାଇଛନ୍ତି । ପ୍ରକାଶ ଥାଉକି ଆବଶ୍ୟକ ସଂଖ୍ୟକ ଦଳ ନହେଲେ ସିଲେକସନ ଟ୍ରାଏଲ କରାଯିବ ।
