ପିତୃପକ୍ଷ-୨୦୨୨ କେବେ ଠାରୁ କେବେ ପର୍ଯ୍ୟନ୍ତ ? ଗରୁଡ଼ ପୁରାଣ ଅନୁସାରେ ଜାଣନ୍ତୁ ଏହି ସମୟରେ କଣ କରିବା ଉଚିତ
ପିତୃପକ୍ଷ ୨୦୨୨ କେବେ ଠାରୁ କେବେ ପର୍ଯ୍ୟନ୍ତ। ସ୍ତ୍ରୀ ପୁରୁଷ ପିଲା ସମସ୍ତେ ଧ୍ୟାନ ଦିଅନ୍ତୁ। ପିତୃପକ୍ଷର ୭ ଟି ଆବଶ୍ୟକୀୟ ନିୟମ। ପିତୃପୁରୁଷ କ୍ରୋଧିତ ହୋଇଗଲେ ଏଠି ସେଠି ଠକର ଖାଇବାକୁ ପଡିଥାଏ।
ଏହି ବର୍ଷ ପିତୃପକ୍ଷର ଆରମ୍ଭ ୧୦ ସେପ୍ଟେମ୍ବରରୁ ହେଉଛି। ପିତୃପକ୍ଷ ୨୫ ସେପ୍ଟେମ୍ବରରେ ସର୍ଵପିତୃ ଅମାବାସ୍ୟା ପର୍ଯ୍ୟନ୍ତ ରହିବ। ଏହି ବର୍ଷ ୧୭ ସେପ୍ଟେମ୍ବରରେ ଶ୍ରାଦ୍ଧର ତିଥି ନାହିଁ। ପିତୃପକ୍ଷରେ ପୂର୍ବଜଙ୍କୁ ସ୍ମରଣ କରି ତାଙ୍କର ପୂଜା କରାଯାଏ ତାଙ୍କ ପାଇଁ ଶ୍ରାଦ୍ଧ କର୍ମ କରାଯାଏ। ଏହି ସମୟରେ ସମସ୍ତ ପିତୃପୁରୁଷ ପୃଥିବୀରେ ବାସ କରନ୍ତି ଏବଂ ସେମାନେ ଆଶା ରଖିଥାନ୍ତି କି ତାଙ୍କର ସନ୍ତାନ ତାଙ୍କ ପାଇଁ ତର୍ପଣ ଶ୍ରାଦ୍ଧ ଏବଂ ପିଣ୍ଡଦାନ ଆଦି କରନ୍ତୁ। ଏହି କାର୍ଯ୍ୟରେ ସେମାନେ ସନ୍ତୁଷ୍ଟ ହୋଇ ଆଶୀର୍ବାଦ ଦେଇ ନିଜର ଲୋକକୁ ଫେରି ଯାଆନ୍ତି। ମାନ୍ୟତା ଅନୁସାରେ ଯେଉଁ ଲୋକମାନେ ନିଜର ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରନ୍ତି ନାହିଁ ସେମାନେ ତାଙ୍କର ଅଭିଶାପର ଭାଗିଦାର ବନିଥାନ୍ତି ଏବଂ ତାଙ୍କ ଜୀବନରେ ଅନେକ ପ୍ରକାରର ସମସ୍ୟା ଉତ୍ପନ୍ନ ହୋଇଯାଏ।
ପିତୃଦୋଷ ନିବାରଣର କାର୍ଯ୍ୟ ସମସ୍ତଙ୍କୁ କରିବା ଉଚିତ। ସ୍ତ୍ରୀ ପୁରୁଷ ପିଲା ସମସ୍ତଙ୍କୁ ନିୟମର ପାଳନ କରିବା ଉଚିତ। ପିତୃପୁରୁଷ କ୍ରୋଧିତ ହୋଇଗଲେ ତାଙ୍କୁ ମନେଇବା ସହଜ ନୁହେଁ। ସେଥିପାଇଁ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବଡ଼ ପୂଜାପାଠ କରିବା ପାଇଁ ପରାମର୍ଶ ଦିଆଯାଏ କିନ୍ତୁ ପିତୃପକ୍ଷ ଏମିତି ଏକ ସମୟ ଅଟେ ଏହି ସମୟରେ ପିତୃପୁରୁଷଙ୍କୁ ସହଜ ଉପାୟରେ ସନ୍ତୁଷ୍ଟ କରିହେବ। ଏହି ୧୫ ଦିନ ତାଙ୍କୁ ସମର୍ପଣ ଅଟେ। ଏହି ୧୫ ଦିନରେ ପିତୃପୁରୁଷ ପୃଥିବୀକୁ ନିଜର ଘର ଲୋକଙ୍କ ପାଖରୁ ଭଲପାଇବା ସ୍ନେହ ପାଇବା ପାଇଁ ଆସିଥାଆନ୍ତି କିନ୍ତୁ ଯଦି ଏହି ସମୟରେ ନିୟମର ପାଳନ ନକରିବେ ତେବେ ପିତୃପୁରୁଷ ନିରାଶା ହୋଇ ଫେରିଯାଇଥାନ୍ତି। ଫେରିବା ସମୟରେ ଆପଣଙ୍କୁ ଅଭିଶାପ ଦେଇକରି ଯାଇଥାନ୍ତି। ଏମିତିରେ ପିତୃଦୋଷ ଲାଗିଥାଏ।
ପିତୃଦୋଷ ଲାଗିବାର ଏହିସବୁ ଲକ୍ଷଣ ଦେଖାଦେଇଥାଏ :
କୌଣସି କାର୍ଯ୍ୟ ସହଜରେ ପୁରା ହୋଇନଥାଏ। କୌଣସି ନାଁ କୌଣସି ବାଧା ଆସିଥାଏ। ପରିବାରରେ ଭାଇ ଭଉଣୀ କିମ୍ବା ପରସ୍ପର ମଧ୍ୟରେ ଭଲ ବୁଝାମଣା ରହେ ନାହିଁ ସନ୍ତାନଙ୍କ ବିବାହରେ ବାଧା ଆସିଥାଏ ଯଦି କୌଣସି ବି ପ୍ରକାରରେ ବିବାହ ହୋଇଯାଏ ତ ସନ୍ତାନ ପ୍ରାପ୍ତିରେ ବାଧା ଆସିଥାଏ ଅଧିକ ପରିଶ୍ରମ କରିବା ପରେ ମଧ୍ୟ ପର୍ଯ୍ୟାପ୍ତ ଧନ ଘରକୁ ଆସିନଥାଏ। ଟଙ୍କା ଆସିଥାଏ କିନ୍ତୁ ରହେ ନାହିଁ ସମସ୍ତ ପ୍ରକାରର ବାଧା ଆସିଥାଏ ଏହି ପିତୃଦୋଷ କାରଣରୁ।
ଗରୁଡ଼ ପୁରାଣ ଅନୁସାରେ ଏହି ସମୟରେ କଣ କରିବା ଉଚିତ ଆସନ୍ତୁ ଜାଣିବା :
ଏହି ୧୫ ଦିନ ଘରେ ସ୍ୱାତିକ ଭଜନ ପ୍ରସ୍ତୁତ ହେବା ଉଚିତ।
ଏହି ସମୟରେ ମାଂସ ବା ଆମିଷ ଜିନିଷର ଭଜନ ପ୍ରସ୍ତୁତ କରିବେ ନାହିଁ। ଏହି ଦିନରେ ରସୁଣ ପିଆଜର ବି ସେବନ କରିବା ଉଚିତ ନୁହେଁ।
ମସୁର ଡାଲିକୁ କୌଣସି ବି ପ୍ରକାରରେ ଶ୍ରାଦ୍ଧରେ ଉପଯୋଗ କରିବାକୁ ବର୍ଜିତ କରାଯାଇଛି।
ଶ୍ରାଦ୍ଧରେ ବୁଟକୁ ବି ମଧ୍ୟ ବର୍ଜିତ କରାଯାଇଛି।
ଏହି ୧୫ ଦିନ ପର୍ଯ୍ୟନ୍ତ କେଶ ଏବଂ ନଖ କାଟିବା ଉଚିତ ନୁହେଁ।
ଏହି ପୁରା ୧୫ ଦିନ ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟର ପାଳନ କରିବା ଉଚିତ।
ଏହି ସମୟରେ କୌଣସି ବି ପ୍ରକାରର ମାଙ୍ଗଳିକ କାର୍ଯ୍ୟ କରିବା ଉଚିତ ନୁହେଁ। ବିବାହ ସୁକୃତ ଏବଂ ଗୃହ ପ୍ରବେଶ ଆଦି ମାଙ୍ଗଳିକ କାର୍ଯ୍ୟ କରିବା ଉଚିତ ନୁହେଁ।
ଏହି ଦିନରେ ସନ୍ଧ୍ୟା ସମୟରେ ସ୍ୱାତିକ ଭଜନ ପ୍ରସ୍ତୁତ କରି ସମସ୍ତ ଖାଦ୍ୟ ପଦାର୍ଥରୁ ଅଳ୍ପ ଅଳ୍ପ ଭାଗ କରି ଥାଳିରେ ରଖି ରୋଷେଇ ଘରର ଦକ୍ଷିଣ ଦିଗରେ କିମ୍ବା ଛାତ ଉପରେ ରଖନ୍ତୁ ଏବଂ ଏହା ସହିତ ପାଣି ବି ରଖିଦିଅନ୍ତୁ। ରୋଷେଇ ଘରେ ରଖୁଥିଲେ ପରେ ସେହି ଖାଦ୍ୟକୁ ପକ୍ଷୀ ମାନଙ୍କୁ ଖାଇବାକୁ ଦେଇଦେବେ। ପିତୃଙ୍କ ପାଇଁ ଯେଉଁ କାର୍ଯ୍ୟ କରିବେ ତାହା ଦକ୍ଷିଣ ଦିଗରେ ହିଁ କରିବେ। ଏହାକୁ ପିତୃଙ୍କ ଦିଗ ମାନାଯାଏ। ସେହି ଦିଗରୁ ପିତୃଗଣ ପୃଥିବୀକୁ ଆସିଥାନ୍ତି ଏବଂ ଦେବତା ପାଇଁ ଯେଉଁ କାର୍ଯ୍ୟ କରାଯାଏ ତାହା ଉତ୍ତର-ପୂର୍ବ ଦିଗରେ କରାଯାଏ।
ପିତୃଦୋଷ ଲାଗିଲେ ଘରର ସଦସ୍ୟମାନେ ବହୁତ କଷ୍ଟ ଭୋଗିଥାନ୍ତି। ଯଦି ଶ୍ରାଦ୍ଧ କର୍ମ ନକରନ୍ତି ତାହାର କୁପ୍ରଭାଵ ଭୋଗିବାକୁ ପଡିଥାଏ। ଘରର କୌଣସି ବି ସଦସ୍ୟ ଏହି କାର୍ଯ୍ୟ କରିପାରିବେ। ଏହାର କୌଣସି ବି ଦୋଷ ଆପଣଙ୍କୁ ଲାଗିବ ନାହିଁ। ଏହି ସମୟରେ ଘର ବାହନ ଗହଣା କିମ୍ବା କୌଣସି ବି ବଡ଼ ଜିନିଷର କ୍ରୟ କରିବା ଉଚିତ ନୁହେଁ। ଯଦି ଘରର କୌଣସି ଏକ ସଦସ୍ୟ ଏହି କର୍ମ କରୁଛନ୍ତି ତ ଘରର ଅନ୍ୟ ସଦସ୍ୟଙ୍କୁ ବି ଏହି ନିୟମର ପାଳନ କରିବା ଉଚିତ।

ଯେତେବେଳେ ପିତୃପକ୍ଷ ଆରମ୍ଭ ହୋଇଯିବ ତ ଘରର ସମସ୍ତ ସଦସ୍ୟ ସକାଳୁ ଉଠି ପୂଜା କରିବା ପରେ ଦକ୍ଷିଣ ଦିଗକୁ ମୁହଁ କରି ଓଁ ପିତୃଦେଵତାୟ ନମଃ ଏହି ମନ୍ତ୍ରର ଜପ କରନ୍ତୁ। ଥରେ ପିତୃଦେବଙ୍କ କୃପା ହୋଇଗଲେ ଘରକୁ ଉନ୍ନତି ନିଶ୍ଚୟ ଆସିବ।
ପିତୃପକ୍ଷରେ ସ୍ନାନ କରିବା ସମୟରେ ତେଲ ସାବୁନ ଆଦିର ବ୍ୟବହାର କରିବା ଉଚିତ ନୁହେଁ।
ପିତୃପକ୍ଷରେ ଶ୍ରାଦ୍ଧ କର୍ମ ସକାଳ ୧୧.୩୦ ରୁ ଆରମ୍ଭ କରି ଦିପ୍ରହର ୨.୩୦ ମିନିଟ ମଧ୍ୟରେ କରିନେବେ।
ଏହି ସମୟରେ ଯେତେବେଳେ ଆପଣ ସକାଳୁ ନିଜର ପିତୃଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ତ ପ୍ରଥମ ରୋଟି ଗାଈ ମାତାଙ୍କ ପାଇଁ କରନ୍ତୁ। ଏହାର ଦ୍ୱିତୀୟ ରୋଟିରେ ଅଧା ଭାଗ କୁଆଙ୍କୁ ଦିଅନ୍ତୁ ଅଧା କୁକୁରଙ୍କୁ ଦିଅନ୍ତୁ। ଏହା ପୁରା ପିତୃପକ୍ଷ ସାରା କରନ୍ତୁ। ଆମର ପିତୃଦେବ କୁଆ ରୂପରେ କୁକୁର ରୂପରେ ଆସିଥାନ୍ତି।
ଶ୍ରାଦ୍ଧ କର୍ମ ସମୟରେ ହାତରେ କୁଶ ନିଶ୍ଚୟ ଧାରଣ କରନ୍ତୁ। କଳା ତିଳର ବ୍ୟବହାର ନିଶ୍ଚୟ କରନ୍ତୁ।
ଗୟାରେ ପିଣ୍ଡ ଦାନ କରିଥିଲେ ମଧ୍ୟ ଏହି ଦିନରେ ପିତୃଙ୍କ ପାଇଁ ଶ୍ରାଦ୍ଧ କର୍ମ ନିଶ୍ଚୟ କରିବା ଉଚିତ।
ଏହି ସମୟରେ ଗୀତା କିମ୍ବା ରାମାୟଣର ପାଠ ନିଶ୍ଚୟ କରନ୍ତୁ। ପ୍ରତିଦିନ ଗୀତାର ପାଠ କରନ୍ତୁ। ଗୀତା ପାଠ କରିଲେ ପିତୃଙ୍କୁ ମୋକ୍ଷ ପ୍ରାପ୍ତ ହୋଇଥାଏ। ତାଙ୍କୁ ବୈକୁଣ୍ଠ ଧାମର ପ୍ରାପ୍ତି ହୋଇଥାଏ।
