୧୬ରୁ ‘ଏଲ୍ଏଲ୍ସି’ : ଗୁଜରାଟ ଜାଏଣ୍ଟ୍ସରେ ସେହବାଗ ଓ ଇଣ୍ଡିଆ କ୍ୟାପିଟାଲ୍ସର ନେତୃତ୍ବ ନେବେ ଗମ୍ଭୀର
ନୂଆଦିଲ୍ଲୀ : ଚଳିତବର୍ଷ ଠାରୁ ଆରମ୍ଭ ହେବାକୁ ଯାଉଛି ଆଉ ଏକ ଲିଜେଣ୍ଡସ ଲିଗ୍ କ୍ରିକେଟ୍ ‘ଏଲ୍ଏଲ୍ସି’ । ଆସନ୍ତା ସେପ୍ଟେମ୍ବର ୧୬ରୁ କୋଲକାତାରେ ଆରମ୍ଭ ହେବ ଏହି ପ୍ରତିଯୋଗିତା । ୪ ଦଳୀୟ ଏବଂ ୧୬ ମ୍ୟାଚ୍ ବିଶିଷ୍ଟି ଏହି ପ୍ରତିଯୋଗିତାରେ ବୀରେନ୍ଦ୍ର ସେହବାଗ ଓ ଗୌତମ ଗମ୍ଭୀର ମଧ୍ୟ ଗୋଟିଏ ଲେଖାଏଁ ଦଳର ନେତୃତ୍ବ ନେବେ ବୋଲି ଘୋଷଣା କରାଯାଇଛି।
ଆଦାନି ପ୍ରାୟୋଜିତ ଗୁଜରାଟ ଜାଏଣ୍ଟ୍ସର ଭାର ସେହବାଗ ସମ୍ଭାଳିବେ। ଇଣ୍ଡିଆ କ୍ୟାପିଟାଲ୍ସର ନେତୃତ୍ବ ନେବେ ଗମ୍ଭୀର। ଏହି ଲିଗ୍ର ମ୍ୟାଚ୍ଗୁଡିକ କୋଲକାତା, ଲକ୍ଷ୍ନୌ, ନୂଆଦିଲ୍ଲୀ, କଟକ ଓ ଯୋଧପୁରରେ ହେବ। ପ୍ଲେ ଅଫ୍ ଓ ଫାଇନାଲ୍ ମ୍ୟାଚ ପାଇଁ ସ୍ଥାନ ନିର୍ଦ୍ଧାରିତ ହୋଇ ନାହିଁ।
