ସ୍ବଇଛାରେ ଶାଶୁ ଘର ଛାଡ଼ିବେ ବର୍ଷା; ଲେଖିଲେ ମୋ ଜୀବନ ପଛେ ନର୍କେ ପଡିଥାଉ….
ଭୁବନେଶ୍ୱର : ଅନୁଭବଙ୍କ ସହ ପାରିବାରିକ ବିବାଦ ଭିତରେ ଘର ଚାଡିବା ପାଇଁ ନିଜ ଆଡୁ ଆବେଦନ କରିଛନ୍ତି ବର୍ଷା। କୋର୍ଟଙ୍କୁ ଏଥିପାଇଁ ଏକମାସ ସମୟ ମାଗିଛନ୍ତି। ବର୍ଷାଙ୍କ ଟିମ ପକ୍ଷରୁ କୁହାଯାଇଛି ଶ୍ୱଶୁରଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ସର୍ବତ୍ର ଶୁଣିବାକୁ ମିଳୁଥିବା ବେଳେ ବର୍ଷା ତାକୁ ସତ୍ୟ ମନେ କରି ତାଙ୍କ ତରଫରୁ ଘରୁ ଚାଲିଯିବା ପାଇଁ ନିଷ୍ପତ୍ତି ନେଇ କୋର୍ଟକୁ ଜଣାଇଛନ୍ତି।
ବହୁଚର୍ଚ୍ଚିତ ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାରେ ଏସଡିଜେଏମ କୋର୍ଟଙ୍କ ରାୟକୁ ଜିଲାଜଜ୍ କାୟମ ରଖିଛନ୍ତି । ପୂର୍ବରୁ ଏସଡିଜେଏମ୍ କୋର୍ଟ ବର୍ଷାଙ୍କୁ ଶାଶୁଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ବର୍ଷା ଜିଲ୍ଲା କୋର୍ଟରେ ଏହି ରାୟକୁ ଚ୍ୟାଲେଞ୍ଜ କରିଥିଲେ । କିନ୍ତୁ ଜିଲ୍ଲା ଜଜ୍ ମଧ୍ୟ ସମାନ ରାୟ ଦେଇଛନ୍ତି । ଫଳରେ ମାସକ ମଧ୍ୟରେ ବର୍ଷା ଶାଶୁଘର ଛାଡ଼ିବେ ବୋଲି କୋର୍ଟରେ ଜଣାଇଛନ୍ତି ।
ସୂଚନା ଯେ, ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଶାଶୁଘର ଛାଡ଼ିବାକୁ ନେଇ ସାଂସଦ ଅନୁଭବ ମହାନ୍ତି ଏସଡିଜେଏମ୍ କୋର୍ଟରେ ଆବେଦନ କରିଥିଲେ । ଏହାର ଶୁଣାଣି କରି କୋର୍ଟ ବର୍ଷାଙ୍କୁ ଶାଶୁଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ବର୍ଷା ଅନ୍ୟତ୍ର ରହିବା ପାଇଁ ମାସିକ ୩୦ ହଜାର ଟଙ୍କା ଦେବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
