ଭାରତ-ପାକିସ୍ତାନ ଏସିଆ କପ-୨୦୨୨ : ଜାଣନ୍ତୁ ତାରିଖ, ସମୟ, ସ୍ଥାନ ଓ ଉଭୟ ଦଳର ସମ୍ଭାବ୍ୟ ଏକାଦଶ
ନୂଆଦିଲ୍ଲୀ : ଆଉ ମାତ୍ର ଚାରଟି ଦିନ ପରେ ବହୁ ପ୍ରତିକ୍ଷୀତ ଏସିଆ କପ ଆରମ୍ଭ ହେବ। ଏହାର ଉଦ୍ଘାଟନୀ ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଗତ ବର୍ଷର ଟି-୨୦ ବିଶ୍ୱକପ ପରେ ପ୍ରଥମ ଥର ପାଇଁ ଟିମ ଇଣ୍ଡିଆ ତାର ପାରମ୍ପାରୀକ ପ୍ରତିଦ୍ୱନ୍ଦୀକୁ ଭେଟିବ। ଏଥିପାଇଁ ମଙ୍ଗଳବାର ଭାରତୀୟ ଦଳ ଦୁବାଇ ଅଭିମୁଖେ ଯାତ୍ରା କରିଛି। ୨୦୧୮ରେ ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ମ୍ୟାନ୍ ଇନ ବ୍ଲୁ ଟିମ୍ ଏହି ଟୁର୍ଣ୍ଣାମେଣ୍ଟର ଟାଇଟଲ ଜିତିଥିଲା।
ଦିନିକିଆ ସିରିଜରେ ଭାରତୀୟ ଦଳ ଜିମ୍ବାୱେକୁ ୩-୦ରେ ପରାସ୍ତ କରି ଏସିଆ କପ୍ ୨୦୨୨ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ସେପଟେ ବାବର ଆଜମଙ୍କ ଦଳ ମଧ୍ୟ ନେଦରଲ୍ୟାଣ୍ଡକୁ ସମାନ ବ୍ୟବଧାନରେ ପରାସ୍ତ କରିଛି। ତେଣୁ ଏସିଆ କପରେ କେଉଁ ଦଳ ଭଲ ଫର୍ମରେ ଅଛି ତାହା କହିବା କଷ୍ଟକର। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏସିଆ କପ ଖେଳିବାକୁ ଥିବା ଅନେକ ବରିଷ୍ଠ ପ୍ଲେୟାର ଜିମ୍ବାୱେରେ ଖେଳିବାର ସୁଯୋଗ ପାଇନଥିଲେ। ତେଣୁ ଟୁର୍ନାମେଣ୍ଟରେ ସେମାନେ କିପରି ପ୍ରଦର୍ଶନ କରିବେ ତାହା ଦେଖିବାକୁ ବାକି ରହିଲା।
କେବେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ ?
ତାରିଖ- ୨୮ ଅଗଷ୍ଟ ୨୦୨୨ (ରବିବାର)
ସ୍ଥାନ- ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ
ଟିମ୍- ଭାରତ ବନାମ ପାକିସ୍ତାନ (ଉଦ୍ଘଟନୀ ମ୍ୟାଚ)
ସମୟ- ରାତି ସାଢେ ସାତଟା
ସିଧାପ୍ରସାରଣ- ଷ୍ଟାର ସ୍ପୋର୍ଟସ ନେଟୱାର୍କ (ଟିଭି), ଡିସ୍ନି + ହଟଷ୍ଟାର୍ ଆପ୍ ଏବଂ ୱେବସାଇଟ (ଲାଇଭ୍ ଷ୍ଟ୍ରିମିଂ)
ଭାରତର ସମ୍ଭାବ୍ୟ ଏକାଦଶ- ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ, ଯୁଜବେନ୍ଦ୍ର ଚହଲ
ପାକିସ୍ତାନର ସମ୍ଭାବ୍ୟ ଏକାଦଶ- ବାବର ଆଜମ (ଅଧିନାୟକ), ମହମ୍ମଦ ରିଜୱାନ, ଫଖର ଜମାନ, ଆସିଫ ଅଲି, ଇଫ୍ତିଖର ଅହମ୍ମଦ, ହାୟଦର ଅଲି, ଶାଦବ ଖାନ, ମହମ୍ମଦ ନୱାଜ, ମହମ୍ମଦ ୱାସିମ ଜୁନିୟର, ନାସିମ ଶାହା, ଶାହନୱାଜ ଡାହାନି
ଭାରତୀୟ ଦଳ: ରୋହିତ ଶର୍ମା (କ୍ୟାପଟେନ୍), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଋଷଭ ପନ୍ତ , ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ, ରବି ବିଷ୍ଣୋଇ, ଯୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ଅର୍ଶଦୀବ ସିଂହ ଓ ଅଭେଷ ଖାନ।
ପାକିସ୍ତାନ ଦଳ: ବାବର ଆଜମ (ଅଧିନାୟକ), ଶାଦବ ଖାନ, ଆସିଫ ଅଲି, ଫଖର ଜମାନ, ହାଇଦର ଅଲି, ହରିସ ରାଉଫ, ଇଫ୍ତିଖର ଅହମ୍ମଦ, ଖୁସଦିଲ ଶାହା, ମହମ୍ମଦ ହସନେନ, ମହମ୍ମଦ ନୱାଜ, ମହମ୍ମଦ ରିଜୱାନ, ମହମ୍ମଦ ୱାସିମ, ନାସିମ ଶାହା, ଶାହନାୱାଜ ଡାହାନି ଓ ଉସମାନ କାଦିର।
