କରୁଛନ୍ତି କି ଜନ୍ମାଷ୍ଟମୀ ବ୍ରତ ? ଜାଣି ରଖନ୍ତୁ ଏହି ସମ୍ବନ୍ଧିତ କିଛି ବିଶେଷ ସୂଚନା, ନଚେତ ପଡିପାରେ ମହଙ୍ଗା
ଶାସ୍ତ୍ରରେ ଜନ୍ମାଷ୍ଟମୀ ବ୍ରତକୁ ବହୁତ ମହତ୍ତ୍ୱପୂର୍ଣ୍ଣ ମାନା ଯାଇଛି। କୁହାଯାଏ କି ଜନ୍ମାଷ୍ଟମୀ ପର୍ବ ଦିନ ଯଜ୍ଞ ଓ ବ୍ରତ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଭଗବାନ ଶ୍ରୀକୃଷ୍ଣଙ୍କର ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିଥାଏ ଏବଂ ଧନ ସଂପତ୍ତି ପ୍ରାପ୍ତ ହୋଇଥାଏ। ଆଜି ଆମେ ଆପଣଙ୍କ ମାନଙ୍କୁ ଜନ୍ମାଷ୍ଟମୀ ବିଷୟରେ କିଛି ବିଶେଷ ବିବରଣୀ ଜଣାଇବା ପାଇଁ ଯାଉଛୁ। ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରସନ୍ନ କରିବା ପାଇଁ କଣ କରିବେ, ଆସନ୍ତୁ ସେହି ବିଷୟରେ ଜାଣିବା।
ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଅଧର୍ମକୁ ନାଶ କରି ଧର୍ମ ସ୍ଥାପନା କରିବା ପାଇଁ ହୋଇଥିଲା। ତେଣୁ ଏବିଦିନକୁ ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ଏହି ପର୍ବ ସାରା ଭାରତରେ ହିନ୍ଦୁ ମାନଙ୍କ ଦ୍ଵାରା ପାଳନ କରାଯାଇଥାଏ। ଏହି ବର୍ଷ ଅଗଷ୍ଟ ମାସ ୧୮ ତାରିଖ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳିତ ହେବ ଏବଂ ଏହା ଅଗଷ୍ଟ ୧୯ ତାରିଖ ରାତି ୧୧ ଘଟିକା ପର୍ଯ୍ୟନ୍ତ ରହିବ।
ଭଗବାନ ଶ୍ରୀକୃଷ୍ଣ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ରରେ ଜନ୍ମ ଗ୍ରହଣ କରିଥିଲେ। ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ପଞ୍ଚାମୃତ, ଫଳ, ଧୂପ ଦୀପ, ତୁଳସୀ, ଅରୂପ ଚାଉଳ, ଆଦି ଅର୍ପଣ କରିବା ଉଚିତ। ଏହିଦିନ ମୟୂର ପର, ବଇଁଶୀ ଆଦି କିଣି ଘରକୁ ଆଣିଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ଜନ୍ମାଷ୍ଟମୀ ଦିନ ଆପଣ ସକାଳୁ ଉଠି ସ୍ନାନ ଓ ନିତ୍ୟକର୍ମ ସାରି ପ୍ରଥମେ ନିତ୍ୟ ପୂଜା କରନ୍ତୁ। ଏହାଦ୍ୱାରା ଘରେ ସର୍ବଦା ସୁଖଶାନ୍ତି ବିଦ୍ୟମାନ ହେବ। ଭଗବାନ ଶ୍ରୀକୃଷ୍ଣଙ୍କୁ ବିଧି ମୁତାବକ ପୂଜାର୍ଚ୍ଚନା କଲେ ଘର ପାଇଁ ଶୁଭ ହୋଇଥାଏ।ଜନ୍ମାଷ୍ଟମୀ ଦିନ ଅଧିକ ସ୍ଵାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ଭଗବାନ ଶ୍ରୀକୃଷ୍ଣଙ୍କୁ ଭୋଗ ଲଗା ଯାଇଥାଏ। ମାନ୍ୟତା ରହିଛି କି ପଞ୍ଚାମୃତ ବିନା ଭଗବାନ ଶ୍ରୀକୃଷ୍ଣଙ୍କର ପୂଜା ଅଧୁରା ଅଟେ।
ଯେଉଁମାନେ ଜନ୍ମାଷ୍ଟମୀ ବ୍ରତ ରଖୁ ନାହାନ୍ତି, ସେମାନଙ୍କୁ ଏହିଦିନ କେଉଁ ଜିନିଷ ସେବନ କରିବା ଉଚିତ ନୁହେଁ, ଆସନ୍ତୁ ଜାଣିବା। ଜନ୍ମାଷ୍ଟମୀ ଦିନ ମଶୁର ଡାଲି, ଆମିଷ, ବାଇଗଣ ଆଦି ସେବନ କରିବା ଉଚିତ ନୁହେଁ। କିନ୍ତୁ ଆପଣ ଫଳ ସେବନ କରି ପାରିବେ।
ସେହିପରି ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ବଂଶୀ ଶ୍ରୀକୃଷ୍ଣର ଏକ ପ୍ରିୟ ଜିନିଷ । ବାସ୍ତୁ ଅନୁସାରେ ଘରେ ବଂଶୀ ରଖିବା ଦ୍ୱାରା ଏହା ଶୁଭ ହୋଇଥାଏ । କୁହାଯାଏ ଯଦି ଘରେ କାଠ, ବାଉଁଶ, ଚନ୍ଦନ, ପିତଳ କିମ୍ବା ସୁନା-ଚାନ୍ଦିର ବଂଶୀ ରଖିବା ଦ୍ୱାରା ସକରାତ୍ମକ ଚିନ୍ତାଦାରା ସଞ୍ଚାର ହୋଇଥାଏ । ଶ୍ରୀକୃଷ୍ଣଙ୍କୁ ରୂପାର ବଂଶୀ ଅର୍ପଣ କରିବା ଦ୍ୱାରା ବ୍ୟକ୍ତିଙ୍କ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ । ବ୍ୟବସାୟୀ ଖୁବ ଶୀଘ୍ର ସଫଳତା ହାସଲ କରିଥାଏ ।
ଶାସ୍ତ୍ର ଅନୁସାରେ, ଶ୍ରୀକୃଷ୍ଣଙ୍କୁ ବଂଶୀ ପ୍ରିୟ ହୋଇଥିବାରୁ ତାଙ୍କୁ ବଂଶୀଧର, ମୁରଲୀଧର ଇତ୍ୟାଦି ନାମରେ ପୂଜା କରିଥାନ୍ତି ଭକ୍ତ । ଏଥିପାଇଁ ମୁରଲୀ ଏବଂ ବଂଶୀକୁ ଶୁଭ ପ୍ରତୀକରେ ମଧ୍ୟ ସାମିଲ କରାଯାଇଛଇ । ତେବେ ଜନ୍ମାଷ୍ଟମୀ ପରି ପବିତ୍ର ତିଥିରେ ଶ୍ରୀକୃଷ୍ଣଙ୍କୁ ରୂପା ବଂଶୀ ଅର୍ପଣ କରିବା ଶୁଭ ବୋଲି ଜ୍ୟୋତିଶ ଶାସ୍ତ୍ରରେ କୁହାଯାଇଛି । କୁହାଯାଏ ଏମିତି କରିବା ଦ୍ୱାରା ମଣିଷ ଜୀବନରେ ଖୁବ ସଫଳ ହୋଇଥାଏ ଏବଂ ପରିବାରର ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
