ଇତିହାସ ରଚିଲା ଇସ୍ରୋ ! ଲଞ୍ଚ ହେଲା ଦେଶର ପ୍ରଥମ ଏସଏସଏଲଭି, ଜାଣନ୍ତୁ ଏହାର ବିଶେଷତ୍ୱ
ଅମରାବତୀ: ଇତିହାସ ରଚିଲା ଇସ୍ରୋ (ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ) । ଯୋଡ଼ି ହେଲା ନୂଆ ଅଧ୍ୟାୟ। ଲଞ୍ଚ ହୋଇଛି ଭାରତର ପ୍ରଥମ କ୍ଷୁଦ୍ର ସାଟେଲାଇଟ । ମହାକାଶରେ ଉଡ଼ିଛି ତ୍ରିରଙ୍ଗା। ଆଜି ନୂଆ ରକେଟ୍ ଏସଏସଏଲଭି ଏସଏସଏଲଭି ଲଞ୍ଚ ହୋଇଛି। ଆନ୍ଧ୍ରପ୍ରଦେଶ ଶୀହରିକୋଟାସ୍ଥିତ ସତୀଶ ଧଓ୍ବନ ସ୍ପେସ ସେଣ୍ଟରରୁ ୯ଟା ୧୮ ମିନିଟରେ ଏସଏସଏଲଭିକୁ ଉତକ୍ଷେପଣ କରାଯାଇଛି। ଇସ୍ରୋରର ସବୁଠୁ ଭରସାଯୋଗ୍ୟ ରକେଟ ହେଉଛି ଏସଏସଏଲଭି । ଏହାର ସମ୍ପୂର୍ଣ୍ଣ ନାଁ ହେଉଛି ସ୍ମଲ ସାଟେଲାଇଟ୍ ଲଞ୍ଚ ଭେଇକିଲ । ଏହା ଏକ ଛୋଟ ଲିଫ୍ଟ ଲଞ୍ଚ ମହାକାଶଯାନ।
ଏହାର ଲମ୍ବ ୩୪ ମିଟର ରହିଥିବା ବେଳେ ବ୍ୟାସ ରହିଛି ୬ ଦଶମିକ ୭ ଫୁଟ । ଏହାର ମୋଟ ଓଜନ ୧୨୦ ଟନ୍ । ଏହା ପିଏସଏଲଭି ରକେଟ୍ ଅପେକ୍ଷା ଆକାରରେ ବହୁତ ଛୋଟ। ଏହାର ଚାରୋଟି ଅଂଶ ଅଛି। ତିନୋଟି ଅଂଶ କଠିନ ଇନ୍ଧନରେ ଚାଲିବ। ଚତୁର୍ଥ ଅଂଶ ତରଳ ଇନ୍ଧନ ଦ୍ବାରା ଗତି କରିବ। ବର୍ତ୍ତମାନ ଏହା ଛୋଟ ଉପଗ୍ରହ ଉତକ୍ଷେପଣ ପାଇଁ ବ୍ୟବହୃତ ହେବ। ଏହା ମାଧ୍ୟମରେ ୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଉପଗ୍ରହ ନିମ୍ନ କକ୍ଷପଥକୁ ପଠାଯିବ ବୋଲି କହିଛି ଇସ୍ରୋ ।
ଚେନ୍ନାଇ ଠାରୁ ପ୍ରାୟ ୧୩୫ କିଲୋମିଟର ଦୂରରେ ଥିବା ସତୀଶ ଧାୱନ ସ୍ପେସ୍ ସେଣ୍ଟର (ଏସଏଚଏଆର) ରେ ପ୍ରଥମ ଲଞ୍ଚ ପ୍ୟାଡରୁ ସକାଳ ୯ ଟା ୧୮ ରେ ଏହି ରକେଟ ଲଞ୍ଚ କରାଯାଇଛି। ଉତକ୍ଷେପଣର ପ୍ରାୟ ୧୩ ମିନିଟ୍ ପରେ, ରକେଟ୍ ଇଓଏସ-୦୨ ଏବଂ ଆଜାଦି ଏସଏଟିକୁ ଉଦ୍ଦିଷ୍ଟ କକ୍ଷପଥରେ ରଖିବ ବୋଲି ଆଶା କରାଯାଉଛି ।
