ଆଉ ଏକ ଯୁଦ୍ଧ ଆଶଙ୍କ ! ତାଇୱାନ ଏୟାର ଡିଫେନ୍ସ ଜୋନରେ ପଶିଲା ଚୀନର ୨୧ ଯୁଦ୍ଧ ବିମାନ
This photo taken on October 23, 2013 shows Chinese People's Liberation Army (PLA) fighter jets leaving their base in Shanghai. Beijing's behaviour in its row with Tokyo over disputed islands is jeopardising peace, Japan's defence minister said on October 29, days after China warned a reported plan to shoot down its drones would constitute "an act of war". AFP PHOTO / Mark RALSTON
ନୂଆଦିଲ୍ଲୀ : ଆମେରିକାର ପ୍ରତିନିଧି ସଭାର ବାଚସ୍ପତି ନାନସୀ ପେଲୋସି ତାଇୱାନ ରେ ପହଞ୍ଚିବା ପରେ ଚୀନ୍ କ୍ରୋଧିତ ହୋଇଉଠିଛି । ସେ ନିରନ୍ତର ଚେତାବନୀ ଦେଉଛି । ଏହା ଅନ୍ତର୍ଗତ ଚୀନର ୨୧ଟି ଯୁଦ୍ଧ ବିମାନ ମଙ୍ଗଳବାର ତାଇୱାନର ବାୟୁ ସୀମାରେ ପ୍ରବେଶ କରିଛି । ଏହି ସମୟରେ ନାନସୀ ପେଲୋସି ତାଇୱାନରେ ଗଣତନ୍ତ୍ରକୁ ସମର୍ଥନ କରିବା ସହ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ପାଇଁ ଓକିଲାତି କରିଛନ୍ତି ।
ଚୀନ ସର୍ବଦା ତାଇୱାନକୁ ଏହାର ଅଂଶ ଭାବରେ ମନେ କରିଆସୁଛି । ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ଅନେକ ଥର କହିଛନ୍ତି ଯେ, ଆଜି ନୁହେଁ ତ କାଲି, ତାଇୱାନ ଚୀନରେ ସାମିଲ ହେବ । ଏହି ସମୟରେ ଆମେରିକାର ପ୍ରତିନିଧି ସଭାର ବାଚସ୍ପତି ନାନସୀ ପେଲୋସିଙ୍କ ତାଇୱାନ ଗସ୍ତରେ ଚୀନ୍ ଅତ୍ୟଧିକ କ୍ରୋଧିତ ହୋଇଛି ଓ ତାଇୱାନର ଚାରିପଟେ ଯୁଦ୍ଧାଭ୍ୟାସ କରିବା ପାଇଁ ଘୋଷଣା କରିଛି । ଅନ୍ୟପକ୍ଷରେ, ତାଙ୍କ ଗସ୍ତ ସମୟରେ ନାନସୀ ଗଣମାଧ୍ୟମ ସହ କଥାବାର୍ତ୍ତା କରୁଥିବାବେଳେ ସ୍ପଷ୍ଟ କରିଛନ୍ତି ଯେ, ତାଇୱାନକୁ ଆସିବା ପାଇଁ ତାଙ୍କର ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି । ତାହା ହେଉଛି ସୁରକ୍ଷା, ଶାନ୍ତି ଏବଂ ସରକାର ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ତାଇୱାନର ଲୋକଙ୍କ ସହ ଅଛୁ । ଆମେ ତାଇୱାନର ଗଣତନ୍ତ୍ରର ସମର୍ଥକ । ଶୀଘ୍ର ସେ ତାଇୱାନର ରାଷ୍ଟ୍ରପତି ତ୍ସାଇ ଇଙ୍ଗ ୱେନଙ୍କୁ ଭେଟିବେ । ତାଇୱାନରେ ଆମେରିକା ଶାନ୍ତି ଚାହୁଁଛି । ଆମେ ତାଇୱାନ ସହିତ ସଂସଦୀୟ ଆଦାନ ପ୍ରଦାନ ବୃଦ୍ଧି କରିବାକୁ ଚାହୁଁଛୁ । ତାଇୱାନ ଦୁନିଆର ସବୁଠାରୁ ସ୍ୱାଧୀନ ସମାଜ ମଧ୍ୟରୁ ଅନ୍ୟତମ । ଆମେ ଆପଣଙ୍କ କଥା ଶୁଣିବା ଓ ଆପଣଙ୍କଠାରୁ ଶିଖିବା ପାଇଁ ଏଠାରେ ଅଛୁ । ଏକତ୍ର ଆଗକୁ ବଢ଼ିବାକୁ ଆମକୁ ଏକ ଉପାୟ ଖୋଜିବାକୁ ପଡିବ । ଏହି ଗ୍ରହକୁ ଜଳବାୟୁ ସଙ୍କଟରୁ ରକ୍ଷା କରିବା ପାଇଁ ଆମେ କିପରି ମିଳିତ ଭାବେ କାର୍ଯ୍ୟ କରିପାରିବା, ଆମେ ମଧ୍ୟ ଏହା ବିଷୟରେ ଆଲୋଚନା କରିବୁ ।
ଅନ୍ୟପକ୍ଷରେ, ନାନସୀ ପେଲୋସିଙ୍କ ତାଇୱାନ ଗସ୍ତ ଯୋଗୁଁ ଚୀନ ଅତ୍ୟନ୍ତ କ୍ରୋଧିତ ଅଛି । ଚୀନର ସେନା ଚେତାବନୀ ଦେଇଛି ଯେ ଆମେ ଯେକୌଣସି ଉତ୍ତେଜନାକୁ ମୁକାବିଲା କରିବାକୁ ପ୍ରସ୍ତୁତ ଓ ଆମର ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବାରେ ସକ୍ଷମ । ଖରାପ ଉଦ୍ଦେଶ୍ୟ ରଖି ତାଇୱାନ ଯାତ୍ରା କରିଥିବା ଲୋକମାନଙ୍କ ପାଇଁ ଏହା ଆମର ଚେତାବନୀ । ବାସ୍ତବରେ ଚୀନ ତାଇୱାନକୁ ନିଜର ଅଂଶ ଭାବରେ ମନେ କରେ, ତେଣୁ ସେ ତାଇୱାନର ଅନ୍ୟ କୌଣସି ଦେଶ ସହ ନିକଟତରକୁ ମଧ୍ୟ ବିରୋଧ କରେ ।
