ବାରମ୍ବାର ଭୁଲି ଯାଉଛନ୍ତି କି ? ସ୍ମରଣଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ଉପାୟ
ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜର ଧ୍ୟାନ ରଖିବା କଷ୍ଟକର ହେଇଗଲାଣି। ବୟସ ବଢ଼ିବା ସହିତ ସ୍ମରଣଶକ୍ତି ଦୁର୍ବଳ ହୋଇଯିବା ଏକ ସାଧାରଣ ସମସ୍ୟା ପାଲଟିଛି। କିନ୍ତୁ ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଏହି ସମସ୍ୟା ଯୁବପିଢ଼ିଙ୍କଠାରେ ବି ଦେଖିବାକୁ ମିଳୁଛି। ଅନେକ ସମୟରେ ଆମେ କାହାରିକୁ କଲ କରିବା ପରେ ଆମେ ତାହା ଭୁଲି ଯାଇଥାଉ। ଆମେ ଛୋଟ ଛୋଟ ଜିନିଷ ଭୁଲିବାରେ ଲାଗିଥାଉ। ଏସବୁ ସ୍ମରଣଶକ୍ତି ଦୁର୍ବଳ ହେବାର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ। ଯଦି ଆପଣଙ୍କ ସହିତ ଏପରି ହେଉଛି, ତେବେ ସତର୍କ ହେବା ଜରୁରୀ। ଯଦି ଆପଣଙ୍କର ବି ସ୍ମରଣଶକ୍ତି ଦୁର୍ବଳ ହେଉଛି, ତେବେ କେତେକ ଘରୋଇ ଉପାୟ ଆପଣାଇ ପାରିବେ।
ନିୟମିତ ବ୍ୟାୟାମ :
ନିୟମିତ ବ୍ୟାୟାମ କରିବା ଦ୍ବାରା କେବଳ ଶରୀର ପାଇଁ ନୁହେଁ, ବରଂ ମସ୍ତିଷ୍କ ପାଇଁ ଲାଭଦାୟକ। ଏହା ଦୁର୍ବଳ ସ୍ମରଣଶକ୍ତିକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ। ନିୟମିତ ଦୌଡ଼ିବା ଫଳରେ ଆପଣଙ୍କ ନର୍ଭସ ସିଷ୍ଟମ ଉତ୍ତମ ହେବା ସହିତ ମସ୍ତିଷ୍କ ସକ୍ରିୟ ହୋଇଥାଏ।
କାମରୁ ନିଅନ୍ତୁ ବ୍ରେକ :
ସ୍ମରଣଶକ୍ତି ମଜବୁତ କରିବା ଲାଗି ଆପଣ କାମରୁ କିଛି ଦିନ ବ୍ରେକ ନିଅନ୍ତୁ ଓ ମସ୍ତିଷ୍କକୁ ରିଲାକ୍ସ କରନ୍ତୁ। ଅନେକ ଥର କାମ କରିବା କାରଣରୁ ମସ୍ତିଷ୍କ ଥକିଯାଏ। ଏହି କାରଣରୁ ସ୍ମରଣଶକ୍ତି ଦୁର୍ବଳ ହେବାରେ ଲାଗେ। ଏହାବ୍ୟତୀତ ବର୍ଷରେ ଥରେ ଅତିକମରେ ଥରେ ଭ୍ରମଣ କରିବାକୁ ବାହାରନ୍ତୁ। ଏହା ମସ୍ତିଷ୍କକୁ ରିଲାକ୍ସ କରିବାରେ ସାହାଯ୍ୟ କରିଥାଏ।
ଆରାମ କରନ୍ତୁ :
ଦିନ ସାରା ଲଗାତର କାମ କରିବା ଦ୍ବାରା ଶରୀର ସହିତ ମନ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ତେଣୁ ସାରା ଦିନରେ ଥରେ ଆରାମ କରିବା ଜରୁରୀ। ଅନେକ ଗବେଷଣାରୁ ଜଣାପଡ଼ିଛି ଯେ ଦିନରେ ଥରେ ବିରତି ନେବା ଦ୍ବାରା ସ୍ମରଣଶକ୍ତି ଉତ୍ତମ ହୋଇଥାଏ।
ସୁନିଦ୍ରା ଯାଆନ୍ତୁ :
ଭଲ ସ୍ୱାସ୍ଥ୍ୟ ଓ ନୀରୋଗ ଜୀବନ ପାଇଁ ଭଲ ନିଦ ହେବା ଜରୁରୀ । ଭଲ ନିଦ୍ରା ସ୍ମରଣ ଶକ୍ତି ବୃଦ୍ଧି କରିଥାଏ । ଯେଉଁମାନଙ୍କର ଭଲ ନିଦ ହୁଏ ନାହିଁ, ସେମାନଙ୍କର ସ୍ମୃତି ଶକ୍ତି ଉପରେ ଏହା ନକାରାତ୍ମକ ପ୍ରଭାବ ପକେଇ ଥାଏ ବୋଲି ଅଧ୍ୟୟନରୁ ଜଣାପଡିଛି । ଦିନକୁ ୭ ରୁ ୯ ଘଣ୍ଟା ଭଲ ଭାବେ ଶୋଇବା ଆବଶ୍ୟକ।
ବ୍ୟାୟାମ :
ବ୍ୟାୟାମ କଲେ ଜଣେ ଶାରିରୀକ ଓ ମାନସିକ ଭାବେ ସୁସ୍ଥ ରହିଥାଏ । ନିୟମିତ ବ୍ୟାୟାମ କଲେ ଜୀବନରେ ଡିମେନସିଆ ରୋଗ ହେବାର ସମ୍ଭାବନା ହ୍ରାସ ପାଏ । ଚାଲିବା, ଦୌଡିବା, ସନ୍ତରଣ, ଏରୋବିକ୍ସ ଆଦି କରିବା ଦ୍ଵାରା ଶାରିରୀକ ଓ ମାନସିକ ଭାବେ ଜଣେ ଫିଟ୍ ରହିଥାଏ।
ଆଣ୍ଟିଅକ୍ସିଡାଟ୍ସର ବ୍ୟବହାର :
ଆଣ୍ଟିଅକ୍ସିଡାଟ୍ସର ବ୍ୟବହାର କଲେ ଏହା ବ୍ରେନ୍ ସେଲଗୁଡିକୁ ସକ୍ରିୟ ରଖିଥାଏ । ଫଳରେ ବୟସ ବୃଦ୍ଧି ହେଲେ ବି ଏଗୁଡିକ ସକ୍ରିୟ ଥାଆନ୍ତି । ଫଳ ଓ ପନିପରିବା, ବିଶେଷକରି କୋଳିରେ ଆଣ୍ଟିଅକ୍ସିଡାଟ୍ସର ପ୍ରଚୁର ପରିମାଣରେ ଥାଏ । ଏଗୁଡିକ ଖାଇଲେ ସ୍ମରଣ ଶକ୍ତି ହ୍ରାସ ପାଏ ନାହିଁ। ସଂଯତ ଜୀବନଶୈଳୀ ଓ ଉଚିତ ଖାଦ୍ୟ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଡ଼ାର୍କ ଚକ୍ଲେଟ ଖାଆନ୍ତୁ। ଏଥିରେ ପ୍ରଚୁର ଆଣ୍ଟିଅକ୍ସିଡାଟ୍ସ ରହିଥାଏ।
ମାଇଣ୍ଡ ଗେମ୍ସ :
ଶାରୀରିକ ବ୍ୟାୟାମ ଛଡା ମନ ମସ୍ତିଷ୍କର ବି ବ୍ୟାୟାମ ହେବା ଜରୁରୀ । ଏଥିପାଇଁ କ୍ରସୱାର୍ଡ, ପଜଲ୍ସ ଓ ଅନ୍ୟାନ୍ୟ ମେମୋରି ଗେମ୍ସ ଖେଳିବା ଦରକାର । ଏସବୁ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ତେଣୁ ପ୍ରତିଦିନ ଗୋଟିଏ ପଜଲ୍ ସଲ୍ଭ କରିବାକୁ ଚେଷ୍ଟା କରନ୍ତୁ।
