ଜନ ଆନ୍ଦୋଳନରେ ପରିଣତ ହୋଇଛି ଅମୃତ ମହୋତ୍ସବ : ପ୍ରଧାନମନ୍ତ୍ରୀ
ଅଗଷ୍ଟ ୨ରୁ ତ୍ରିରଙ୍ଗାକୁ ସାମାଜିକ ଗଣମାଧ୍ୟମ ‘ପ୍ରୋଫାଇଲ୍’ କରନ୍ତୁ
ନୂଆଦିଲ୍ଲୀ: ‘ମନ କୀ ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିଛନ୍ତି । ଆଜି ୯୧ତମ ‘ମନ କୀ ବାତ୍’ କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସ କଥା ଉଠାଇଛନ୍ତି । ସେ କହିଛନ୍ତି ଭାରତର ସ୍ୱାଧୀନତାକୁ ୭୫ବର୍ଷ ପୂରଣ କରୁଛି । ତେଣୁ ଏହା ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ । ଏଥି ସହିତ ପ୍ରଧାନମନ୍ତ୍ରୀ ଭାରତ ପାଇଁ ସହିଦ ହୋଇଥିବା ସମସ୍ତ ମହାନ ବିପ୍ଳବୀଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହା ଛଡ଼ା ପ୍ରଧାନମନ୍ତ୍ରୀ ମୋଦୀ ଆଜାଦିର ଅମୃତ ମହୋତ୍ସବ କଥା ‘ମନ କୀ ବାତ୍’ କାର୍ଯ୍ୟକ୍ରମରେ କହିଛନ୍ତି ।
ସେ କହିଛନ୍ତି କି ଆଜାଦିର ଅମୃତ ମହୋତ୍ସବ ଏକ ଜନ ଆନ୍ଦୋଳନର ରୂପ ନେଉଥିବାର ଦେଖି ମୁଁ ବହୁତ ଖୁସି । ବିଭିନ୍ନ ବର୍ଗର ତଥା ସମାଜର ପ୍ରତ୍ୟେକ ବିଭାଗର ଲୋକମାନେ ଏହା ସହ ଜଡିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ଏହି ଜୁଲାଇରେ ଆଜାଦି କି ଟ୍ରେନ୍ ଏବଂ ରେଳ ଷ୍ଟେସନ୍ କରିବା ଦିଗରେ ପ୍ରୟାସ କରାଯାଇଛି । ସ୍ୱାଧୀନତା ସଂଗ୍ରାମର ଲୋକମାନେ ଭାରତୀୟ ରେଳର ଭୂମିକା ବେଶ୍ ଜାଣିଛନ୍ତି । ସେଥିଲାଗି ଏହିପରି ପ୍ରୟାସର ଲକ୍ଷ୍ୟ ରଖାଯାଇଛି । ଝାଡଖଣ୍ଡର ଗୋମୋ ଜଙ୍କସନ ବର୍ତମାନ ସରକାରୀ ଭାବେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜଙ୍କସନ ଗୋମୋ ନାମରେ ପରିଚିତ ଥିବା ସେ କହିଛନ୍ତି । ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି ଅନେକ କଥା ‘ମନ କୀ ବାତ୍’ କାର୍ଯ୍ୟକ୍ରମରେ କହିଛନ୍ତି । ଦେଶରେ ମହୁ ଉତ୍ପାଦନ ବୃଦ୍ଧି ପାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆମର ପାରମ୍ପାରିକ ସ୍ୱାସ୍ଥ୍ୟ ବିଜ୍ଞାନରେ ମହୁକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ଆୟୁର୍ବେଦ ଗ୍ରନ୍ଥଗୁଡ଼ିକରେ ମହୁକୁ ଅମୃତଭଣ୍ଡା ବୋଲି ବର୍ଣ୍ଣନା କରାଯାଇଛି । କେବଳ ମହୁରେ ସ୍ୱାଦ ନୁହେଁ ସ୍ୱାସ୍ଥ୍ୟପାଇଁ ବହୁ ହିତକର । ବର୍ତମାନ ଦେଶରେ ମହୁ ଉତ୍ପାନ ବୃଦ୍ଧି ପାଇଛି । ତେଣୁ ମହୁ ରପ୍ତାନି ମଧ୍ୟ ବୃଦ୍ଧି ପାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।
‘ମନ କି ବାତ’ କାଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨ ରୁ ୧୫ ମଧ୍ୟରେ ସୋସିଆଲ ମିଡିଆ ପ୍ରୋଫାଇଲରେ ନିଜ ପ୍ରୋଫାଇଲ ଫଟୋ ଭାବରେ “ତିରଙ୍ଗା” ରଖିବାକୁ ଦେଶର ଲୋକଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ‘ହର ଘର ତିରଙ୍ଗା’ ଯାତ୍ରା ଆୟୋଜିତ ହେଉଛି । ଏଭଳି ପରିସ୍ଥିତିରେ ଆସନ୍ତୁ, ଆମ ଘରେ ଜାତୀୟ ପତାକା ଉତୋଳନ କରି ଏହି ଯାତ୍ରାକୁ ଆଗକୁ ବଢାଇବା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଯାତ୍ରା ବର୍ତମାନ ଏକ ଜନ ଆନ୍ଦୋଳନରେ ପରିଣତ ହେଉଛି । ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣର ଆରମ୍ଭରେ ସ୍ୱାଧୀନତା ସଂଗ୍ରାମରେ ବଳିଦାନ ଦେଇଥିବା ଯୋଦ୍ଧାମାନଙ୍କୁ ଅଭିବାଦନ ଜଣାଇବା ସହ ‘ଅମୃତ ମହୋତ୍ସବ’ ଅଭିଯାନ ଅଧୀନରେ ସାରା ଦେଶରେ ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଛନ୍ତି, ‘ଆଜାଦି କା ଅମୃତ ମହୋତ୍ସବ’ ଏକ ଜନ ଆନ୍ଦୋଳନର ରୂପ ନେଉଥିବାର ଦେଖି ମୁଁ ବହୁତ ଖୁସି । ବିଭିନ୍ନ ବର୍ଗର ତଥା ସମାଜର ପ୍ରତ୍ୟେକ ବିଭାଗର ଲୋକମାନେ ଏହା ସହ ଜଡିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି ।
କୋଭିଡ୍ ବିରୋଧରେ ଆମ ଦେଶବାସୀଙ୍କ ସଂଗ୍ରାମ ଜାରି ରହିଛି । ସମଗ୍ର ବିଶ୍ୱ ମଧ୍ୟ ସଂଗ୍ରାମ କରୁଛନ୍ତି । ପାରମ୍ପରିକ ସ୍ୱାସ୍ଥ୍ୟ ସେବା ପ୍ରତି ମଧ୍ୟ ଜନସାଧାରଣଙ୍କ ଆଗ୍ରହ ବଢୁଛି । ଏଥିପାଇଁ ଆୟୁର୍ବେଦ ଏବଂ ଭାରତୀୟ ଔଷଧ ପ୍ରତି ସମଗ୍ର ବିଶ୍ୱରେ ଆଗ୍ରହ ବୃଦ୍ଧି ପାଉଛି । ସେହି କାରଣରୁ ‘ଆୟୁଷ’ ରପ୍ତାନି ରେକର୍ଡ ପରିମାଣରେ ବୃଦ୍ଧି ପାଇଛି ।
ଖେଳନା ରପ୍ତାନି କ୍ଷେତ୍ରରେ ମଧ୍ୟ ଭାରତ ଅଗ୍ରଣୀ ହୋଇଥିବା କଥା ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି, ଆନନ୍ଦର ବିଷୟ ଭାରତ ବିଦେଶକୁ ୨୬୦୦୦ କୋଟି ଟଙ୍କାର ଖେଳନା ରପ୍ତାନି କରିଛି । ପୂର୍ବରୁ ମାତ୍ର ୩୦୦ରୁ ୪୦୦ କୋଟି ଟଙ୍କାର ଖେଳନା ବିଦେଶକୁ ଯାଉଥିଲା । ଦେଶର ବିଭିନ୍ନ ପ୍ରାନ୍ତରେ ଲାଗୁଥିବା ମେଳା ଦେଖିଯିବା ପାଇଁ ମୋଦୀ ଜନସାଧାରଣଙ୍କ ଅନୁରୋଧ କରିବା ସହ ଅନ୍ୟମାନଙ୍କ ଦୃଷ୍ଟିଗୋଚର ହେବା ପାଇଁ ସେ ସ୍ଥାନ ସବୁକୁ ‘ହାସ୍ଟ୍ୟାଗ୍ସ୍’ରେ ବ୍ୟବହାର କରିବାକୁ କହିଛନ୍ତି । ଇଂଲଣ୍ଡ୍ର ବର୍ମିଙ୍ଗ୍ହାମ୍ରେ ଚାଲିଥିବା ‘କମନ୍ୱେଲ୍ଥ୍ ଗେମ୍’ରେ ଅଂଶ ଗ୍ରହଣ କରିଥିବା ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହିତ ପଦକ ବିଜୟୀ ପି.ଭି. ସିଦ୍ଧୁ ଏବଂ ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।
