ଏଲଆଇସି ସରଳ ପେନସନ ଯୋଜନା ! ଏଣିକି ୪୦ ବର୍ଷ ବୟସରେ ମଧ୍ୟ ନେଇପାରିବେ ପେନସନ
ବର୍ତ୍ତମାନ ଆପଣଙ୍କୁ ପେନସନ ପାଇବା ପାଇଁ ୬୦ ବର୍ଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ। ଜୀବନ ବୀମା ନିଗମ(LIC) ଏକ ନୂଆ ପ୍ଳାନ ଲଞ୍ଚ କରିଛି। ଯାହା ଅନ୍ତର୍ଗତ ଏକ ମୋଟା ରକମର ରାଶି ଜମା କରିବା ମାତ୍ରେ ୪୦ ବର୍ଷ ବୟସରେ ଏହି ପେନସନ ମିଳିବା ଆରମ୍ଭ ହୋଇଯିବ। ତେବେ ଆସନ୍ତୁ ଜାଣିବା ଏହି ସ୍କିମ ବିଷୟରେ…
ସରଳ ପେନସନ ଯୋଜନା କଣ?:-
ଏଲଆଇସି(LIC) ଏହି ସ୍କିମକୁ ସରଳ ପେନସନ ଯୋଜନା ନାମ ଦେଇଛି। ଏହା ଏକ ସିଙ୍ଗେଲ ପ୍ରିମିୟମ ପେନସନ ଯୋଜନା ଅଟେ, ଯେଉଁଥିରେ କେବଳ ଆପଣଙ୍କୁ ପଲିସି ନେବା ସମୟରେ ଥରେ ପ୍ରିମିୟମ ନେବାକୁ ହେବ। ଏହା ପରେ ସାରା ଜୀବନ ଆପଣଙ୍କୁ ପେନସନ ମିଳିବ। ପଲିସିଧାରକଙ୍କର ମୃ-ତ୍ୟୁ ହେବା ପରେ ତାଙ୍କର ନମିନୀଙ୍କୁ ସିଙ୍ଗେଲ ପ୍ରିମିୟମର ରାଶି ଫେରାଇ ଦିଆଯିବ। ସରଳ ପେନସନ ଯୋଜନା ଏକ ତତ୍କା-ଳୀନ ଏନ୍ୟୁଟି ଯୋଜନା ଅଟେ, ଅର୍ଥାତ ପଲିସି ନେବା ସମୟରେ ଆପଣଙ୍କୁ ପଲିସି ମିଳିବା ଆରମ୍ଭ ହୋଇଯିବ। ଏହି ପଲିସିକୁ ନେବା ପରେ ଯେତିକି ପେନସନରୁ ଆରମ୍ଭ ହୁଏ, ସେତିକି ପେନସନ ଜୀବନଯାକ ସବୁବେଳେ ମିଳିଥାଏ।
ଏହି ପେନସନ ଯୋଜନାକୁ ନେବା ପାଇଁ ଦୁଇଟି ଉପାୟ:-
ସିଙ୍ଗେଲ ଲାଇଫ: ଏଥିରେ ପଲିସି କୌଣସି ଜଣକଙ୍କ ନାମରେ ପାଇବେ, ଯେତେ ପର୍ଯ୍ଯନ୍ତ ପେନସନଧାରୀ ବଞ୍ଚିଛନ୍ତି ତାଙ୍କୁ ଏହି ପେନସନର ଲାଭ ମିଳିବ, ତାଙ୍କର ମୃ-ତ୍ୟୁ ପରେ ତାଙ୍କର ପ୍ରିମିୟମର ମୂଲ୍ୟ ତାଙ୍କର ନମିନୀଙ୍କୁ ଫେରାଇ ଦିଆଯିବ।
ଜଏଣ୍ଟ ଲାଇଫ: ଏଥିରେ ଦୁଇଜଣ ଜୀବନସାଥିଙ୍କର କଭରେଜ ଥାଏ। ଯେତେପର୍ଯ୍ୟନ୍ତ ପ୍ରାଇମେରୀ ପେନସନଧାରୀ ବଞ୍ଚିଛନ୍ତି, ତାଙ୍କୁ ଏହି ପେନସନ ମିଳିବ। ତାଙ୍କର ମୃ-ତ୍ୟୁ ପରେ ତାଙ୍କର ଜୀବନସାଥିଙ୍କୁ ଜୀବନସାରା ପେନସନ ମିଳିବ, ସେହିପରି ତାଙ୍କର ମୃ-ତ୍ୟୁ ପରେ ବେସ ପ୍ରିମିୟମର ରାଶି ତାଙ୍କର ନମିନୀଙ୍କୁ ଦିଆଯିବ।
ଏହି ସରଳ ପେନସନ ଯୋଜନା କିଏ ନେଇପାରିବ?:-
ଏହି ଯୋଜନାକୁ ନେବା ପାଇଁ ଆପଣଙ୍କର ବୟସର ନ୍ଯୁନତମ ସୀମା ୪୦ ବର୍ଷ ହୋଇଥିବା ଦରକାର। ଓ ଅଧିକତମ ୮୦ ବର୍ଷ ହୋଇଥିବା ଦରକାର। କାରଣ ଏହା ଏକ ହୋଲ ଲାଇଫ ପଲିସି ଅଟେ ତେଣୁ ପେନସନ ଜୀବନ ସାରା ମିଳିଥାଏ, ଯେତେପର୍ଯ୍ଯନ୍ତ ପେନସନଧାରୀ ବଞ୍ଚିଛନ୍ତି। ସରଳ ପେନସନ ପଲିସିକୁ ଆରମ୍ଭ ହେବା ତାରିଖରୁ ଛଅ ମାସ ମଧ୍ୟରେ କେବେବି ସରେଣ୍ଡର କରାଯାଇପାରିବ।
ପେନସନ କେବେ ମିଳିବ?:-
ପେନସନ କେବେ ମିଳିବ, ତାହା ପେନସନ ନେଉଥିବା ଲୋକ ସୁନିଶ୍ଚିତ କରିବେ। ଏଥିରେ ଆପଣଙ୍କୁ ମାତ୍ର ୪ଟି ବିକଳ୍ପ ଅଛି। ଆପଣ ପେନସନ ପ୍ରତ୍ଯେକ ମାସ ନେଇପାରିବେ, ପ୍ରତ୍ଯେକ ତିନି ମାସରେ ନେଇପାରିବେ। ପ୍ରତ୍ଯେକ ୬ମାସରେ ମଧ୍ୟ କିମ୍ବା ୧୨ ମାସରେ ମଧ୍ୟ ନେଇପାରିବେ। ଆପଣ ଯେଉଁ ବିକଳ୍ପ ଚୟନ କରିବେ, ଆପଣଙ୍କର ପେନସନ ସେତିକି ଅବଧି ମଧ୍ଯରେ ଆସିବାକୁ ଲାଗେ।
କେତେ ମିଳିବ ପେନସନ?:-
ବର୍ତ୍ତମାନ ପ୍ରଶ୍ନ ଉଠୁଛିକି ଏହି ସରଳ ପେନସନ ଯୋଜନା ପାଇଁ ଆପଣଙ୍କୁ କେତେ ଟଙ୍କା ଦେବାକୁ ହେବ। ତେବେ ଆମେ ଆପଣଙ୍କୁ ଜଣାଇଦେଉଛୁଯେ ଏହା ଆପଣ ନିଜେ ଚୟନ କରିପାରିବେ। ଯଦି ଆପଣ ପ୍ରତ୍ଯେକ ମାସ ପେନସନ ନେବାକୁ ଚାହାନ୍ତି ତେବେ ଅତି କମରେ ୧୦୦୦ ଟଙ୍କା ପେନସନ ନେବାକୁ ହେବ। ତିନି ମାସରେ ୩୦୦୦ ଟଙ୍କା, ୬ ମାସରେ ୬୦୦୦ ଟଙ୍କା ଓ ୧୨ ମାସରେ ୧୨୦୦୦ ଟଙ୍କାର ପେନସନ ନେବାକୁ ହେବ। ଏଥିରେ ଅଧିକତମ କୌଣସି ସୀମା ନାହିଁ।
ଯଦି ଆପଣଙ୍କର ବୟସ ୪୦ ବର୍ଷ ଅଟେ ଓ ଆପଣ ୧୦ ଲକ୍ଷ ଟଙ୍କାର ସିଙ୍ଗେଲ ପ୍ରିମିୟମ ଜମା କରୁଛନ୍ତି ତେବେ ଆପଣଙ୍କୁ ବାର୍ଷିକ ୫୦,୨୫୦ ଟଙ୍କା ମିଳିବ ଯାହା ଆପଣଙ୍କୁ ଆଜୀ-ବନ ମିଳିବ। ଏହା ପରେ ଯଦି ଆପଣଙ୍କୁ ମଝିରେ ନିଜର ଜମା କରାଯାଇଥିବା ରାଶି ଦରକାର ହୁଏ ତେବେ ଆପଣ ଏହି ପରିସ୍ଥିତିରେ ଆପଣଙ୍କର ରାଶିର ୫ ପ୍ରତିଶତ କାଟି ଆପଣଙ୍କର ଜମା ରାଶିକୁ ଫେରାଇଦିଆଯିବ।
