ବୁଷ୍ଟର ଡୋଜ ନେବା ସହ ସତର୍କ ରହିବାକୁ ପଡିବ : ଡ. ପଲ୍
ନୂଆଦିଲ୍ଲୀ : ଦେଶରେ ପୁଣି ଥରେ କରୋନା ସଂକ୍ରମଣ ମାମଲା ବଢୁଥିବାରୁ ଲୋକମାନେ ଯଥାଶୀଘ୍ର ବୁଷ୍ଟର ଡୋଜ ନେଇଯାଆନ୍ତୁ ବୋଲି କେନ୍ଦ୍ର ସରକାରଙ୍କ କୋଭିଡ ଟାସ୍କଫୋର୍ସର ମୁଖ୍ୟ ଡ. ଭି.କେ.ପଲ କହିଛନ୍ତି । ସେ କହିଛନ୍ତି ଯେ ୨ୟ ଡୋଜ ନେବାର ୬ ମାସ ପରେ ଟିକା ପ୍ରଦତ୍ତ ସୁରକ୍ଷା ଦୁର୍ବଳ ହେବା ଆରମ୍ଭ କରିଥାଏ । ଏଣୁ ଲୋକମାନେ ଯଥାଶୀଘ୍ର ବୁଷ୍ଟର ଡୋଜ ନେବା ଉଚିତ ।
ପୁଣି କେବଳ ବୁଷ୍ଟର ଡୋଜ ନେଲେ ଚଳିବ ନାହିଁ, ଆମକୁ ପୂର୍ବପରି ସତର୍କ ରହିବାକୁ ପଡିବ ବୋଲି ସେ କହିଛନ୍ତି । ଦେଶରେ ଗତ ରବିବାର ସୁଦ୍ଧା ୨୦୦କୋଟି ଡୋଜ ଟିକା ଦିଆଯାଇଛି ବୋଲି ସେ କହିଛନ୍ତି ।
