ଆସନ୍ତାକାଲି ଭାରତ-ଇଂଲଣ୍ଡ ଦ୍ୱିତୀୟ ଟି-୨୦ ! ଟିମ୍ ଇଣ୍ଡିଆରୁ ବାଦ ପଡିବେ ୪ ଷ୍ଟାର୍ ଖେଳାଳି
ସାଉଥମ୍ପଟନ : ଆସନ୍ତାକାଲି ଭାରତ-ଇଂଲଣ୍ଡ ଦ୍ୱିତୀୟ ଟି-୨୦ । ଦ୍ୱିତୀୟ ଟି-୨୦ର ସମ୍ଭାବ୍ୟ ଏକାଦଶକୁ ନେଇ ପୂର୍ବତନ ଇଣ୍ଡିଆ ପେସର ଜାହିର ଖାନ ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ଜାହିରଙ୍କ ସମ୍ଭାବ୍ୟ ଏକାଦଶରୁ ବିରାଟ କୋହଲି, ଋଷଭ ପନ୍ତ, ରବିଦ୍ର ଜାଡେଜା ଏବଂ ଜସପ୍ରୀତ ବୁମରାଙ୍କୁ ପୁଣି ବାହାରେ ବସିବାକୁ ପଡିବ।
ସାଉଥମ୍ପଟନରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ରୋହିତ ବାହିନୀ ୫୦ ରନରେ ବିଜୟ ହୋଇଛି। ଶନିବାର ସିରିଜର ଦ୍ୱିତୀୟ ମ୍ୟାଚ ଖେଳାଯିବ। ଏଥର ବିରାଟ କୋହଲି, ରବିନ୍ଦ୍ର ଜାଡେଜା, ଋଷଭ ପନ୍ତ ଏବଂ ଜସପ୍ରୀତ ବୁମ୍ରାଙ୍କ ପରି କିଛି ବରିଷ୍ଠ ଖେଳାଳିଙ୍କ ମିଶ୍ରଣ ଦେଖିବାକୁ ମିଳିବ। କିନ୍ତୁ ସେମାନେ ସମ୍ଭାବ୍ୟ ଏକାଦଶରେ ରହିବେ କି ନାହିଁ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭାରତ ଓ ଇଂଲଣ୍ଡ ଦ୍ୱିତୀୟ ଟି-୨୦ର ସମ୍ଭାବ୍ୟ ଏକାଦଶକୁ ନେଇ ପୂର୍ବତନ ଇଣ୍ଡିଆ ପେସର ଜାହିର ଖାନ ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ଜାହିରଙ୍କ ସମ୍ଭାବ୍ୟ ଏକାଦଶରୁ ବିରାଟ କୋହଲି, ଋଷଭ ପନ୍ତ, ରବିଦ୍ର ଜାଡେଜା ଏବଂ ଜସପ୍ରୀତ ବୁମରାଙ୍କୁ ପୁଣି ବାହାରେ ବସିବାକୁ ପଡିବ।
କ୍ରିକବଜକୁ ଜାହିର କହିଛନ୍ତି, “ଚୟନ ଦୃଷ୍ଟିରୁ ସେମାନେ କେଉଁ ଦିଗକୁ ଯିବେ ତାହା ଜାଣିବା କଷ୍ଟକର। ଆପଣ ଦେଖିଥିବେ ଭାରତ ସିରିଜର ପ୍ରଥମ ମ୍ୟାଚ୍ ଜିତିଛି ଏବଂ ତା’ପରେ ବାକି ସିରିଜ୍ ପାଇଁ କୌଣସି ପରିବର୍ତ୍ତନ କରିବ ନାହିଁ।” “ମୁଁ ଭାବୁନାହିଁ ଯେ ସେମାନେ କୌଣସି ପରିବର୍ତ୍ତନ କରିବେ। ଯଦି ଆଦୌ ପରିବର୍ତ୍ତନ ହୁଏ, ତେବେ ଆମକୁ ଅପେକ୍ଷା କରିବାକୁ ପଡିବ ଏବଂ ଏହା କ’ଣ ହେବ ତାହା ଦେଖିବାକୁ ପଡ଼ିବ। ମୁଁ ପରିବର୍ତ୍ତନ ହେବାର ସମ୍ଭାବନା ଦେଖୁ ନାହିଁ ଏବଂ ଆପଣ ମୋମେନଟମ୍ ହରାଇବାକୁ ଚାହୁଁନାହାଁନ୍ତି। ଦ୍ୱିତୀୟ ଟି-୨୦ ପାଇଁ ଅର୍ଶଦୀପ ସିଂ ସେଠାରେ ନ ଥିବାରୁ ଜସପ୍ରୀତ ବୁମ୍ରା ସେହି ସ୍ଥାନ ନେବେ” ବୋଲି ଟିମ୍ ଇଣ୍ଡିଆର ପୂର୍ବତନ ପେସର କହିଛନ୍ତି।
ସୂଚନା ଯେ, ବିରାଟ କୋହଲି, ଋଷଭ ପନ୍ତ, ରବିଦ୍ର ଜାଡେଜା ଏବଂ ଜସପ୍ରୀତ ବୁମରାଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ଟିମ ଇଣ୍ଡିଆ, ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ୧୯୮ ରନ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୩୩ ବଲରେ ୫୧ ରନ କରିଥିବା ବେଳେ ସୂର୍ଯ୍ୟ କୁମାର ୩୯, ଦୀପକ ହୁଡା ୩୩ ଓ ରୋହିତ ଶର୍ମା ୨୪ ରନ କରିଥିଲେ। ଆଉ ୧୯୮ ରନକୁ ପିଛା କରୁଥିବା ଘରୋଇ ଇଂଲଣ୍ଡ ୧୪୮ ରନରେ ଅଲ ଆଉଟ୍ ହୋଇଥିଲା। ପାଣ୍ଡ୍ୟା ଏକୁଟିଆ ୪ଟି ୱିକେଟ ନେଇଥିଲେ।
୨ୟ ତଥା ତୃତୀୟ ଟି-୨୦ ପାଇଁ ଭାରତ ଦଳ :
ରୋହିତ ଶର୍ମା (କ୍ୟାପଟେନ), ଇଶାନ କିଶନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଶ୍ରେୟସ ଆୟର, ଦୀନେଶ କାର୍ତ୍ତିକ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ୟୁଜଭେନ୍ଦ୍ର ଚହଲ, ଆକ୍ସାର ପଟେଲ, ରବି ବିଷ୍ଣୁ, ଜସପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର, ଆଭେଶ ଖାନ, ହର୍ଷଲ ପଟେଲ, ଉମରନ ମଲିକ।
