ପୁଣି ସୁନା ମୂଲ୍ୟରେ ବଡ଼ ଧରଣର ହ୍ରାସ, ଜାଣନ୍ତୁ କ’ଣ ରହିଛି ନୂଆ ରେଟ୍
ନୂଆଦିଲ୍ଲୀ : ଆଜି (ଗୁରୁବାର) ଅର୍ଥାତ ଜୁଲାଇ ୭ରେ ସୁନା ମୂଲ୍ୟରେ ବଡ଼ ଧରଣର ହ୍ରାସ ଦେଖାଦେଇଛି । ଅନ୍ୟପଟେ ରୁପା ମୂଲ୍ୟରେ ବୃଦ୍ଧି ଘଟିଛି । ସେହିପରି ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ହ୍ରାସ ବୃଦ୍ଧି ଘଟିଛି । ଦେଶରେ ଗତକାଲି (ବୁଧବାର) ସୁନା ମୂଲ୍ୟରେ ୫୪୦ ଟଙ୍କାର ହ୍ରାସ ଘଟିଥିଲା । ଅନ୍ୟପଟେ ଆଜି ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୮୨୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୫୧,୧୧୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୫୧,୯୩୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୭୫୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୬,୮୫୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୪୭,୬୦୦ ଟଙ୍କା ଥିଲା ।
ଅନ୍ୟପଟେ ଆଜି ଦେଶରେ ରୁପା ମୂଲ୍ୟରେ ବୃଦ୍ଧି ଘଟିଛି । ଗତକାଲି ଦେଶରେ ରୁପା ମୂଲ୍ୟରେ ୨୦୦୦ ଟଙ୍କାର ହ୍ରାସ ଘଟିଥିଲା । ଅନ୍ୟପଟେ ଆଜି ରୁପା ମୂଲ୍ୟରେ ୧୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୫୭,୦୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୫୬,୯୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୫,୭୦୦ ଟଙ୍କା ରହିଛି । ଯାହା ଗତକାଲି ୫,୬୯୦ ଟଙ୍କା ଥିଲା ।
ଆଜି ଭୁବନେଶ୍ୱରରେ ସୁନା ଦରରେ ହ୍ରାସ ଘଟିଛି । ଗତକାଲି ଭୁବନେଶ୍ୱରରେ ସୁନା ଦରରେ ୫୪୦ ଟଙ୍କାର ହ୍ରାସ ଘଟିଥିଲା । ଆଜି ମଧ୍ୟ ୧୦ ଗ୍ରାମ ସୁନା ମୂଲ୍ୟରେ ୮୫୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୫୧,୧୧୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଅର୍ଥାତ ବୁଧବାର ୧୦ ଗ୍ରାମ ସୁନା ମୂଲ୍ୟ ୫୧,୯୬୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୭୮୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୬,୮୫୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୪୭,୬୩୦ ଟଙ୍କା ଥିଲା । ଆଜି ଭୁବନେଶ୍ୱରରେ ରୁପା ମୂଲ୍ୟରେ ବଡ଼ ଧରଣ ବୃଦ୍ଧି ଘଟିଛି । ଗତକାଲି ରାଜଧାନୀରେ ରୁପା ମୂଲ୍ୟରେ ୨୦୦୦ ଟଙ୍କାର ହ୍ରାସ ଘଟିଥିଲା । ଅନ୍ୟପଟେ ଆଜି ରୁପା ମୂଲ୍ୟରେ ୫୫୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୨,୪୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୫୬,୯୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୨୪୦ ଟଙ୍କା ରହିଛି । ଯାହା ଗତକାଲି ୫,୬୯୦ ଟଙ୍କା ଥିଲା ।
