ଅଭିନେତ୍ରୀ ରଶ୍ମିରେଖାଙ୍କ ବୟଫ୍ରେଣ୍ଡଙ୍କ ଆତ୍ମହତ୍ୟା ! ମିଳିଲା ଝୁଲନ୍ତା ମୃତଦେହ
ରାଉରକେଲା : ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ପରେ ତାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କ ଝୁଲନ୍ତା ମୃତଦେହ ମିଳିଛି । ରାଉରକେଲା ବାସନ୍ତୀ କଲୋନୀରେ ଥିବା ନିଜ ଘରେ ସନ୍ତୋଷ ପାତ୍ରଙ୍କ ମୃତଦେହ ମିଳିଛି । ସେ ବେଡସିଟ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତଦେହ ରାଉରକେଲା ସରକାରୀ ଡାକ୍ତରଖାନାର ମର୍ଗ ହାଉସ ରେ ରଖାଯାଇଛି। ଉଦିତନଗର ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ। ଘରେ ଵାପା ମା ଥିବା ବେଳେ ଗତ ମଙ୍ଗଳବାର ରାତି ସାଢେ ୧୦ ଟା ସମୟରେ ସନ୍ତୋଷ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି । ତେବେ କାହିଁକି ଆତ୍ମହତ୍ୟା କଲେ ସନ୍ତୋଷ ସେନେଇ ଅଧିକ ଖୋଳତାଡ ଚଳାଇଛି ପୋଲିସ ।
ସୂଚନା ଯେ, ଅଭିନେତ୍ରୀ ରଶ୍ମି ରେଖାଙ୍କ ମୃତ୍ୟୁ ଘଟଣାରେ ଗତ ମାସ ୨୪ ତାରିଖ ଦିନ ଭୁବନେଶ୍ୱର ନୟାପଲ୍ଲୀ ଥାନା ପୋଲିସ ସନ୍ତୋଷଙ୍କୁ ତଦନ୍ତ ପରିସର ଭୁକ୍ତ କରିଥିଲା । ନୟାପଲ୍ଲୀ ଥାନା ଅଞ୍ଚଳରେ ସନ୍ତୋଷ ରଶ୍ମିରେଖ ସ୍ୱାମୀ-ସ୍ତ୍ରୀ ପରିଚୟ ଦେଇ ରହୁଥିଲେ । ତେବେ ଗତ ମାସ ୧୮ ତାରିଖରେ ସେହି ଭଡା ଘରୁ ରଶ୍ମିରେଖାଙ୍କ ଝୁଲନ୍ତା ମୃତଦେହ ଜବତ କରିଥିଲା ପୋଲିସ । ଯାହାକୁ ନେଇ ସନ୍ତୋଷ ପାତ୍ରଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଇଥିଲା ।
