ରାଜ୍ୟ ବଜେଟ୍ ଉପସ୍ଥାପିତ, ୨ ଲକ୍ଷ କୋଟିର ବ୍ୟୟ ଅଟକଳ
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨୬୬୪ କୋଟି ଟଙ୍କା ବ୍ୟୟ ବରାଦ
ଜନସ୍ୱାସ୍ଥ୍ୟ ସେବା ପାଇଁ ୧୨ହଜାର ୬ ଶହ ୨୪କୋଟି
‘ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ” ଅଧୀନରେ ୨ ହଜାର ୩ ଶହ ୨୫କୋଟି
ମୋ ସ୍କୁଲ ପାଇଁ ୬୪୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି
ସ୍କୁଲ ରୂପାନ୍ତରୀକରଣ ପାଇଁ ୧୦୦ କୋଟି
ମୋ କଲେଜ ଅଭିଯାନ ପାଇଁ ୧୧ କୋଟିର ବ୍ୟୟ ବରାଦ
‘ସମଗ୍ର ଶିକ୍ଷା’ ପାଇଁ ୩ ହଜାର ୫ ଶହ ୮୧କୋଟି ଟଙ୍କା
ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ୮ ଶହ ୫୧କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ
‘ଗଙ୍ଗାଧର ମେହର ଶିକ୍ଷା ମାନକ ବୃଦ୍ଧି ଯୋଜନା’ ୧ଶହ୯୩କୋଟି
ଉଚ୍ଚଶିକ୍ଷା ଅନୁଷ୍ଠାନଗଡିୁକର ଭିତିଭୂମିର ବିକାଶ ପାଇଁ୧ ଶହ ୬୫ କୋଟି ଟଙ୍କା
ଶିଳ୍ପ ଭିତିଭୂମିର ଉନ୍ନତି ପାଇଁ ୧୨୬୯ କୋଟି
ହସ୍ତତନ୍ତ ଓ ବୟନ ଶିଳ୍ପ କ୍ଷେତ୍ର ପାଇଁ ୨୦୩ କୋଟିର ବ୍ୟୟ ବରାଦ
ଜଙ୍ଗଲ ବିଭାଗ ଅଧୀନରେ ପରିବେଶ ଓ ଜଳବାୟୁ ସୁରକ୍ଷା ପାଇଁ ୨,୨୧୭ କୋଟି
ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭ ହଜାର ୩ ଶହ ୨୪କୋଟି ଟଙ୍କା
ସଡ଼କ ଭିତିଭୂମିର ଉନ୍ନତିକରଣ ପାଇଁ ୧୪ହଜାର ୪ ଶହ ୫୪ କୋଟି
ରାସ୍ତାର ରକ୍ଷଣୋବକ୍ଷଣ ପାଇଁ ୨ ହଜାର ୯ ଶହ ୭୦କୋଟି ଟଙ୍କା ବିନିଯାଗ
ବିଜୁ ସେତୁ ଯୋଜନାରେ ସେତୁ ପ୍ରକଳ୍ପ ପାଇଁ ୧ ହଜାର ୬ ଶହ ୮୮ କୋଟି
ବ୍ଲକ୍ସ୍ତରୀୟ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ୨୫ କୋଟି
ବିଦ୍ୟୁତ ଚାଳିତ ଯାନକୁ ପ୍ରୋତ୍ସାହନ ପାଇଁ ୫୦ କୋଟି ଟଙ୍କାର ବ୍ୟୟ ବରାଦ
ଜଳଜୀବନ ମିଶନାର ୬ ହଜାର କୋଟି ଟଙ୍କା
‘ବସୁଧା’ ଯେଜନାରେ ୧ ହଜାର ୮ ଶହ ୫୦ କୋଟି ଟଙ୍କାର ବ୍ୟୟବରାଦ
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପାଇଁ ୭ ହଜାର ୨ ଶହ ୫୮ କୋଟି ଟଙ୍କା
ପିଏମଆବାସ-ଗ୍ରାମୀଣ ଏବଂ ବିଜୁ ପକ୍କାଘର ଯୋଜନାରେ ୫ ହଜାର ୯ ଶହ ୬ କୋଟି
ଭୁବନେଶ୍ୱର : ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଶନିବାର ଦିନ ବିଧାନସଭାର ମୌସୁମୀ ଅଧିବେଶନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବର୍ଷ ପାଇଁ ମୋଟ କାର୍ଯ୍ୟକ୍ରମ ବ୍ୟୟବରାଦ ୧ ଲକ୍ଷ କୋଟି ଟଙ୍କା ହେବ, ଯାହା ବଜେଟ୍ ଆକାରର ୫୦% ରଖାଯାଇଛି । ଏହା ବ୍ୟତୀତ ସରକାରୀ ଉଦ୍ୟୋଗମାନଙ୍କ ଦ୍ୱାରା ବଜେଟ୍ ବର୍ହିଭୂତ ସମ୍ବଳ ଉତ୍ସରୁ ୧୦ ହଜାର କୋଟି ଟଙ୍କା ବ୍ୟୟ କରାଯିବ । ସେହିପରି ଏହି ଆର୍ଥିକ ବର୍ଷ ଲାଗି ପ୍ରଶାସନିକ ରାଜସ୍ୱ ବ୍ୟୟ ବାବଦକୁ ୭୪,୨୬୧ କୋଟିଟଙ୍କା ବ୍ୟୟ କରିବାର ପ୍ରସ୍ତାବ ରହିଛି । ଯେଉଁଥିରେ ଦରମା, ପେନସନ୍, ସୁଧ ଦେୟ ଓ ପୁଂଜି ସମ୍ପତିର ରକ୍ଷଣାବେକ୍ଷଣା ଲାଗି ଯଥାକ୍ରମେ ୨୯,୨୪୮ କୋଟି, ୧୮, ୨୨୧ କୋଟି, ୮,୪୬୭ କୋଟି ଏବଂ ୫,୮୫୬ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।
ସେହିପରି ଡିଜାଷ୍ଟର ରିସ୍କ ମ୍ୟାନେଜମେଂଟ ଫଣ୍ଡ ପାଇଁ ୩,୨୧୦ କୋଟି ଟଙ୍କା ଏବଂ ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥା ପାଇଁ ୭,୨୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଉକ୍ତ ବର୍ଷ ଲାଗି ପୁଂଜି ବ୍ୟୟ ଅଟକଳ ୨୫,୭୩୨କୋଟି ଟଙ୍କା ଯାହା ସମଗ୍ର ରାଜ୍ୟ ଘରୋଇ ଉତ୍ପାଦର ୫.୪ ପ୍ରତିଶତ ରହିଛି । ଏହା ବିଗତ ବର୍ଷ ତୁଳନାରେ ୫୬ ପ୍ରତିଶତ ଅଧିକ ଅଟେ । ଅତିରିକ୍ତ ଋଣ ଓ ଅଗ୍ରୀମ , ପୁଂଜି ସମ୍ପତି ସୃଷ୍ଟି ପାଇଁ ଅନୁଦାନ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୧୧,୯୩୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହା ରାଜ୍ୟ ଘରୋଇ ଉତ୍ପାଦର ୧.୭% । ବ୍ୟୟ ଅଟକଳ ପାଇଁ ମୁଖ୍ୟତଃ ରାଜସ୍ୱ ପ୍ରାପ୍ତିରୁ ୧,୬୩, ୯୬୭ କୋଟି ଟଙ୍କା ଓ ଋଣ ଏବଂ ଅନ୍ୟାନ୍ୟ ବାବଦରୁ ମିଳିଥିବା ୩୬,୦୩୩ କୋଟି ଟଙ୍କାରୁ ଭରଣା କରାଯିବ । ୨୦୨୨-୨୩ବର୍ଷ ପାଇଁ ଆକଳନ କରାଯାଇଥିବା ମୋଟ ରାଜସ୍ୱ ପ୍ରାପ୍ତି ମଧ୍ୟରେ କେନ୍ଦ୍ରୀୟ ଟିକସ ଉପରେ ରାଜ୍ୟର ଅଂଶ ଭାବେ ୩୬,୯୭୮ କୋଟି ଟଙ୍କା, ରାଜ୍ୟର ନିଜସ୍ୱ ଟିକସ ୪୬ ହଜାର କୋଟି, ନିଜସ୍ୱ ଅଣଟିକସ ରାଜସ୍ୱ ୪୮,୨୦୦ କୋଟି ଟଙ୍କାର ଓ କେନ୍ଦ୍ରୀୟ ଅନୁଦାନ ବାବଦକୁ ମିଳିବାକୁ ଥିବା ୩୨,୭୮୯ କୋଟି ଟଙ୍କା ଅର୍ନ୍ତଭୁକ୍ତ । ଏହା ନିଜସ୍ୱ ରାଜସ୍ୱ, ସାମଗ୍ରୀକ ରାଜ୍ୟ ଘରୋଇ ଉତ୍ପାଦର ୧୩.୨ ପ୍ରତିଶତ ହେବ । ରାଜ୍ୟ ବଜେଟ୍ ରେ ନିଜସ୍ୱ ରାଜସ୍ୱର ଅଂଶ, କେନ୍ଦ୍ର ସରକାରଙ୍କ ଠାରୁ ପ୍ରାପ୍ତ ଅଂଶଧନ ଠାରୁ ଯଥେଷ୍ଟ ଅଧିକ ହୋଇଥିବାରୁ ଏହା ରାଜ୍ୟର ଅର୍ଥେନୌତିକ ପ୍ରଗତିର ଏକ ଲକ୍ଷଣ ।
