ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର ! ଚଳିତ ମାସରେ ପୁଣି ବଢ଼ିବ ମହଙ୍ଗା ଭତ୍ତା, ଜାଣନ୍ତୁ କେତେ
ନୂଆଦିଲ୍ଲୀ : ଯଦି ଆପଣ କିମ୍ବା ଆପଣଙ୍କ ଘରର କୌଣସି ସଦସ୍ୟ କେନ୍ଦ୍ର ସରକାରଙ୍କ କର୍ମଚାରୀ, ତେବେ ଏହି ଖବର ଆପଣଙ୍କୁ ଖୁସି ପ୍ରଦାନ କରିବାକୁ ଯାଉଛି । ଆଜ୍ଞା ହଁ, କେନ୍ଦ୍ରର ପ୍ରାୟ ୫୦ ଲକ୍ଷ ସରକାରୀ କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଅଛି ।
ଦେଶରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିରୁ ସେମାନଙ୍କୁ ରିହାତି ମିଳିବ ବୋଲି ଆଶା କରାଯାଉଛି । ସରକାର ଜୁଲାଇ ୧ରୁ ମହଙ୍ଗା ଭତ୍ତା ବୃଦ୍ଧି କରିପାରନ୍ତି ବୋଲି ଆଶା କରାଯାଉଛି । ମେ’ ମାସରେ ଆସିଥିବା ଏଆଇସିପିଆଇ ସୂଚକାଙ୍କ ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି ଯେ ଏଥର ମହଙ୍ଗା ଭତ୍ତା ବୃଦ୍ଧି ଆପଣଙ୍କ ଦିଲ୍ ଖୁସ୍ କରିଦେବ । ଫେବୃଆରୀ ପରେ ଦ୍ରୁତ ଗତିରେ ବଢୁଥିବା ଏଆଇସିପିଆଇ ସୂଚକାଙ୍କ ତଥ୍ୟରୁ ଏହି ଆଶା କରାଯାଉଛି ଯେ ଜୁଲାଇରେ ଡିଏରେ ଅତି କମରେ ୬ ପ୍ରତିଶତ ବୃଦ୍ଧି ହେବ ବୋଲି ଆଶା କରାଯାଉଛି । ଏପ୍ରିଲ ପରେ ମେ’ର ଏଆଇସିପିଆଇ ସୂଚକାଙ୍କ ସଂଖ୍ୟାରେ ଏକ ବଡ଼ ଧରଣର ବୃଦ୍ଧି ଦେଖାଦେଇଛି । ଏଥର ଏଥିରେ ୧.୩ ପଏଣ୍ଟ ବୃଦ୍ଧି ପାଇ ୧୨୯ ପଏଣ୍ଟକୁ ପହଞ୍ଚିଛି । ବର୍ତ୍ତମାନ କେବଳ ଜୁନର ଆକଳନ ଆସିବା ବାକି ରହିଛି । ଯଦି ଜୁନ୍ ମାସରେ ଏଆଇସିପିଆଇ ସୂଚକାଙ୍କ ସ୍ତରରେ ପହଞ୍ଚେ, ତେବେ ଡିଏରେ ୬ ପ୍ରତିଶତ ବୃଦ୍ଧି ଘଟିବା ନିଶ୍ଚିୟ । ଯଦି ଏପରି ହୁଏ ତେବେ ମହଙ୍ଗା ଭତ୍ତା ୩୪ ପ୍ରତିଶତରୁ ବଢ଼ି ୪୦ ପ୍ରତିଶତକୁ ପହଞ୍ଚିବ ।
ଚଳିତ ବର୍ଷ ଜାନୁୟାରୀରେ ଏଆଇସିପିଆଇ ସୂଚକାଙ୍କ ସଂଖ୍ୟା ୧୨୫.୧ରେ ଥିଲା । ଫେବୃଆରୀରେ ଏହା ଆହୁରି ହ୍ରାସ ପାଇଥିଲା ଓ ଏହା ୧୨୫କୁ ଖସି ଆସିଥିଲା । ଏହାକୁ ଆଧାର କରି ମାର୍ଚ୍ଚରେ ମଧ୍ୟ ଏହା ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା, କିନ୍ତୁ ଏଥିରେ ଗୋଟିଏ ପଏଣ୍ଟ ବୃଦ୍ଧି ହୋଇ ଏହା ୧୨୬କୁ ପହଞ୍ଚିଥିଲା । ଏହା ପରେ, ଏପ୍ରିଲରେ ଏଥିରେ ୧.୭ ପଏଣ୍ଟ ବୃଦ୍ଧି ପାଇ ୧୨୭.୫କୁ ବୃଦ୍ଧି ପାଇଥିଲା । ସେହିପରି ମେ’ରେ ଏଆଇସିପିଆଇ ସୂଚକାଙ୍କରେ ୧.୩ ପଏଣ୍ଟ ବୃଦ୍ଧି ପାଇ ୧୨୯ରେ ପହଞ୍ଚିଛି । ଯାହା ପରେ ସରକାର ଏଥର ମହଙ୍ଗା ଭତ୍ତାରେ ୬ ପ୍ରତିଶତ ବୃଦ୍ଧି କରିପାରନ୍ତି । ଯଦି ଏପରି ହୁଏ ତେବେ ମହଙ୍ଗା ଭତ୍ତା ୩୪ ପ୍ରତିଶତରୁ ବଢ଼ି ୪୦ ପ୍ରତିଶତକୁ ପହଞ୍ଚିବ ।ବର୍ତ୍ତମାନ ସମୟରେ ଦେଶରେ ମୁଦ୍ରାସ୍ଫୀତି ଯୋଗୁଁ ଖରାପ ଅବସ୍ଥାରେ ଅଛି । ମୁଦ୍ରାସ୍ଫୀତିର ଏହି ହାର ଗତ ୮ ବର୍ଷର ଉଚ୍ଚ ସ୍ତରରେ ଅଛି । କେନ୍ଦ୍ର ସରକାରୀ କର୍ମଚାରୀମାନେ ଜୁନ୍ ୨୦୧୭ରୁ ସପ୍ତମ ବେତନ ଆୟୋଗର ଲାଭ ପାଉଛନ୍ତି । ଏଭଳି ପରିସ୍ଥିତିରେ ଯଦି ମହଙ୍ଗା ଭତ୍ତା ୪୦ ପ୍ରତିଶତକୁ ବୃଦ୍ଧି ହୁଏ, ତେବେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ବଢ଼ିବା ନିଶ୍ଚିତ ।
ଏକ ଆକଳନ ଅନୁଯାୟୀ, ଯଦି ଜଣେ କର୍ମଚାରୀଙ୍କ ବେସିକ ଦରମା ୧୮,୦୦୦ ଟଙ୍କା, ତେବେ ୩୪ ପ୍ରତିଶତ ହାରରେ ତାଙ୍କର ମହଙ୍ଗା ଭତ୍ତା ୬,୧୨୦ ଟଙ୍କା ହୋଇଥାଏ । ବର୍ତ୍ତମାନ ଯଦି ଏହା ୪୦ ପ୍ରତିଶତ ହେବ, ତେବେ କର୍ମଚାରୀ ୭,୨୦୦ ଟଙ୍କା ଡିଏ ପାଇବେ । ସେହିପରି ଯଦି ଜଣେ କର୍ମଚାରୀଙ୍କ ସର୍ବାଧିକ ବେସିକ ଦରମା ୫୬,୯୦୦ ଟଙ୍କା, ତେବେ ୩୪ ପ୍ରତିଶତ ହାରରେ ତାଙ୍କର ମହଙ୍ଗା ଭତ୍ତା ୧୯,୩୪୦ ଟଙ୍କା ହୋଇଥାଏ । ବର୍ତ୍ତମାନ ଯଦି ଏହା ୪୦ ପ୍ରତିଶତ ହେବ, ତେବେ କର୍ମଚାରୀ ୨୨,୭୬୦ ଟଙ୍କା ଡିଏ ପାଇବେ ।
