୨୮ରେ ୟୁଏଇ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୨୮ରେ ସଂଯୁକ୍ତ ରାଷ୍ଟ୍ର ଅମୀରାତ(ୟୁଏଇ) ଯାତ୍ରା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ବିଦୈଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ମନ୍ତ୍ରଣାଳୟ ମୁତାବକ, ପ୍ରଧାନମନ୍ତ୍ରୀ ଜୁନ୍ ୨୬-୨୭ରେ ଜର୍ମାନୀରେ ଜୀ୭ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ୟୁଏଇ ଯିବେ । ସେଠାରେ ୟୁଏଇର ପୂର୍ବତନ ରାଷ୍ଟ୍ରପତି ଶେଖ ଖଲିଫା ବିନ ଜାୟେଦ ଅଲ ନାହ୍ୱାନ ନିଧନରେ ବ୍ୟକ୍ତିଗତ ରୂପେ ଶ୍ରଦ୍ଧାଞ୍ଜଳି ଦେବେ ।
ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ, ପ୍ରଧାନମନ୍ତ୍ରୀ ଏହି ସମୟରେ ୟୁଏଇର ନୂଆ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟେଦ ଅଲ ନାହ୍ୱାନଙ୍କୁ ଅଭିନନ୍ଦନ ଜଣାଇବେ । ଜୁନ ୨୮ ରାତିରେ ହିଁ ମୋଦୀ ୟୁଏଇରୁ ଫେରିବେ ।
