ବସ୍-ଟ୍ରକ ମୁହାଁମୁହିଁ ଧକ୍କା, ଡ୍ରାଇଭରଙ୍କ ସମେତ ୩୫ରୁ ଅଧିକ ଯାତ୍ରୀ ଆହତ
ବରଗଡ଼ : ବରଗଡ଼ ଜିଲା ବରପାଲି ମେହେରପଡ଼ା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ଡ୍ରାଇଭରଙ୍କ ସମେତ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ, ବଲାଙ୍ଗୀରରୁ ଝାରସୁଗୁଡା ଯାଉଥିଲା ସରକାରୀ ବସ ଏବଂ ବରଗଡ଼ରୁ ବଲାଙ୍ଗୀର ଯାଉଥିବା ଏକ ମାଲ ବୋଝେଇ ଟ୍ରକ ମଧ୍ୟରେ ମୁହାଁମୁହାଁ ଧକ୍କା ହୋଇଥିଲା । ଯାହାଫଳରେ ବସରେ ବସିଥିବା ୨ ଜଣ ଡ୍ରାଇଭର ଓ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ବରପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅନ୍ୟପଟେ ଟ୍ରକ ଡ୍ରାଇଭରଙ୍କୁ ମଧ୍ୟ ଉଦ୍ଧାର କରି ଚିକିତ୍ସା କରାଯାଉଛି । ଦୁର୍ଘଟଣା ସଂପର୍କରେ ଖବର ପାଇ ବରପାଲି ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି ।
