ଭାରତରୁ କିଣିଥିବା ଗହମକୁ ଦେଶ ବାହାରକୁ ରପ୍ତାନୀ ଉପରେ କଟକଣା ଜାରି କଲା ୟୁଏଇ
ନୂଆଦିଲ୍ଲୀ : ସଂଯୁକ୍ତ ଆରବ ଇମିରାତ (ୟୁଏଇ) ଭାରତରୁ କିଣିଥିବା ଗହମକୁ ଦେଶ ବାହାରକୁ ରପ୍ତାନୀ କରିବା ଉପରେ କଟକଣା ଜାରି କରିଛି । ୟୁଏଇରେ ଆମଦାନୀ କରାଯାଇଥିବା ଭାରତୀୟ ଗହମର ଅଟାର ରପ୍ତାନୀ ଉପରେ ମଧ୍ୟ ରୋକ ଲାଗୁ ହୋଇଛି । ମାତ୍ର ଏହି କଟକଣା ୪ ମାସ ପାଇଁ । ଏହା ରୋକ ଗହମର ସବୁ ପ୍ରକାରର ହାର୍ଡ ଗହମ, ସାଧାରଣ ଗହମ ଓ ଅଟା ଉପରେ ଲାଗିଛି ।
ୟୁଏଇ ସରକାରଙ୍କ ସରକାର ଗଣମାଧ୍ୟମ ସଂସ୍ଥା ଡବ୍ଲୁଏଏମ୍ ବୟାନ ଜାରି କରି କହିଛି ଯେ, ଗତ ମେ’ ମାସ ୧୩ ତାରିଖ ପୂର୍ବରୁ ୟୁଏଇରେ ଆମଦାନୀ ହୋଇଥିବାର ଭାରତୀୟ ଗହମ ଓ ଅଟା ୪ ମାସ ପାଇଁ ଦେଶ ବାହାରୁ ରପ୍ତାନୀ ହୋଇପାରିବ ନାହିଁ । ଅର୍ଥବ୍ୟବସ୍ଥା ମନ୍ତ୍ରାଳୟ କହିଛି ଯେ, ଅନ୍ତର୍ଜାତୀୟ ଘଟଣାକ୍ରମ କାରଣରୁ ବ୍ୟବସାୟ ବାଧାପ୍ରାପ୍ତ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତ ୟୁଏଇକୁ ଗହମ ଦେଇଥିଲା । ଏଥି ପାଇଁ ଏହାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି ।
