କାଠଯୋଡ଼ି ଧାର ଉପରେ ବେଆଇନ କୋଠା ନିର୍ମାଣକୁ ଯୁବମୋର୍ଚାର ବିରୋଧ
ଜଗତସିଂହପୁର : ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର ରେଢୁଆ ପଂଚାୟତ ଅଵବାହିକା ରେ ମାଳିକା ବର୍ଣ୍ଣିତ କାଠଯୋଡି ନଦୀ (ଏକଧାର) ଉପରେ ଏକ ବେସରକାରୀ କୋଠା ନିର୍ମାଣ କରାଯାଉଅଛି ଏହାଦ୍ୱାରା ରଘୁନାଥପୁର ବ୍ଲକ ର କିଛି ଅଞ୍ଚଳ ତଥା ଚାଷ ଜମି ରେ କୁତ୍ରିମ ବନ୍ୟା (ଜଳମଗ୍ନ) ହେବାର ଆଶଙ୍କା ଅଛି । ଏହି ଘଟଣା ସ୍ଥାନୀୟ ଜନତାଙ୍କ ମାଧ୍ୟମରେ ଶୁଣି ଭାରତୀୟ ଜନତା ଯୁବ ମୋର୍ଚ୍ଚା ଜଗତସିଂହପୁରର ଜିଲ୍ଲା ସଭାପତି ମାନସ କୁମାର ମହାପାତ୍ର ଭାଇ ଙ୍କ ନେତୃତ୍ୱ ଓ ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଡ଼ଃ ପ୍ରକାଶ ଚନ୍ଦ୍ର ଦଳାଇ ଭାଇ ଙ୍କ ତତ୍ୱବାଧନ ରେ ଏକ ପ୍ରତିନିଧି ଦଳ ଯାଇ ତୃଣମୂଳ ସ୍ତର ରେ ପହଂଚି ସ୍ଥାନୀୟ ଜନତା ଙ୍କ ସହ ଆଲୋଚନା କରିଲେ , ଆଗାମୀ ଦିନ ରେ କିପରି ଏପରି ବେଆଇନ କାର୍ଯ୍ୟ କୁ ବନ୍ଦ କରି ମାଳିକା ବର୍ଣ୍ଣିତ କାଠଯୋଡି ନଦୀ କୁ ପୁନରୁଦ୍ଧାର ହେବ ସାଧାରଣ ଜନତା ଙ୍କ ସହ ଆଲୋଚନା କରିଲେ ।
ସୂଚନାଯୋଗ୍ୟ କି ଜଗତସିଂହପୁର ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ଏହିପରି ବେଆଇନ ଜମି ଅଧିଗ୍ରହଣ କରି ଜମି ମାଫିଆ ମାନେ ଚିଙ୍ଗୁଡ଼ି ଘେରି , ବେସରକାରୀ ମେଡ଼ିକାଲ , କଲେଜ ଆଦି ଗଢି ନିଜର ବେପାର ଜମାଇଥିବା ବେଳେ ନିରୀହ ସାଧାରଣ ଜନତା ବହୁତ ଅସୁବିଧା ରେ ପଡୁଛଞ୍ଚି , ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ଯୁବ ମୋର୍ଚ୍ଚା ର ତଦନ୍ତକାରୀ ଟିମ ପହଂଚି ଉଚିତ ଆଇନ ଅନୁଯାୟୀ ବେଆଇନ କାର୍ଯ୍ୟ କୁ ବନ୍ଦ କରିବା ସହ ସାଧାରଣ ଜନତା କିପରି ଉଚିତ ନ୍ୟାୟ ପାଇବେ ସେଥିପ୍ରତି ଯୁବମୋର୍ଚା କାର୍ଯ୍ୟକ୍ରମ ଓ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ଜିଲ୍ଲା ସଭାପତି ମାନସ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ କ୍ଷୀତିଶ ଦାସ, ଉପସଭାପତି ଜଗନ୍ନାଥ ବାରିକ, ସଂଯୋଜକ ମିଲନ ସ୍ୱାଇଁ, ସମ୍ପାଦକ ସାଗର ଦାସ, ଜଇପୁର ମଣ୍ଡଳ ସଭାପତି ସଞ୍ଜୟ କୁମାର ଖୁଣ୍ଟିଆ, ଯୁବ ନେତା ପ୍ରସନ୍ନ ଦାସ, ବଳରାମ ଦଳାଇ, ଦେବାର୍ଚ୍ଚନ ନାୟକ, ଚିନ୍ମୟ ଦାସ, ଅମୀର ଦାସ ଉପସ୍ଥିତ ଥିଲେ।
