ଅଭାବନୀୟ ଘଟଣା ! ଚୋରିକୁ ପ୍ରତିରୋଧ କରୁଥିବାବେଳେ ଚଳନ୍ତା ଟ୍ରେନ୍ରୁ ମହିଳା କନଷ୍ଟେବଲଙ୍କୁ ଠେଲିଦେଲେ ୪ ଦୁର୍ବୃତ୍ତ
ପାଟନା : ବିହାର ପୋଲିସର ଜଣେ ମହିଳା କନଷ୍ଟେବଲ ଚୋରିର ବିରୋଧ କରିବା ସମୟରେ ତାଙ୍କୁ କାଠିହାର ଜିଲାରେ ଚଳନ୍ତା ଟ୍ରେନ୍ରୁ ଫିଙ୍ଗି ଦିଆଯାଇଛି। ଯେତେବେଳେ ସମସ୍ତିପୁର କାଠିହାର ପ୍ୟାସେଞ୍ଜର ବୁଧବାର କାଠିହାର ଜଙ୍କସନରେ ପହଞ୍ଚିବାକୁ ଯାଉଥିଲା ସେହି ସମୟରେ ଆଜି ଏପରି ଘଟଣା ଘଟିଛି। ସେହି ମହିଳା କନଷ୍ଟେବଙ୍କ ପରିଚୟ ଆରତି କୁମାରୀ ବୋଲି ଜଣାପଡ଼ିଛି ସେ ନୌଡ଼ାରେ ନିୟୋଜତ ଅଛନ୍ତି ସେ ତାଙ୍କ ଘରକୁ ଯିବା ସମୟରେ ଜଙ୍କସନର ବାହାର ପୋଷ୍ଟରେ ଏପରି ହୋଇଥିଲା।
ଆହତ କନଷ୍ଟେବଲଙ୍କୁ ରେଳ ଧାରଣା ପାଖେ ଦେଖି କଠିଆର ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିଲା। ତାଙ୍କ ଦେହରେ ଅଧିକ କ୍ଷତ ହୋଇଥିବାରୁ ତାଙ୍କର ଉନ୍ନତ ଚିକିତ୍ସା ପାଇଁ ଡାକ୍ତରମାନେ ତାଙ୍କୁ କଠିହାର ମେଡ଼ିକାଲ୍ କଲେଜ୍କୁ ସ୍ଥାନାନ୍ତର କରିଛନ୍ତି। ଆହତ କନଷ୍ଟେବଲ ଡାକ୍ତରଖାନାରେ କହିଛନ୍ତି ‘‘ଚାରିଜଣ ଲୁଟେରା ମୋ ମନି ପର୍ସ ଓ ମୋବାଇଲ୍ ଛଡ଼ାଇବା ପାଇଁ ଚେଷ୍ଠା କରୁଥିଲେ। ମୁଁ ସେମାନଙ୍କୁ ବିରୋଧ କରିବାରୁ ସେମାନେ ମୋତେ ଟ୍ରେନ୍ରୁ ଠେଲିଦେଲେ’’।
କନଷ୍ଟେବଲଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ‘‘ତାଙ୍କର ଡାହାଣ ଗୋଡ଼ ଭାଙ୍ଗିଯାଇଛି ଓ ମୁଣ୍ଡରେ ଗଭୀର କ୍ଷତ ହୋଇଛି’’। ମହିଳା କନଷ୍ଟେବଲ ଜଣଙ୍କ ବାରମ୍ୱାର କଲ୍ କରିବା ସତ୍ତ୍ୱେ ମଧ୍ୟ କଠିହାର ରେଳ ବିଭାଗ ଏସ୍ପି କୌଣସି ଉତ୍ତର ଦେଇନଥିଲେ। ଜଣେ ବିହାର ପୋଲିସ ଅଧିକାରୀ କହିଛନ୍ତି ରେଳବାଇ ପୋଲିସ କିମ୍ୱା ରାଜ୍ୟ ଏନେଇ ନିଜଆଡ଼ୁ କୌଣସି ମାମଲା ରୁଜୁ କରିନାହାନ୍ତି। ଏହି ଘଟଣାଟି ଚଳନ୍ତା ଟ୍ରେନ୍ରେ ହୋଇଥିବାରୁ ଏହା ରେଳବାଇ ପୋଲିସର ଦାୟିତ୍ୱ।
