ରାହୁଲକୁ ଦେଖିଲେ ଉଦ୍ଧାରକାରୀ ଦଳ! ଆଉ କିଛି ସମୟ ପରେ ବାହାରକୁ ଆସିବ
ରାୟପୁର : ରାହୁଲକୁ ଦେଖିଲେ ଉଦ୍ଧାରକାରୀ ଦଳ । ରାହୁଲର ଅତି ନିକଟତର ହେଲା ଉଦ୍ଧାରକାରୀ ଦଳ । ପଥର ସନ୍ଧିରୁ ରାହୁଲକୁ ଦେଖିଲେ ଉଦ୍ଧାରକାରୀ ଦଳ । ରାହୁଲ ସୁରକ୍ଷିତ ଥିବା କହିଲେ ଉଦ୍ଧାରକାରୀ ଦଳ । ଖୁବ୍ଶୀଘ୍ର ରାହୁଲକୁ ବାହାରକୁ ଅଣାଯିବ କହିଲେ ଜିଲାପାଳ ।
ସୂଚନା ଯେ, ଛତିଶଗଡ଼ର ଜାଞ୍ଜଗିର-ଚମ୍ପା ଜିଲ୍ଲା ଫିରିଡ୍ ଗାଁରେ ପ୍ରାୟ ୮୦ ଫୁଟ୍ ବୋରେଓ୍ବଲ ଗାତ ଭିତରେ ୫ ଦିନ ହେଲା ଫସି ରହିଛି ରାହୁଲ। ଲଗାତାର ଭାବେ ରାହୁଲ ସହ ଯୋଗାଯୋଗ କରାଯିବା ସହ ତାକୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉଥିଲା। ଗତକାଲି ରାତିରେ ମଧ୍ୟ କଦଳି ଏବଂ ଜୁସ୍ ଦିଆଯାଇଥିଲା। ପାଇପ୍ ଯୋଗେ ତା’ ପାଖକୁ ଅକ୍ସିଜେନ୍ ପହଞ୍ଚାଯାଉଛି। ପିଲାଟିକୁ ଉଦ୍ଧାର କରିବା ପାଇଁ ଏନ୍ଡିଆର୍ଏଫ, ଏସ୍ଡିଆର୍ଏଫ୍ ଟିମ୍ ଓ ଜିଲ୍ଲା ପ୍ରଶାସନ ନିରନ୍ତର ଲାଗିଛନ୍ତି।
