ତୃତୀୟ ଟି-୨୦ : ଟସ ଜିତି ଦକ୍ଷିନଫ୍ରିକାର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ
ବିଶାଖାପାଟନମ: ଆଜି ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟି-୨୦ ଖେଳାଯିବ । ପ୍ରଥମ ୨ଟି ମ୍ୟାଚ୍ରେ ପରାଜିତ ହୋଇଥିବା ଭାରତ ‘କର ବା ମର’ ସ୍ଥିତିରେ ରହିଛି । ଆଉ ଗୋଟିଏ ପରାଜୟ ସିରିଜ ଆଶା ଛଡ଼ାଇ ନେବ । ସବୁ ଶକ୍ତି ଖଟାଇ ଭାରତକୁ ଜିତିବାକୁ ହେବ । ଦକ୍ଷିଣ ଆଫ୍ରିକା ପୂର୍ବରୁ ଭାରତରେ କୌଣସି ଟି-ଟ୍ୱେଣ୍ଟି ସିରିଜ ପରାଜିତ ହୋଇନାହିଁ । ଏଥର ମଧ୍ୟ ବିଜୟ ଆଶା ଉଜ୍ଜ୍ୱଳ ରଖିଛି । ତୃତୀୟ ଟି-୨୦ରେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟ ଦଳର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ଘଟିନାହିଁ।
ପ୍ରଥମ ୨ଟି ଯାକ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଟସ୍ ଜିତିଥିଲା ପ୍ରଥମେ ଫିଲ୍ଡିଂ କରି ଉଭୟ ମ୍ୟାଚ୍ ଜିତିଥିଲା । ମଙ୍ଗଳବାର ମଧ୍ୟ ମ୍ୟାଚ୍ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ରାତ୍ରିରେ କାକର ପଡ଼ୁଥିବାରୁ ଦ୍ୱିତୀୟ ଇନିଂସ ବ୍ୟାଟିଂ କରିବା ସହଜ ତେଣୁ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ସ୍ୱାଭାବିକ । ଦକ୍ଷିଣ ଆଫ୍ରିକା ୨ଟି ଯାକ ମ୍ୟାଚ୍ରେ ଟସ୍ ଜିତିଥିଲା । ଆଉ ତୃତୀୟ ମୁକାବିଲାରେ ଭ୍ରମଣକାରୀ ଦଳ ଟସ୍ ଜିତିଛି। ଭାରତକୁ ବିକଳ୍ପ ରଣନୀତି ପ୍ରସ୍ତୁତ କରିବାକୁ ହେବ । ବୋଲିଂ ଓ ଫିଲ୍ଡିଂରେ ଉନ୍ନତି ଆଣିବାକୁ ହେବ । ଏସବୁ ସମ୍ଭବ ହେଲେ ବିଜୟ ସହଜ ହୋଇପାରିବ । ରିଷଭ ପନ୍ତଙ୍କ ଅପରିପକ୍ୱ ନେତୃତ୍ୱ ଯୋଗୁ ଭାରତ ଦ୍ୱିତୀୟ ମ୍ୟାଚ୍ରେ ପରାଜିତ ହୋଇଥିଲା । ଲୟରେ ଥିବା ବୋଲରଙ୍କୁ ଉଛିତ ସମୟରେ ବୋଲିଂ ନଦେବା ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା ।
ଭାରତ: ଇଶାନ କିଷନ, ଋତୁରାଜ ଗାଏକୱାଡ୍, ଶ୍ରେୟାସ ଆୟର, ରିଷଭ ପନ୍ତ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଅଭେଶ ଖାନ, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ ।
ଦକ୍ଷିଣ ଆଫ୍ରିକା: ରିଜା ହେଣ୍ଡରିକ୍ସ, ତେମ୍ବା ବଭୁମା(ଅଧିନାୟକ), ରାଶି ଭାନ ଡର ଡୁସେନ, ଡେଭିଡ୍ ମିଲର, ହେନରିକ କ୍ଲାସେନ, ଡ୍ୱେନ ପ୍ରିଟୋରିୟସ, କାଗିସୋ ରାବାଡା, କେଶବ ମହାରାଜ, ଅନରିଚ ନର୍ତ୍ତୋଜେ, ତବରେଜ ସମସି ।
