ତୁକାରାମ ମହାରାଜ ମନ୍ଦିର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ମହାରାଷ୍ଟ୍ର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣେସ୍ଥିତ ଦେହୁରେ ତୁକାରାମ ମହାରାଜ ମନ୍ଦିର ଉଦଘାଟନ କରିଛନ୍ତି । ଏହି ଅବସରରେ ମୋଦୀ କହିଛନ୍ତି ଯେ, ମନୁଷ୍ୟ ଜନ୍ମ ସବୁଠୁ ଦୁର୍ଲଭ ସନ୍ଥର ସତସଙ୍ଗ ବୋଲି ଶାସ୍ତ୍ରରେ କୁହାଯାଇଛି। ସନ୍ଥଙ୍କ କୃପା ଅନୁଭୂତ ହୋଇଗଲେ ଈଶ୍ୱର ଆପେ ଆପେ ଅନୁଭବ ହୋଇଯିବେ । ଆଜି ଦେହୁର ଏହି ପବିତ୍ର ତୀର୍ଥଭୂମିକୁ ଆସି ମୋତେ ଏମିତି ହିଁ ଅନୁଭବ ହେଉଛି ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଦେହୁର ଶିଲା ମନ୍ଦିର ଭକ୍ତି ଓ ଶକ୍ତିର ଏକ କେନ୍ଦ୍ର ହେବାସହ ଭାରତର ସାଂସ୍କୃତିକ ଭବିଷ୍ୟର ସୁଦୃଢ଼ କର୍ତ୍ତା । ଏହି ମନ୍ଦିରର ପୁନନିର୍ମାଣ ଲାଗି ମୁଁ ସମସ୍ତଙ୍କଠାରେ ଆଭାର ବ୍ୟକ୍ତ କରୁଛି ।
