ଅପରେସନ ରାହୁଲ : ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ, ଜାନ ଲଗାଇଦେଇଛି ଏନଡିଆରଏଫ
ଛତିଶଗଡ : ଛତିଶଗଡ ଚମ୍ପା ଜିଲ୍ଲାର ପିହରିଦ ଗାଁର ଅପରେସନ ରାହୁଲ ଉପରେ ସାରା ଦେଶର ନଜର ରହିଛି । ୮୦ଫୁଟର ଗଭୀର ଗାତ ତଳେ ଫଶି ରହିଛି ଜୀବନ । ଚାରି ଦିନ ହେବ ଗଭୀର ଗାତର ଅନ୍ଧାକାର ଭିତରେ ଫଶି ରହଛନ୍ତି ୧୧ବର୍ଷର ରାହୁଲ । ଜୀବନ ସହ କରୁଛନ୍ତି ଲଢେଇ । ସେପଟେ ରାହୁଲକୁ କଳେ ବଳେ କୌଶଳେ ଜୀବିତ ଉଦ୍ଧାର କରିବା ପାଇଁ ଚାଲିଛି ଜୋରଦାର ପ୍ରୟାସ । ଏନଡିଆରଏଫ, ଏସିଡିଆରଏଫ ଓ ସେନା ଉଦ୍ଧାରକାମରେ ନିୟୋଜିତ ଅଛନ୍ତି । ଗୋଟେ ପଟେ ଚାଲିଛି ଉଦ୍ଧାରକାମ ଅନ୍ୟପଟେ ରାହୁଲଙ୍କ ସୁରକ୍ଷା ପାଇଁ ଚାଲିଛି ପ୍ରାର୍ଥନା । ଉଦ୍ଧାରକାରୀ ଦଳ କହିଛି ବୋରୱେଲ ଭିତରୁ ରାହୁଲଙ୍କ ଉଦ୍ଧାର କରିବା ସମୟରେ ବଡ ବଡ ଚଟାଣ ଓ ପଥର ବାଧା ସାଜୁଛି । ଏଥିସହ ବୋରୱେଲରେ ପାଣି ଭରି ରହିବା ଯୋଗୁଁ ଉଦ୍ଧାରକାମରେ ବିଳମ୍ବିତ ହେଉଛି ।
ସେପଟେ ଉଦ୍ଧାରକାମକୁ ତ୍ୱରାନିତ୍ୱ କରିବା ପାଇଁ ଗୁଜରାଟରୁ ଆସି ପହଁଚିଛି ରୋବୋଟିକ ଟିମ୍ । ରୋବୋର୍ଟରୁ ମିଳୁଥିବା ତଥ୍ୟ ଆଧାରରେ ଚାଲିଛି ଉଦ୍ଧାରକାମ । ଘଟଣାକୁ ପ୍ରାୟ ୩ଦିନ ବିତିଗଲାଣି । ଗାତ ଭିତରେ କେମିତି ରହିଛି ରାହୁଲଙ୍କ ସ୍ଥିତି ତା ଉପରେ କଡ଼ା ନଜର ରଖାଯାଇଛି । ଖାଦ୍ୟ,ପାନୀୟ, ଔଷଧ ସବୁ କିଛି ରାହୁଲଙ୍କୁ ଯୋଗାଇ ଦିଆଯାଉଛି । । ସେପଟେ ଉଦ୍ଧାରକାରୀ ଦଳ ଓ ପରିବାର ଲୋକ ରାହୁଲଙ୍କ ମନବଳ ବଢାଉଛନ୍ତି । ସେପଟେ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ । ରେସ୍କ୍ୟୁ ଅପରେସନକୁ ମନିଟର କରାଯାଇ ମୁଖ୍ୟମମନ୍ତ୍ରୀଙ୍କୁ ପ୍ରତିସମୟର ଖବର ଦିଆଯାଉଛି । ରାହୁଲଙ୍କ ପରିବାର ସହ ଲଗାତାର କଥା ହେଉଛନ୍ତି ମୁଖ୍ୟମନ୍ତ୍ରୀ । ରେସ୍କ୍ୟୁ ଅପରେସନର ସଫଳ ହେବା ପାଇଁ ଚାଲିଛି ପ୍ରାର୍ଥନା । ଜୁନ ୧୧ ତାରିଖରେ ଖେଳୁ ଖେଳୁ ବୋରୱେଲ ଭିତରକୁ ଖସିପଡିଥିଲେ ବାଳକ । ବିଳମ୍ବିତ ସମୟ ଯାଏ ଘରକୁ ନଫେରିବା ପରେ ତାଙ୍କ ଖୋଜରେ ବାହାରିଥିଲେ ପରିବାର ଲୋକ । ଘର ଆଖପାଖରେ ଖୋଜିବା ସମୟରେ ହଠାତ ଘର ଲୋକ ରାହୁଲଙ୍କ ଡାକ ଶୁଣିବାକୁ ପାଇଥିଲେ । ଏହା ପରେ ସ୍ଥାନୀୟ ପ୍ରଶାସନକୁ ଖବର ଦେବା ପରେ ଆରମ୍ଭ ହୋଇଥିଲା ଉଦ୍ଧାରକାମ ।
