ଜୁନ ପହିଲାରୁ ଆଜି ମଧ୍ୟରେ ରାଜ୍ୟରେ ନିଅଣ୍ଟିଆ ବର୍ଷା, ୩ ଜିଲାରେ ଜମା ବର୍ଷା ନାହିଁ
ଭୁବନେଶ୍ୱର : ଚଳିତ ଜୁନ ପହିଲାରୁ ଆଜି ମଧ୍ୟରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଛି। ୩ଟି ଜିଲାରେ ଆଦୌ ବର୍ଷା ହୋଇ ନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଗତ ୧୨ ଦିନରେ ସ୍ୱାଭାବିକ ବର୍ଷା ୫୦.୮ ମିଲିମିଟର ହେବା କଥା। ହେଲେ ଏହି ସମୟରେ ମାତ୍ର ୧୦.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ୱାଭାବିକ ବର୍ଷାଠାରୁ ୭୯ ପ୍ରତିଶତ କମ୍ । ବରଗଡ଼, ସୋନପୁର ଓ ମାଲକାନଗିରି ଜିଲାରେ ଆଦୌ ବର୍ଷା ହୋଇନାହିଁ।
ସେହିପରି ୩ଟି ଜିଲାରେ ୨୦ରୁ ୫୯ ପ୍ରତିଶତ ସ୍ୱଳ୍ପ ବର୍ଷା ରେକର୍ଡ କରାଯାଇଥିବା ବେଳେ ୨୨ ଜିଲାରେ ଅଧିକ ନିଅଣ୍ଟିଆ ବା ୬୦ ପ୍ରତିଶତରୁ କିମ୍ବା ଅଧିକ ବର୍ଷା ହୋଇଛି।
