ରାଜସ୍ଥାନରେ ବିଜେପିକୁ ଶକ୍ତ ଝଟକା ! ତିନି ବିଧାୟକ ତୃଟିପୂର୍ଣ୍ଣ ମତଦାନ କରିଥିବା ଅଭିଯୋଗ
ନୂଆଦିଲ୍ଲୀ : ରାଜସ୍ଥାନରେ ବିରୋଧି ବିଜେପିକୁ ଏକ ଶକ୍ତ ଝଟକା ଲାଗିଛି। ରାଜ୍ୟର ୪ ଲୋକସଭା ଆସନ ପାଇଁ ଶୁକ୍ରବାର ଭୋଟ ପଡୁଛି। କିନ୍ତୁ ଇତି ମଧ୍ୟରେ ତିନି ବିଜେପି ବିଧାୟକ ବଡ ଗଡବଡ କରି ଦେଇଛନ୍ତି। ସେମାନେ ତୃଟିପୂର୍ଣ୍ଣ ମତଦାନ କରିଥିବା ଅଭିଯୋଗ ହୋଇଛି। ଫଳରେ ଦୁଇଟି ସିଟ ବିଜୟ ଲକ୍ଷ୍ୟ ରଖିଥିବା ବିଜେପିର ଚିନ୍ତା ବଢିଯାଇଛି।
ରାଜସ୍ଥାନରେ ୪ ରାଜ୍ୟସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି। ଏହି ସମୟରେ ତିନି ଜଣ ବିଜେପି ବିଧାୟକଙ୍କ ଭୁଲ ମତଦାନ ଖବର ସାମନାକୁ ଆସିଛି। ଧୌଲପୁର ବିଧାୟିକା ଶୋଭାରାଣୀ କୁଶୱା ନିଜ ଭୋଟ ବିଜେପି ପ୍ରାର୍ଥୀ ଘନଶ୍ୟାମ ତିୱାରୀଙ୍କୁ ଦେବାର ଥିଲା, କିନ୍ତୁ ସେ ଭୁଲ ବଶତଃ କଂଗ୍ରେସର ପ୍ରମୋଦ ତିୱାରୀଙ୍କୁ ଦେଇଦେଲେ। ବିଜେପି ବିଧାୟିକା ସିଦ୍ଧି କୁମାରଙ୍କ ଭୋଟରେ ବି ଗଡବଡ ହୋଇଛି। ସେ ସ୍ୱାଧିନ ପ୍ରାର୍ଥୀ ସୁବାଷ ଚନ୍ଦ୍ରାଙ୍କୁ ଭୋଟ ଦେବାର ଥିବା କିନ୍ତୁ ଭୁଲବଶତଃ ଘନଶ୍ୟାମଙ୍କ ସପକ୍ଷରେ ମତଦାନ କରିଥିବା ସୂଚନା ମିଳିଛି।
ସେହିପରି ବିଜେପି ବିଧାୟକ କୈଳାଶ ଚନ୍ଦ ମୀନାବି ନିଜର ମତଦାନ ବେଳେ ଭୁଲ କରିଛନ୍ତି। ତାଙ୍କର ଭୋଟ ମଧ୍ୟ ଖାରଜ ହେବାର ସମ୍ଭାବନା ଅଛି। କଂଗ୍ରେସ ଅଧ୍ୟକ୍ଷ ଗୋବିନ୍ଦ ସିଂହ ଡୋଟସରା ଦାବି କରିଛନ୍ତି ଯେ, କୈଳାଶ ଚନ୍ଦ, ପୋଲିଂ ଏଜେଣ୍ଟଙ୍କୁ ଦେଖାଇ ଭୋଟ ଦେଇଛନ୍ତି। ଫଳଳରେ ଏହି ମାମଲା ବି ବିଜେପିକୁ ଅଡୁଆରେ ପକାଇପାରେ। କାରଣ ସିସିଟିଭି ଓ ନିର୍ବାଚନ ଆୟୋଗର ଭିଡିଓଗ୍ରାଫି ଦେଖିଲା ପରେ ବିଜେପି ବିଧାୟକଙ୍କ ଭୋଟ ଉପରେ ନିଷ୍ପତ୍ତି ନିଆଯିବ। କିନ୍ତୁ କୌଳାଶଙ୍କ ଭୋଟ ନାକଟ ହେବାର ସମ୍ଭାବନା ଅଧିକ ଅଛି।
ଶୁକ୍ରବାର ସକାଳ ୯ରୁ ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରଥମେ ମତଦାନ କରିଥିଲେ। ସେ କଂଗ୍ରେସର ପୋଲିଂ ଏଜେଣ୍ଟ ଅଛନ୍ତି। ଭୋଟଗ୍ରହଣ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ସେପଟେ ପ୍ରଥମ ଥର ପାଇଁ ରାଜସ୍ଥାନରେ ବିଦ୍ରୋହ ଓ ଘୋଡା ବେପାର ଭୟରେ ଇଣ୍ଟରନେଟ ଉପରେ କଟକଣା ଲଗାଯାଇଛି। ରାଜ୍ୟରେ ୨୦୦ ସିଟ୍ ବିଶିଷ୍ଟ ବିଧାନସଭାରେ କଂଗ୍ରେସର ୧୦୮ ଏବଂ ବିଜେପିର ୭୧ଟି ଆସନ ଅଛି। ସୁଭାଷ ଚନ୍ଦ୍ରାଙ୍କୁ ଦ୍ୱିତୀୟ ଥର ବିଜେପି ସମର୍ଥନ କରିଥିବାବେଳେ ଘନଶ୍ୟାମ ତିୱାରୀ ଦଳୀୟ ପ୍ରାର୍ଥୀ ହେଇଛନ୍ତି।
