ଏହି ପାଞ୍ଚଟି ଅଭ୍ୟାସ ଆପଣଙ୍କୁ କରିବ ଧନବାନ ! ଚାଣକ୍ୟ ନୀତି ପାଳନ ସହ କରନ୍ତୁ ଏହି କାମ
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜି ମଧ୍ୟ ଜୀବିତ ରହିଛି । ଚାଣକ୍ୟଙ୍କର ପ୍ରତ୍ୟେକଟି ବାଣୀ ବ୍ୟକ୍ତିଗତ ଜୀବନ ସହ ସମ୍ବନ୍ଧିତ ରହିଛି । ତାଙ୍କର ଏହି ନୀତିକୁ ପାଳନ କରିବା ଦ୍ୱାରା ପ୍ରତ୍ୟେକଟି ବ୍ୟକ୍ତି ନିଜ ଜୀବନକୁ ସଫଳ କରିପାରିବେ। ଜଣେ ସାଧାରଣ ମଣିଷ ନିଜ ଜୀବନରେ ସମସ୍ତ ସୁଖ ଭୋଗ କରିପାରିବ । ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରତ୍ୟେକ ବାଣୀ ମଣିଷ ଜୀବନରେ ଗୁରୁତ୍ୱ ରହିଛି ।
ରାଜନୈତିକ, ସାମାଜିକ, ଆର୍ଥନୀତି ଓ ଦାର୍ଶନଶାସ୍ତ୍ର ବିଷୟରେ ଆଚାର୍ଯ୍ୟ ଚାଣକ୍ୟଙ୍କର ଗଭୀର ଜ୍ଞାନ ଥିଲା । ସେ ଭଲ ଭାବେ ଜାଣିଥିଲେ ଯେ, ବ୍ୟକ୍ତି ଜୀବନରେ ଧନର ଗୁରୁତ୍ୱ କେତେ ରହିଛି । ସେଥିପାଇଁ ଧନ ଅର୍ଜନ କରିବା ପ୍ରସଙ୍ଗରେ ଚାଣକ୍ୟ ଏମିତି କିଛି କହି ଯାଇଛନ୍ତି । ଯାହାକୁ ପାଳନ କଲେ ଲକ୍ଷ୍ମୀ ସର୍ବଦା ଆପଣଙ୍କ ସହ ରହିବେ ।
ଧନ ସଂଚନ୍ତୁ :
ଚାଣକ୍ୟ ନୀତି ଅନୁଯାୟୀ ବ୍ୟକ୍ତି ଧନବାନ ସେତେବେଳେ ହେବ ଯଦି ସେ ଧନର ଗମ୍ଭୀରତା ବୁଝି ପାରିବ । ଯେଉଁ ବ୍ୟକ୍ତି ଧନ ସଂଚୟ କରନ୍ତି, ସେମାନଙ୍କ ଉପରେ ଲକ୍ଷ୍ମୀ ସର୍ବଦା କୃପା କରନ୍ତି । ଚାଣକ୍ୟ ନୀତି କୁହେ ଯେଉଁ ବ୍ୟକ୍ତି ଧନ ସଂଚୟ ନ କରନ୍ତି ଭବିଷ୍ୟତରେ
ସେମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ।
ଆୟଠୁ ଅଧିକ ବ୍ୟୟ ନ କରନ୍ତୁ :
ଚାଣକ୍ୟ ନୀତି କୁହେ, ବ୍ୟକ୍ତି ଧନର ବ୍ୟୟ ତା’ର ଆୟ ଅନୁଯାୟୀ କରିବା ଉଚିତ୍ । ଧନର ବ୍ୟୟ କେବେ ବି ଆୟ ଠାରୁ ଅଧିକ କରିବା ଉଚିତ୍ ନୁହେଁ । ନିହାତି ଆବଶ୍ୟକ ନହେଲେ ଧନ ଖର୍ଚ୍ଚ କରନ୍ତୁ ନାହିଁ । ଯେଉଁ ଲୋକ ଆୟ ଠାରୁ ଅଧିକ ବ୍ୟୟ କରନ୍ତି । ସେମାନେ କଷ୍ଟରେ ଦିନ କାଟିଥାନ୍ତି ।
ଅନ୍ୟାୟ ପଥ ଗ୍ରହଣ କରନ୍ତୁ ନାହିଁ :
ଚାଣକ୍ୟ କହିଛନ୍ତି ଯେ, ଜୀବନରେ ଟଙ୍କା ଓ ସଫଳତା ପାଇବା ପାଇଁ କଦାପି ଅନ୍ୟାୟ, ଅଧର୍ମର ରାସ୍ତା ବାଛନ୍ତୁ ନାହିଁ । ଏହି ରାସ୍ତାରେ ଗଲେ ବ୍ୟକ୍ତିଙ୍କୁ କ୍ଷତି ସହିବାକୁ ପଡିଥାଏ । ମନେରଖନ୍ତୁ, ଧନପ୍ରାପ୍ତି ପାଇଁ କେବେବି ଶତ୍ରୁ ସହ ହାତ ମେଳାନ୍ତୁ ନାହିଁ ।
ପରିଷ୍କାର ପୋଷାକ ପିନ୍ଧନ୍ତୁ :
ଚାଣକ୍ୟ କୁହନ୍ତି କି, ବ୍ୟକ୍ତି ଯେତେ ଗରିବ ହେଉ ନା କହିଁକି ସେମାନେ ସବୁବେଳେ ସଫା ସୁତୁରା ରହିବା ଉଚିତ୍। ଅପରିଷ୍କାର କପଡ଼ା ପିନ୍ଧୁଥିବା ବ୍ୟକ୍ତିଙ୍କ ପାଖରେ ମାଆ ଲକ୍ଷ୍ମୀ କେବେ ହେଲେ ବାସ କରନ୍ତି ନାହିଁ। ଏଭଳି ବ୍ୟକ୍ତି ସବର୍ଦା ଅପମାନିତ ହୋଇଥାଏ।
ଯେଉଁ ବ୍ୟକ୍ତି ଦାନ୍ତକୁ ଅପରିଷ୍କାର କରି ରଖନ୍ତି ଏବଂ ତାହାକୁ ସଫା ରଖନ୍ତି ନାହିଁ, ସେମାନଙ୍କ ପାଖରେ ଧନ ସମସ୍ୟା ଦେଖା ଦେଇଥାଏ। ଦାନ୍ତକୁ ସଫା ରଖୁଥିବା ବ୍ୟକ୍ତି ସବୁବେଳେ ହସ ଖୁସିରେ ଥାଏ।
ସ୍ୱଳ୍ପାହାର କରନ୍ତୁ :
ଚାଣକ୍ୟ କୁହନ୍ତି, ଅଧିକ ଖାଦ୍ୟ ଖାଉଥିବା ବ୍ୟକ୍ତି କେବେ ଧନବାନ ହୋଇପାରେ ନାହିଁ। କବେଳ ସେତିକି ନୁହେଁ, ଅଧିକ ଖାଉଥିବା ବ୍ୟକ୍ତିର ସ୍ବାସ୍ଥ୍ୟ ମଧ୍ୟ ଅଧିକାଂଶ ସମୟରେ ଖରାପ ହୋଇଥାଏ।
