ପୁଣି ଶ୍ରୀମନ୍ଦିର ଭିତର ଫୋଟୋ ଭାଇରାଲ
ପୁରୀ : ପୁଣି ବଡ଼ଦେଉଳ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନବାଚୀ । ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଫଟୋ ଭାଇରାଲ୍ ନେଇ ଆଉ ଥରେ ସୃଷ୍ଟି ହୋଇଛି ହଇଚଇ । ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତର ଫଟୋ ବିଶ୍ୱ ଦରବାରରେ ଘୂରି ବୁଲୁଛି । ସ୍ପଷ୍ଟ ଦିବା ଲୋକରେ ଜଣେ ଶ୍ରଦ୍ଧାଳୁ ବେଧଡ଼କ ସେଲ୍ଫି ନେଇ ଫଟୋ ପୋଷ୍ଟ କରିଛନ୍ତି । ପଶ୍ଚିମଦ୍ୱାର ସମ୍ମୁଖ ନିଶା ନୃସିଂହଙ୍କ ନିକଟ ଭିତରବେଢା ଓ କୋଇଲି ବୈକୁଣ୍ଠ ଭିତର ଫଟୋ ଅନୁମାନ ହେଉଛି ।
ସଞ୍ଜୟ ପାଢୀ ଶର୍ମା ନାମକ ଜଣେ ବ୍ୟକ୍ତି ଏହି ସବୁ ଫଟୋକୁ ମଙ୍ଗଳବାର ତାଙ୍କ ଫେସ୍ବୁକ୍ରେ ପୋଷ୍ଟ କରିଛନ୍ତି । ସୋସିଆଲ୍ ମିଡିଆରେ ଶ୍ରୀମନ୍ଦିର ଫଟୋ ଦେଖି ଜଗନ୍ନାଥପ୍ରେମୀ ଉଦ୍ବେଗ ପ୍ରକାଶ କରିଛନ୍ତି । ତୁରନ୍ତ ଆଇନ୍ ଉଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଟ୍ୱିଟର ଯୋଗେ ପୁରୀ ଏସ୍ପି, ଶ୍ରୀମନ୍ଦିର ପ୍ରଶାସନ ସମେତ ମୁଖ୍ୟମନ୍ତ୍ରୀ ଓ ୫ଟି ମୋ ସରକାରଙ୍କୁ ଅନୁରୋଧ କରାଯାଇଛି ।
