୪୪ ଡିଗ୍ରୀ ସହ ନୂଆପଡା ସବୁଠୁ ଉତପ୍ତ ସହର
ଭୁବନେଶ୍ୱର : ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ସୋମବାର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଥିବା ବେଳେ ୩ ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି । ୪୪ ଡିଗ୍ରୀ ତାପମାତ୍ରା ସହ ନୂଆପଡ଼ା ଆଜିର ଉତପ୍ତ ସହର ପାଲଟିଥିଲା । ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସୋମବାର ବୌଦ୍ଧ ଓ ବଲାଙ୍ଗିର ସହରରେ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ, ସମ୍ବଲପୁର ୪୨, ସୁନ୍ଦରଗଡ଼ରେ ୪୨ ଡିଗ୍ରୀ , ଟିଟିଲାଗଡ଼ ୪୧.୮, ସୋନପୁର ୪୧.୨, ହୀରାକୁଦ ୪୧.୧ ଡିଗ୍ରୀ, ବରଗଡ଼ ୪୧, ଝାରସୁଗୁଡ଼ା ୪୦.୮, ନୟାଗଡ଼ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ୩୫.୬ ଡିଗ୍ରୀ ଏବଂ କଟକରେ ୩୫.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
