ବକ୍ସ ଅଫିସ୍ରେ ଫିକା ପଡିଲା ଫିଲ୍ମ ‘ସମ୍ରାଟ୍ ପୃଥ୍ବୀରାଜ’
ନୂଆଦିଲ୍ଲୀ : ବକ୍ସ ଅଫିସ୍ରେ ଫିକା ପଡିଲା ଫିଲ୍ମ ‘ସମ୍ରାଟ୍ ପୃଥ୍ବୀରାଜ’ । ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଫିଲ୍ମ ଗତ ୩ ଜୁନ ରେ ରିଲିଜ୍ ହୋଇଛି। ଏହି ଫିଲ୍ମରେ ଅକ୍ଷୟ କୁମାର ପ୍ରୀତିରାଜ ଚୌହାନଙ୍କ ଭୂମିକାରେ ନଜର ଆସିଛନ୍ତି। ଏହା ବ୍ୟତୀତ ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଥିବା ପୂର୍ବତନ ମିସ୍ ୱାର୍ଲ୍ଡ ମନୁଷୀ ଚିଲାର ରାଜକୁମାରୀ ସୟୋଂଗିତା ଭୂମିକାରେ ନଜର ଆସିଛନ୍ତି । ହେଲେ ଫିଲ୍ମ ରିଲିଜ୍ ପୂର୍ବରୁ ତାହାର ଟାଇଟଲକୁ ନେଇ ବିବାଦ ସୃଷ୍ଟି ହେଉଥିଲା। ଏତିକି ନୁହେଁ, ପରେ ୟୁପି ସମେତ ଅନ୍ୟ ରାଜ୍ୟରେ ଏହି ଫିଲ୍ମକୁ ନେଇ ଟ୍ୟାକ୍ସ ଫ୍ରି ଘୋଷଣା କରାଯାଇଥିଲା। ଏହା ସତ୍ତ୍ବେ ଫିଲ୍ମଟି ବକ୍ସ ଅଫିସରେ କିଛି ଭଲ ପ୍ରଦର୍ଶନ କରି ପାରି ନାହିଁ ।
ଅକ୍ଷୟ କୁମାରଙ୍କ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ଭାରତର ପ୍ରଥମ ଦିନରେ ବକ୍ସ ଅଫିସରେ ୧୦.୭୦କୋଟି ଟଙ୍କା ରୋଜଗାର କରିଥିଲା। ହେଲେ ଦ୍ୱିତୀୟ ଦିନ କୌଣସି ଭଲ ଫଳାଫଳ ମିଳିପାରି ନାହିଁ। ମିଡିଆ ରିପୋର୍ଟ ଅନୁଯାୟୀ ଏହି ଫିଲ୍ମଟି ଭାରତରେ ୧୨.୩୦ କୋଟି ଟଙ୍କା ଆୟ କରିଛି। ଏହି ଚଳଚ୍ଚିତ୍ରଟି ଘରୋଇ ବକ୍ସ ଅଫିସରେ ଏପର୍ଯ୍ୟନ୍ତ ୨୩ କୋଟି ଟଙ୍କା କଲେକସନ କରିଛି । ସବୁଠାରୁ ବଡ କଥା ହେଉଛି, ଅକ୍ଷୟଙ୍କ ଫିଲ୍ମ ବଚ୍ଚନ ପାଣ୍ଡେ ୧୩ କୋଟି ଟଙ୍କା ସହିତ ବକ୍ସ ଅଫିସରେ ଓପନିଂ କରିଥିଲା। ଏଥି ସହିତ ସମ୍ରାଟ ପୃଥ୍ବୀରାଜ ପ୍ରଥମ ଦିନରେ ମାତ୍ର ୧୦କୋଟି ବ୍ୟବସାୟ କରିଛି। କହିବାକୁ ଗଲେ ଅକ୍ଷୟ କୁମାରଙ୍କ ଫିଲ୍ମକୁ ଟକ୍କର ଦେଉଛି କମଲ ହାସନଙ୍କ ବିକ୍ରମ । ସେହି ଫିଲ୍ମଟି ପ୍ରଥମ ଦିନରେ ୪୦ ରୁ ୫୦ କୋଟି ଟଙ୍କା ବ୍ୟବସାୟ କରିଛି ।
