ନେପାଳ ମହିଳା କ୍ରିକେଟ ଦଳର ଅଲୋଡ଼ା ରେକର୍ଡ଼ : ୮ ରନ୍ରେ ଅଲଆଉଟ୍ ହେଲା ପୂରା ଟିମ୍
ଦୁବାଇ : ନେପାଳ ମହିଳା କ୍ରିକେଟ ଦଳର ଅଲୋଡ଼ା ରେକର୍ଡ଼ । ୮ ରନ୍ରେ ଅଲଆଉଟ୍ ହେଲା ପୂରା ଟିମ୍। କେମିତି ଗୋଟିଏ ଟିମ୍ର ୧୧ ଜଣ ଖେଳାଳି ମାତ୍ର ୮ ରନ୍ କରି ଅଲଆଉଟ ହୋଇଗଲେ କିନ୍ତୁ ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ୱକପର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ଏମିତି ଏକ ଘଟଣା ଘଟିଛି । ୟୁଏଇ ମହିଳା ଟିମ୍ ନେପାଳକୁ ମାତ୍ର ୮ ରନରେ ଅଲଆଉଟ କରି ଦେଇଛି । ଏହାପରେ ୟୁଏଇ ୭ଟି ବଲ୍ରେ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ରେକର୍ଡ କରିଛି ।
କ୍ରିକେଟ ଇତିହାସରେ ଏକ ଅଲୋଡ଼ା ରେକର୍ଡ କରିଛି ନେପାଳର ୧୯ବର୍ଷରୁ କମ ମହିଳା କ୍ରିକେଟ ଦଳ । ୟୁଏଇ ବିପକ୍ଷରେ ଖେଳି ଏହି ଦଳ ମାତ୍ର ୮ ରନରେ ଅଲଆଉଟ ହୋଇଯାଇଛି । ୯ ରନର ଲକ୍ଷ୍ୟକୁ ୟୁଏଇ ଦଳ ମାତ୍ର ୮ ମିନିଟ ଖେଳି ହାସଲ କରିନେଇଥିଲା । ଏହି ମ୍ୟାଚ୍ରେ ୟୁଏଇର ଦ୍ରୁତ ବୋଲର ମହିକା ଗୌର ଜବରଦସ୍ତ ବୋଲିଂ କରିଛନ୍ତି । ସେ ମାତ୍ର ୨ ରନ୍ ଦେଇ ନେପାଳର ୫ ଜଣ ବ୍ୟାଟରଙ୍କୁ ପାଭିଲିୟନ ପଠାଇ ଦେଇଛନ୍ତି । ୟୁଏଇର ଓପନର ତୀର୍ଥ ସତୀଶ ସର୍ବାଧିକ ୪ ବଲରେ ୪ ରନ୍ କରିଥିବା ବେଳେ ଲବନ୍ୟା କେନୀ ୪ ବଲ୍ରେ ୩ ରନ୍ କରି ଦଳକୁ ୭ ବଲ୍ରେ ଜିତାଇଛନ୍ତି । ମାଲେସିୟାର ବାଙ୍ଗିରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ନେପାଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା । କିନ୍ତୁ ଦଳ ୟୁଏଇ ବୋଲରଙ୍କ ଆଦୌ ମୁକାବିଲା କରି ପାରି ନଥିଲା । ଦଳର ୬ ଜଣ ବ୍ୟାଟର ବିନା କୌଣସି ରନ୍ ଯୋଡ଼ି ଆଉଟ ହୋଇଥିଲେ । ନେପାଳ ପକ୍ଷରୁ ସ୍ନେହା ମାହାର ୧୦ ବଲରେ ସର୍ବାଧିକ ୩ ରନ୍ କରିଥିବା ବେଳେ ମନୀଷା ରାଣେ ୨ ରନ୍ କରିଛନ୍ତି । କିରନ କୁମାରୀ, ଅନୁ କାଡାୟତ ଓ ଅଶମା ପୌଲମୀ ମାଗର ୧ ରନ୍ ଲେଖାଏ କରିବାରୁ ପୂରା ଟିମ୍ ୮ ରନ୍ କରିବାକୁ ସକ୍ଷମ ହୋଇଛି । ନେପାଳ ଟିମ୍ କେବଳ ୮.୧ ଓଭର୍ର ବ୍ୟାଟିଂ କରିଛି । ୟୁଏଇ ପକ୍ଷରୁ ମହିକା ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ଇନ୍ଦୁଜା ନନ୍ଦକୁମାର ୩ଟି ଓ ସମାଇରା ଡି ଗୋଟିଏ ବଲ ପକାଇ ଗୋଟିଏ ୱିକେଟ ନେଇଛନ୍ତି ।
ମାଲେସିଆର ବାଙ୍ଗିଠାରେ ଆଇସିସି ୧୯ ବର୍ଷରୁ କମ ମହିଳା ଟି-୨୦ ବିଶ୍ୱକପ କ୍ରିକେଟ୍ ଏସିଆ କ୍ୱାଲିଫାୟାର ଅନୁଷ୍ଠିତ ହେଉଛି । ଏହି ମ୍ୟାଚ ୟୁଏଇ ଓ ନେପାଳ ୧୯-ବର୍ଷରୁ କମ କ୍ରିକେଟ ଦଳ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ନେପାଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । କିନ୍ତୁ ଦଳର ଏହି ନିଷ୍ପତି ସାଂଘାତିକ ଭାବେ ଭୁଲ ପ୍ରମାଣିତ ହୋଇଥିଲା । ଦଳ ମାତ୍ର ୮ ରନରେ ଅଲଆଉଟ ହୋଇଯାଇଥିଲା । ଦଳର ୬ ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଥିଲେ । ୟୁଏଇ ପକ୍ଷରୁ ମାହିକା ଗୌର ମାତ୍ର ୨ ରନ ଦେଇ ୫ଟି ୱିକେଟ ନେଇଥିଲେ । ସେହିପରି ଆଉ ଜଣେ ବୋଲର ଇନ୍ଦୁଜା ନନ୍ଦକୁମାର ୬ ରନ ଦେଇ ୩ଟି ୱିକେଟ୍ ନେଇଥିଲେ । ଆଉ ଜଣେ ବୋଲର ସମୀରା ଧରଣିଧରକା ମାତ୍ର ଗୋଟିଏ ବଲ ଖୋଲି ଗୋଟିଏ ୱିକେଟ ନେଇଥିଲେ । ୯ ରନର ପିଛା କରିବାକୁ ଯାଇ ୟୁଏଇ ଦଳ ମାତ୍ର ୮ଟି ବଲ ଖେଳି ୧୦ ୱିକେଟରେ ବିଜୟ ହାସଲ କରିନେଇଥିଲା । ଏହି ଟୁର୍ଣ୍ଣାମେଂଟଟି ନେପାଳ, ଥାଇଲାଣ୍ଡ, ୟୁଏଇ, ଭୁଟାନ ଓ କାତାର ମଧ୍ୟରେ ଖେଳାଯାଉଛି । ଏହି ଦଳମାନଙ୍କ ମଧ୍ୟରୁ ଗୋଟିଏ ଦଳ ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ପ୍ରଥମ ଆଇସିସି ୧୯ ବର୍ଷରୁ କମ ମହିଳା ଟି-୨୦ ବିଶ୍ୱକପ କ୍ରିକେଟରେ ଖେଳିବାକୁ ସୁଯୋଗ ପାଇବ ।
