କରୋନା ସ୍ଥିତି ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ଦେଶର ୫ଟି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଛି । ତେଣୁ ପ୍ରିକସନ୍ ସହ କଟକଣା କଡ଼ାକଡ଼ି କରିବାକୁ କେନ୍ଦ୍ର ସରକାର ତାଗିଦ କରିଛନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ବର୍ତମାନ ଆମ ରାଜ୍ୟରେ ସ୍ଥିତି ଭଲ ଅଛି । ପୂର୍ବଭଳି ସର୍ଭେଲାନ୍ସ ଜାରି ରହିଛି । ସେ କହିଛନ୍ତି ଯେ ରାଜ୍ୟ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି । ଟେଷ୍ଟିଂ ଚାଲିଛି । ଯଦି ମାମଲା ଅଧିକ ଆସେ ତେବେ ପୂର୍ବଭଳି ବ୍ୟବସ୍ଥା ଲାଗୁ କରାଯିବ । ଯଦି ଦରକାର ପଡ଼େ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ ବୋଲି ସେ କହିଛନ୍ତି ।
ଯେଉଁଠି ସଂକ୍ରମଣ ବଢୁଛି ସେଠାରେ କେନ୍ଦ୍ର ସରକାର ପ୍ରିକସନ ନେବାକୁ ତାଗିତ କରିଛନ୍ତି । ଯେହେତୁ ୫ଟି ରାଜ୍ୟରେ ସଂକ୍ରମଣ ବଢୁଛି । ତେଣୁ ସେଠାରେ କଟକଣାକୁ କଡାକଡି କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ବର୍ତମାନ ଆମ ରାଜ୍ୟରେ ସ୍ଥିତି ଭଲ ଅଛି । ଯେମିତି ପୂର୍ବରୁ ସର୍ଭିଲାନ୍ସ ଜାରି ରହିଥିଲା ସେମିତି ଚାଲିଛି । ଟେଷ୍ଟିଂ ଚାଲିଛି । ଟେଷ୍ଟିଂ ସାଇଡ ସବୁ ଚାଲୁ ରହିଛି । ପଜିଟିଭ ବାହାରିଲେ ଟ୍ରାପ କରିବା । ଯଦି ପଜିଟିଭ ବଢେ ତାହାଲେ ରାଜ୍ୟରେ ପୂର୍ବରୁ ଥିବା ସବୁ ବ୍ୟବସ୍ଥା ଖୋଲାଯିବ । ଯଦି ଦରକାର ପଡେ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ କରାଯିବ । ଯଦି ଭିଡକୁ ଯାଉଛନ୍ତି ମାସ୍କ ନିହାତି ପିନ୍ଧନ୍ତୁ । ଲକ୍ଷଣ ଥିଲେ ଟେଷ୍ଟ ସହ ସଂଗ୍ରରୋଧରେ ରହିବାକୁ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସରକାର ସ୍ଥିତି ଉପରେ କଡା ନଜର ରଖିଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
