ଭୁବନେଶ୍ୱରବାସୀଙ୍କୁ ମହଙ୍ଗା ମାଡ଼! ଆଜି ଠାରୁ ବଢ଼ିବ ଛେନା ଓ ପନିର୍ ଦର, ଜାଣନ୍ତୁ କେତେ ହେବ ମହଙ୍ଗା
ଭୁବନେଶ୍ୱର : ଭୁବନେଶ୍ୱରବାସୀଙ୍କୁ ମହଙ୍ଗା ମାଡ଼ । ଆଜିଠୁ ରାଜଧାନୀ ଭୁବନେଶ୍ୱରରେ ବୃଦ୍ଧି ପାଇବ ଛେନା ଓ ପନିର ଦାମ୍। ଛେନା କିଲୋ ପିଛା ୧୮୦ ଟଙ୍କା ଏବଂ ପନିର୍ କିଲୋ ପିଛା ୨୫୦ ଟଙ୍କାରେ ବିକ୍ରି ହେବ ବୋଲି ଭୁବନେଶ୍ୱର ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଙ୍ଘ ପକ୍ଷରୁ କୁହାଯାଇଛି।
ସଙ୍ଘ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ଓମଫେଡ ପକ୍ଷରୁ ଗତ ଏପ୍ରିଲ ୨୧ରେ କ୍ଷୀର ଲିଟର ପିଛା ୨ଟଙ୍କା ବଢିବା ପରେ ସଙ୍ଘର ସଦସ୍ୟଙ୍କ ଉପରେ କ୍ଷୀର ସଂଗ୍ରହରେ ଆର୍ଥିକ ଚାପ ସୃଷ୍ଟି ହୋଇଛି। ଯାହାକୁ ବର୍ତ୍ତମାନ ପ୍ରତି କିଲୋ ଛେନା ଉପରେ ୧୨ ଟଙ୍କା କ୍ଷତି ସହିବାକୁ ପଡୁଛି। ଏହି କ୍ଷତିକୁ ଭରଣ କରିବା ପାଇଁ ଜୁନ୍ ୧ରୁ ଛେନା ଓ ପନିର ଦର ବଢିବା ନେଇ ନିଷ୍ପତ୍ତି ନିଆଯାଇଛି। ଏହି ନିର୍ଦ୍ଧାରିତ ଦର ରାଜଧାନୀର ସମସ୍ତ ମିଷ୍ଟାନ୍ନଭଣ୍ଡାରରେ ବି ଲାଗୁ ହେବ ବୋଲି ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଙ୍ଘ କହିଛି।
